Posted inଜାତୀୟ

ଦିଲ୍ଲୀ-ନଏଡା ସୀମାରେ ଟ୍ରାଫିକ୍‌ ଜାମ୍‌: ଘଣ୍ଟା ଘଣ୍ଟା ଧରି ଅଟକି ରହିଲା ହଜାର ହଜାର ଗାଡ଼ି

ନୂଆଦିଲ୍ଲୀ,୧୩।୮: ସ୍ବାଧୀନତା ଦିବସ ଆଉ ଗୋଟିଏ ଦିନ ବାକି ରହିଲା। ଏହାପୂର୍ବରୁ ଦିଲ୍ଲୀର ପ୍ରତ୍ୟେକ ଗଳିକନ୍ଦିରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇଦିଆଯାଇଛି। ସ୍ବାଧୀନତା ଦିବସ କାର୍ଯ୍ୟକ୍ରମର ଗୋଟିଏ ଦିନ ପୂର୍ବରୁ ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ଫୁଲ୍‌ ଡ୍ରେସ ରିହର୍ସଲ ଅନୁଷ୍ଠିତ ହୋଇଥିଲା। ଏଥିଯୋଗୁ ଦିଲ୍ଲୀର ଅନେକ ଅଞ୍ଚଳର ରାସ୍ତାଘାଟ ବନ୍ଦ ରହିଥିବା ବେଳେ ପ୍ରବଳ ଜାମ୍‌ ଦେଖିବାକୁ ମିଳିଛି। ଫଳରେ ଟ୍ରାଫିକ୍‌ ମାର୍ଗକୁ ପରିବର୍ତ୍ତନ କରାଯାଇଥିଲା। ରିହର୍ସଲ ଯୋଗୁ ଦିଲ୍ଲୀର ଅନେକ ଅଞ୍ଚଳରେ ଟ୍ରାଫିକ୍‌ ଜାମ୍‌ ରହିଥିବା ବେଳେ ଦିଲ୍ଲୀ-ନୋଏଡା ସୀମାରେ ହଜାର ହଜାର ଗାଡ଼ିମଟର ଅଟକି ରହିଥିବା ନଜର ଆସିଛି। ସୂଚନା ମୁତାବକ ସ୍ବାଧୀନତା ଦିବସରେ କୌଣସି ଅଘଟଣ ନ ଘଟୁ ସେଥିପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ସୀମାରେ କଡ଼ା ଯାଞ୍ଚ କରାଯାଇଛି। ଫଳରେ ଦିଲ୍ଲୀରୁ ଆସୁଥିବା ଓ ଦିଲ୍ଲୀରୁ ଯାଉଥିବା ଗାଡ଼ିଗୁଡ଼ିକର ଯାଞ୍ଚ ଯୋଗୁ ଲମ୍ବା ଧାଡ଼ି ଲାଗିଯାଇଥିଲା। କେବଳ ସେତିକି ନୁହେଁ ଚିଲା ସୀମାରୁ ମହାମାୟା ଫ୍ଲାଏ ଓଭର ପର୍ଯ୍ୟନ୍ତ ଏକପ୍ରକାର ଟ୍ରାଫିକ୍‌ ଜାମ୍‌ ହୋଇଥିଲା। ଏହାପରେ ଟ୍ରାଫିକ ଡିସିପି ଓ ଅନ୍ୟ ପୋଲିସ ଅଧିକାରୀମାନେ ରାସ୍ତା ଜାମ୍‌ ହଟାଇବାକୁ ଚେଷ୍ଟା କରିଥିଲେ। ସୂଚନାଯୋଗ୍ୟ, ସ୍ବାଧୀନତା ଦିବସ ପୂର୍ବରୁ ଦିଲ୍ଲୀ-ନୋଏଡାର ବଡ଼ ସୀମାରେ ଭାରିଯାନର ପ୍ରବେଶକୁ ବନ୍ଦ କରାଯାଇଛି। ଦିଲ୍ଲୀ ପୋଲିସ ପକ୍ଷରୁ ଏନେଇ ଏକ ଆଡଭାଇଜରୀ ଜାରି କରାଯାଇଥିଲା। ଏଥିରେ ଲାଲ କିଲ୍ଲା ଏବଂ ଆଖପାଖ ଅଞ୍ଚଳଗୁଡ଼ିକ ସକାଳ ୪ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏଥିସହ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଏହା ଲାଗୁ ରହିବ ବୋଲି ସେଥିରେ ଉଲ୍ଲେଖ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

ନିଜକୁ ଭୋଟ୍‌ ଦେଇପାରିବେନି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୯।୪: ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ବିହାରର ୪ଟି ଲୋକସଭା...

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

ଲୋକ ସଭା ନିର୍ବାଚନ: ଭୋଟ ଗ୍ରହଣ ମଧ୍ୟରେ ବସ୍ତରରେ ଆଇଇଡି ବ୍ଲାଷ୍ଟ, ସିଆରପିଏଫ ଯବାନ ଆହତ, ମଣିପୁରରେ ଫାୟାରିଂ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ଶୁକ୍ରବାର ଆରମ୍ଭ ହୋଇଛି। ୮ ଜଣ କେନ୍ଦ୍ର ମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ...

ଗାନ୍ଧିନଗରରୁ ପ୍ରାର୍ଥିପତ୍ର ଦାଖଲ କଲେ ଅମିତ ଶାହା, କହିଲେ ମୋଦି ଦେଶକୁ ସୁରକ୍ଷିତ ରଖିଛନ୍ତି

ଅହମଦାବାଦ,୧୯।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଲୋକ ସଭା ନିର୍ବାଚନ ପାଇଁ ଗାନ୍ଧିନଗର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭାବରେ ନିଜର ପ୍ରାର୍ଥିପତ୍ର...

ଫିଲ୍ମ ଶୁଟିଂ ପାଇଁ ବାହାରିଲେ ରିଜେକ୍ଟ ହୋଇଥିବା ୨ ରାଜକୁମାର, ରାହୁଲ-ଅଖିଳେଶଙ୍କୁ ଟାର୍ଗେଟ କଲେ ମୋଦି

ଅମରୋହା,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ଶୁକ୍ରବାର (ଏପ୍ରିଲ ୧୯) ଉତ୍ତରପ୍ରଦେଶର ଆମରୋହା ଠାରେ ଏକ ରାଲିରେ...

ଏମ୍‌ପି ଟିକେଟ୍‌ କାଟିଦେଲେ, ତଥାପି ଦୁଃଖ ନାହିଁ: ଶାହାଙ୍କୁ କହିଲେ ଆଧୁନିକ ଭାରତର ଆଇରନ ମ୍ୟାନ୍‌

ଲକ୍ଷ୍ନୌ,୧୯।୪: ଏଥର ଦଳ ଉତ୍ତରପ୍ରଦେଶର ବାଲିଆ ଲୋକ ସଭା ନିର୍ବାଚନମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି ଏମ୍‌ପି ବୀରେନ୍ଦ୍ର ସିଂ ମସ୍ତଙ୍କୁ ଟିକେଟ ଦେଇନାହାଁନ୍ତି। ଦଳ ପୂର୍ବତନ...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri