ଛଟେଇ ପ୍ରତ୍ୟାହାର ନ ହେଲେ ୨୨ରୁ ଅନିର୍ଦ୍ଦିଷ୍ଟ ଧାରଣା

ଖୋର୍ଦ୍ଧା ଅଫିସ,୧୮ା୧୧: ରାଜଧାନୀ ଭୁବନେଶ୍ୱରରେ ଘରୋଇ ରାଷ୍ଟ୍ରଦ୍ୟୋଗ ଅଧୀନରେ ଦୀର୍ଘ ୧୪ବର୍ଷ ଧରି ଟେକ୍ନିସିଆନ ଭାବେ କାର୍ଯ୍ୟରତ କର୍ମଚାରୀଙ୍କୁ ଛଟେଇ ପ୍ରତିବାଦରେ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ସହଅନୁବନ୍ଧିତ ଅଲ ଓଡ଼ିଶା ଭାରତୀ ଇନଫାଟେଲ୍‌ ଟେକ୍‌ନିସିଆନ୍‌ ୟୁନିୟନ ପକ୍ଷରୁ ଆସନ୍ତା ୨୧ ଓ ୨୨ତାରିଖରେ କମ୍ପାନୀ କାର୍ଯ୍ୟାଳୟ ଆଗରେ ଅନିର୍ଦ୍ଦିଷ୍ଟ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ଶୁକ୍ରବାର ୟୁନିୟନ ପକ୍ଷରୁ ଖୋର୍ଦ୍ଧାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କୁହାଯାଇଛି। ବର୍ଷ ବର୍ଷ ଧରି କମ୍ପାନୀ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କୁ ଛଟେଇ କରାଗଲେ ପରିବାର ହଇରାଣ ହେବେ। ବର୍ତ୍ତମାନ ସମୟରେ ଖାଦ୍ୟ, ବାସଗୃହ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସହ ଟେଲିକମ୍‌ ମଧ୍ୟ ଏକ ଜରୁରିକାଳୀନ ସେବା ବୋଲି କମ୍ପାନୀ କହୁଥିବା ବେଳେ କର୍ମଚାରୀଙ୍କୁ ଅଗଣତାନ୍ତ୍ରିକ ଭାବେ ଛଟେଇ କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି। ଏହି କମ୍ପାନୀ ଅଧୀନରେ ୪୨୪ ଜଣ ଟେକ୍ନିିସିଆନ ପ୍ରାକୃତିକ ବିପର୍ଯ୍ୟୟ, ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ସେବା ଯୋଗାଇ ଆସୁଛନ୍ତିି। ନେଟଓ୍ବର୍କ ସମସ୍ୟା ନେଇ ବିିଭିନ୍ନ ସମୟରେ ଗ୍ରାହକ କର୍ମଚାରୀଙ୍କୁ ଗାଳିଗୁଳଜ କରୁଥିବା ବେଳେ ଏମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି;ଯାହା ଲୋକଲୋଚନକୁ ଆସି ନ ଥାଏ। କମ୍ପାନୀ ଅଧୀନରେ କାର୍ଯ୍ୟରତ ଟେକ୍ନିସିଆନଙ୍କୁ ସ୍ଥାୟୀ ନିଯୁକ୍ତି, କାମ ଅନୁସାରେ ଦରମା, ବିନା କାରଣରେ ଦିଆଯାଉଥିବା କାରଣ ଦର୍ଶାଅ ନୋଟିସ, ବଦଳି, ବହିଷ୍କୃତ ଆଦି ଆଦେଶକୁ ପ୍ରତ୍ୟାହାର କରାଯାଉ। କିଛି ମାସ ପୂର୍ବେ ଚାକିରିରୁ ବିଦା କରାଯାଇଥିବା ଦୁଇ ଜଣ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଲାଗି ଦାବି କରିଛନ୍ତି। ଏହି ସମ୍ମିଳନୀରେ ସଙ୍ଗଠନର ରାଜ୍ୟ ସଭାପତି ଡ.ପୂର୍ଣ୍ଣଚନ୍ଦ୍ର ବେହେରା, କାର୍ଯ୍ୟକାରୀ ସଭାପତି ପ୍ରଦେଶ ନାୟକ, ଉପସଭାପତି ଅଶୋକ କୁମାର, ସାଧାରଣ ସମ୍ପାଦକ ବୁଗୁରୁ ତ୍ରିନାଥ ଓ ସମ୍ପାଦକ ନୀଳେନ୍ଦ୍ରକାନ୍ତ ଆଚାର୍ଯ୍ୟ, ସିଟୁ ସମ୍ପାଦକ ଅଶୋକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଣବିକ ରିଆକ୍ଟର ପ୍ରସ୍ତୁତ କଲେ ୧୨ ବର୍ଷୀୟ ଛାତ୍ର: ରୁମ୍‌ରେ ୪ ବର୍ଷର ଗବେଷଣା ପରେ ସଫଳତା

ଟେକ୍ସାସ୍‌,୧୬ା୨:ଆମେରିକାର ଟେକ୍ସାସ୍‌ ରାଜ୍ୟସ୍ଥିତ ଡଲାସ୍‌ ସହରର ଜଣେ ୧୨ ବର୍ଷର ଛାତ୍ର ଯାହା କରିଛନ୍ତି ତାହା ବୈଜ୍ଞାନିକ ଏବଂ ଗବେଷକ ମହଲକୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଛାତ୍ର…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ପୋଲିସ ସାମ୍‌ନାରେ ଅବକାରୀ ବାବୁଙ୍କୁ ମାଡ଼: ନିୟମକୁ ଫୁ’, ନିଶାରେ ମତୁଆଲା ଯୁବତୀଯୁବକ

ଭୁବନେଶ୍ୱର,୧୬ା୨(ତ୍ରିନାଥ ମହାନ୍ତି):ଭାଲେଣ୍ଟାଇନ୍ସ ଡେ’ରେ ସବୁ ନିୟମ ଓ କଟକଣାକୁ ଫୁ’ କରି ବାର୍‌ରେ ଜମିଥିଲା ରଙ୍ଗିନ ରାତି। ଆଗରେ ଶଟର ପକାଇ ଭିତରେ ମତୁଆଲା ହେଉଥିଲେ ପୁରୁଷ…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ବ୍ୟାପୁଛି ନିଆଁ

ଜୟପୁର,୧୬ା୨(ପବନ ପାଣିଗ୍ରାହୀ): ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଚାରିଆଡ଼େ ନିଆଁ ବ୍ୟାପିଚାଲିଛି। ଏପରି ଅଭାବନୀୟ ଘଟଣା ଘଟିଛି ଜୟପୁର ସହରର ବିକ୍ରମଦେବ ବିଶବିଦ୍ୟାଳୟ…

ଜବରଦସ୍ତ ବିଜୟ ପରେ ଏମିତି କଥା କହିଦେଦେଲ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଲମ୍ବୋ,୧୬।୨: ICC T20 ବିଶ୍ୱକପର ଏକ ଗ୍ରୁପ ଏ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ୬୧ ରନର ଜବରଦସ୍ତ ବିଜୟ ସହିତ ସୁପର -୮ ପର୍ଯ୍ୟାୟ ପାଇଁ ଯୋଗ୍ୟତା…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri