ପୁରୁଷୋତ୍ତମପୁରରେ ସ୍ବାଧୀନ ପ୍ରାର୍ଥୀ ସ୍ବାମୀ,ସ୍ତ୍ରୀଙ୍କ ବାଜିମାତ୍‌

ପୁରୁଷୋତ୍ତମପୁର,୨୬।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ ବିଜେଡିକୁ ପଛରେ ପକାଇ ସ୍ବାଧୀନ ପ୍ରାର୍ଥୀ ସ୍ବାମୀ-ସ୍ତ୍ରୀ ବାଜି ମାରିନେଇଛନ୍ତି। ସ୍ବାଧୀନ ପ୍ରାର୍ଥୀ ପ୍ରିୟଙ୍କା ଗୌଡ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇ ଏନ୍‌ଏସିକୁ ଦଖଲ କରିଥିବା ବେଳେ ତାଙ୍କ ସ୍ବାମୀ ଅଶୋକ କୁମାର ମହାକୁୁଡ କାଉନସିଲର ଭାବେ ୱାର୍ଡ ନମ୍ବର ୪ରୁ ବିଜୟୀ ହୋଇଛନ୍ତି। ଏହି ଦମ୍ପତି ବିଜେଡିର ଜିଲାସ୍ତରୀୟ କର୍ମକର୍ତ୍ତା ଭାବେ ରହିଥିବା ବେଳେ ଏନ୍‌ଏସି ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେଇ ନ ଥିଲା। ଯାହାଫଳରେ ଉଭୟ ବିଜେଡିରୁ ଇସ୍ତଫା ଦେଇ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ଶେଷରେ ଉଭୟଙ୍କୁ ଜନତାଙ୍କ ପୂର୍ଣ୍ଣ ସମର୍ଥନ ମିଳିଛି ଏବଂ ସେମାନେ ବିଜୟୀ ହୋଇଛନ୍ତି। ୧୩ଟି ୱାର୍ଡ ମଧ୍ୟରୁ ୩ଟି ୱାର୍ଡକୁ ସ୍ବାଧୀନ ପ୍ରାର୍ଥୀ ଦଖଲ କରିଥିବା ବେଳେ ୧୦ଟି ୱାର୍ଡକୁ ବିଜେଡି ଦଖଲ କରିଛି। ମାତ୍ର ଏଠାରେ ଭାଜପା ଖାତା ଖୋଲିପାରିନାହିଁ। ଅଧ୍ୟକ୍ଷ ପଦବୀ ଲାଗି ଭାଜପାର ପ୍ରଭାତୀ ପଟ୍ଟନାୟକ ୨୦୦୫ ଖଣ୍ଡ ଭୋଟ ପାଇଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ପ୍ରିୟଙ୍କା ଗୌଡ ୩୧୬୯ ଖଣ୍ଡ, ବିଜେଡି ପ୍ରାର୍ଥୀ ରଶ୍ମୀରେଖା ତ୍ରିପାଠୀ ୩୦୩୮ ଓ କଂଗ୍ରେସ ପ୍ରାର୍ଥୀ ସୂରଚିତା ସାହୁ ୧୫୪ ଖଣ୍ଡ ଭୋଟ ହାତେଇଛନ୍ତି। ସ୍ବାଧୀନ ପ୍ରାର୍ଥୀ ପ୍ରିୟଙ୍କା ଗୌଡ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ରଶ୍ମୀରେଖା ତ୍ରିପାଠୀଦ୍‌ଙ୍କ ଠାରୁ ୧୩୧ ଖଣ୍ଡ ଭୋଟରେ ବିଜୟୀ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କାଉନସିଲର ପଦବୀ ଲାଗି ୱାର୍ଡ ନମ୍ବର ୮ରେ କେହି ପ୍ରାର୍ଥୀ ନ ଥିବାରୁ ନିର୍ବାଚନ ହୋଇ ନ ଥିବା ବେଳେ ୧୩ଟି ୱାର୍ଡରେ ନିର୍ବାଚନ ହୋଇଥିଲା। ସେଥିମଧ୍ୟରୁ ୱାର୍ଡ ନମ୍ବର ୧ରେ ଭବାନୀଶଙ୍କର ନାୟକ ସ୍ବାଧୀନ, ୱାର୍ଡ ନଂ ୨ରେ ବିଜେଡିର ଭାସ୍କର ବେହେରା, ୱାର୍ଡ ନଂ ୩ରେ ସ୍ବାଧୀନ ପ୍ରାର୍ଥୀ କେ ପ୍ରମୋଦ କୁମାର ଆଚାରି, ୱାର୍ଡ ନଂ ୪ରେ ସ୍ବାଧୀନ ପ୍ରାର୍ଥୀ ଅଶୋକ କୁମାର ମହାକୁଡ, ୱାର୍ଡ ନଂ ୫ରେ ବିଜେଡିର ସୁଜାତା ବେହେରା, ୱାର୍ଡ ନଂ ୬ରେ ବିଜେଡିର ସେୁଦଷ୍ଣା ବେହେରା ଓ ୱାର୍ଡ ନଂ ୭ରେ ବିଜେଡିର ଜମୁନା ବେହେରା ନିର୍ବାଚିତ ହୋଇଛନ୍ତି। ସେହିପରି ୱାର୍ଡ ନଂ ୯ରେ ବିଜେଡିର ଲିଙ୍ଗରାଜ ବେହେରା, ୱାର୍ଡ ନଂ ୧୦ରେ ବିଜେଡିର ଅର୍ଚ୍ଚନା ପଣ୍ଡା, ୱାର୍ଡ ନଂ ୧୧ରେ ବିଜେଡିର ଅରୁଣ କୁମାର ମହାକୁଡ, ୱାର୍ଡ ନଂ ୧୨ରେ ବିଜେଡିର ପ୍ରମିତା କୁମାରି ପଣ୍ଡା, ୱାର୍ଡ ନଂ ୧୩ରେ ବିଜେଡିର ଗିରିଜା ବେହେରା, ଓ ୱାର୍ଡ ନଂ ୧୪ରେ ବିଜେଡିର କୃଷ୍ଣ ଚନ୍ଦ୍ର ପଣ୍ଡା ବାଜି ମାରିନେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍ ସିଲିଣ୍ଡର ଲିକେଜ୍‌! କାଦୋବେଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା ଘର, ସର୍ବସ୍ୱ ହରାଇଲା…

ଥୁଆମୂଳ ରାମପୁର, ୯।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ପଞ୍ଚାୟତର କାଦୋବେଡା ଗ୍ରାମରେ ସୋମବାର ସମୟରେ ଏକ ସଂଘାତିକ ଅଗ୍ନିକାଣ୍ଡ ଘଟିଯାଇଛି।…

କଙ୍କୋରଡ଼ା ପଞ୍ଚାୟତକୁ ଅବହେଳା ପ୍ରତିବାଦ: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚ-ଗ୍ରାମବାସୀଙ୍କ ଧାରଣା

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡ଼ା ପଞ୍ଚାୟତକୁ ବ୍ଲକ ପ୍ରଶାସନ ପକ୍ଷରୁ ଦୀର୍ଘଦିନ ଧରି ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି।…

ଭାଜପା ପକ୍ଷରୁ ସହିଦ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ ପାଳିତ: ଯୋଗଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ମହୁରୀ କାଳୁଆ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ମହାନ ସ୍ୱାଧୀନତା…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri