Advertisement

ସରିଲା ଐତିହାସିକ କଟକ ବାଲିଯାତ୍ରା: ୨୦୦ କୋଟିର ବ୍ୟବସାୟ

କଟକ ଅଫିସ,୧୮ା୧୧: ଦୀର୍ଘ ୧୦ ଦିନ ଧରି ପ୍ରବଳ ଜନ ସମାଗମ ମଧ୍ୟରେ ଚାଲିଥିବା ଐତିହାସିକ କଟକ ବାଲିଯାତ୍ରା ଗୁରୁବାର ଶେଷ ହୋଇଛି। ଏଥିସହ ବ୍ୟବସାୟ ଓ ସ୍ବତନ୍ତ୍ର ଆୟୋଜନ ବିଗତ ବର୍ଷଗୁଡ଼ିକର ରେକର୍ଡ ଭାଙ୍ଗିଛି। ରାଜ୍ୟ ସରକାରଙ୍କ ସହଯୋଗରେ ବାଲିଯାତ୍ରା ଏକ ନୂତନ କୀର୍ତ୍ତିସ୍ତମ୍ଭ ସ୍ଥାପନ କରିବାର ସୌଭାଗ୍ୟ ଅର୍ଜନ କରିଛି। କଟକ ଜିଲା ପ୍ରଶାସନ ଓ କଟକ ମହାନଗର ନିଗମ(ସିଏମ୍‌ସି) ମିଳିତ ଭାବେ ଆୟୋଜନ କରିଥିବା ଏହି ଐତିହାସିକ ପୃଷ୍ଠଭୂମିର ମହାନ୍‌ ପର୍ବକୁ ଶାନ୍ତି, ଶୃଙ୍ଖଳାର ସହ ପରିଚାଳନା କରିବାରେ କମିଶନରେଟ୍‌ ପୋଲିସ ଭୂମିକା ମଧ୍ୟ ଉଲ୍ଲେଖନୀୟ। ବାଲିଯାତ୍ରା ଅବସରରେ ରେକର୍ଡ ସଂଖ୍ୟକ କାଗଜ ଡଙ୍ଗା ତିଆରି କରି କଟକ ଗିନିଜ ୱାଲର୍‌ଡ ରେକଡର୍‌ସରେ ସ୍ଥାନ ପାଇବା ଯେତିକି ଗୌରବର ବିଷୟ, ସେହି ସମାନ ଦିନରେ ଭାରତର ପ୍ରଧାନମନ୍ତ୍ରୀ ବାଲିଦ୍ୱୀପରେ କଟକ ବାଲିଯାତ୍ରାର କଥା ଉଲ୍ଲେଖ କରି ଓଡ଼ିଶା ଓ ବାଲିର ସମ୍ପର୍କକୁ ଉଜ୍ଜୀବିତ କରିବା ଅଧିକ ସ୍ମରଣୀୟ ହୋଇପାରିଛି। ଯାହା କଟକବାସୀଙ୍କ ଆନନ୍ଦ ଓ ଗର୍ବକୁ ଦ୍ୱିଗୁଣିତ କରିପାରିଛି। ତେବେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ନାନା ରକମର ସାମଗ୍ରୀ ଧରି ବାଲିଯାତ୍ରାକୁ ରୋଜଗାର କରିବାର ଲକ୍ଷ୍ୟ ନେଇ ଆସିଥିବା ବ୍ୟବସାୟୀମାନେ ସରିବା ବେଳେ ଭଲ କାରବାର କରିଥାନ୍ତି, ଯାହା ଗୁରୁବାର ଦେଖିବାକୁ ମିଳିଛି। ୧୦ ଦିନରେ ମୋଟ ୨୦୦ କୋଟିର ବ୍ୟବସାୟ ହୋଇଛି। କେବଳ ଓରମାସ୍‌ ଷ୍ଟଲରେ ୨୫ କୋଟିରୁ ଊର୍ଦ୍ଧ୍ୱ ବ୍ୟବସାୟ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ଜଣାପଡିଛି। ପ୍ରଶାସନ ଆନୁଷ୍ଠାନିକ ଭାବେ ବାଲିଯାତ୍ରାର ଉଦ୍‌ଯାପନ କରିଥିଲେ ବି ପରଦିନ ଅର୍ଥାତ୍‌ ଶୁକ୍ରବାର ରାତି ଯାଏ ରାସ୍ତାକଡ଼ରେ ଭଲ ବେପାର ଜମିବ। ପ୍ରତିବର୍ଷ ଏହା ହିଁ ହୁଏ। ଲୋକେ କମ୍‌ ପଇସାରେ ଘରକରଣା ସାମଗ୍ରୀକିଣି ନେଇଥାନ୍ତି। ଗୁରୁବାର ଶେଷ ଦିନରେ ଲୋକଙ୍କ ଗହଳି ବି ପୂର୍ବବତ୍‌ ଲାଗି ରହିଥିଲା। ଫୁଡ୍‌ଷ୍ଟଲରେ ନାନା ରକମର ଖାଦ୍ୟ ଖାଇବାକୁ ବେଶ୍‌ ଭିଡ଼ ହୋଇଥିଲା। ସେହିପରି ପଲ୍ଲିଶ୍ରୀ ମେଳା, ଗାନ୍ଧୀ ଶିଳ୍ପ ବଜାରରେ ଭଳିକି ଭଳି ହାତ ତିଆରି ସାମଗ୍ରୀ କିଣିନେବା ଲାଗି ଲୋକଙ୍କ ଗହଳି ଲାଗିଥିଲା। ମହାନଦୀ ଜଳରାଶିରେ ପାୱାରବୋଟ୍‌ ଦ୍ୱାରା ଭ୍ରମଣ ସାଙ୍ଗକୁ ଲେଜର ଲାଇଟ୍‌ ଶୋ’ର ଧମାକା ଲୋକଙ୍କୁ ଆନମନା କରିଥିଲା। ଶେଷ ଦିନରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ଉପସ୍ଥିତି ପୁରା ମାହୋଲକୁ ଉଷ୍ମତାରେ ଭରି ଦେଇଥିଲା। ରାଜ୍ୟପାଳ ମହାନଦୀ ଆଳତି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପରେ ବିଭିନ୍ନ ଷ୍ଟଲ ସାଙ୍ଗକୁ ହାଇକୋର୍ଟ ପାଭିଲିୟନକୁ ବୁଲି ଦେଖିଥିଲେ। ବାଲିଯାତ୍ରା ଏମିତି ପ୍ରତିବର୍ଷ ଆସିବ ନୂଆ ରଙ୍ଗରେ, ନୂଆ ରୂପରେ ଆଉ ଲୋକଙ୍କୁ ଝୁମେଇ ଯିବ ନୂଆ ଢଙ୍ଗରେ। ଛାଡ଼ିଯିବ ବର୍ଷକ ପାଇଁ ଅଭୁଲା ସ୍ମୃତି।


Enter your email to get our daily news in your inbox.

All Right Reserved By Dharitri.Com

ମାଗଣା ହୋଇପାରେ ‘ମୋ ସାଇକେଲ’

ଭୁବନେଶ୍ୱର, ୨୦-୧୧(ବ୍ୟୁରୋ):ଆସନ୍ତା ୨୬ ତାରିଖରେ ‘ମୋ ସାଇକେଲ ଯୋଜନା’କୁ ବର୍ଷେ ପୂରିବ। ମୋ ବସ୍‌ ଭଳି ମୋ ସାଇକେଲ ସଫଳ ହୋଇ ନ ଥିବାରୁ କିପରି...

ଉଚ୍ଛେଦ ପରେ ଦାଉ ସାଧୁଛି ବର୍ଷା

ଭଞ୍ଜନଗର,୨୫।୯(ଡି.ଏନ.ଏ.)-ଭଞ୍ଜନଗର ଆର୍‌ସିରୋଡ଼ରୁ ଜବରଦଖଲ ଉଚ୍ଛେଦ ପରେ ବର୍ଷା ଆରମ୍ଭ ହୋଇଯାଇଥିଲା। ବିଗତ ୨୦ ଦିନ ହେବ ମଝିରେ ମଝିରେ ଏହିଭଳି ବର୍ଷା ହେଉଛି। ତେଣୁ ପ୍ରଶାସନ...

ଦଶହରା ଭଳି ଫିକା ପଡ଼ିବ ଲକ୍ଷ୍ମୀପୂଜା

ଖୋର୍ଦ୍ଧା ଅଫିସ,୨୯। ୧୦: ମେଲାଣି ନେଇଛନ୍ତି ମା’ ଜଗଜ୍‌ଜନନୀ। ଆଉ ଦୁଇଦିନ ପରେ ଧରାପୃଷ୍ଠକୁ ଅବତରଣ କରିବେ ମା’ ଧନଲକ୍ଷ୍ମୀ। କରୋନା କଟକଣା ଯୋଗୁ ପୂଜା...

ଛାତ୍ରୀଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଲେ ପ୍ରଧାନଶିକ୍ଷକ, ଉତ୍ତ୍ୟକ୍ତ ହୋଇ ସ୍କୁଲ ଘେରିଲେ ଗ୍ରାମବାସୀ

କୋରୁକୋଣ୍ଡା,୩।୧୧(ଡି.ଏନ.ଏ): ପ୍ରଧାନଶିକ୍ଷକଙ୍କ ମାଡରେ ଛାତ୍ରୀଛାତ୍ର ଆହତ। ଉତ୍ତ୍ୟକ୍ତ ହୋଇ ବିଦ୍ୟାଳୟ ଘେରିଲେ ଗ୍ରାମବାସୀ। ଏଭଳି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ପୁରୁଣା...

ଝିଅକୁ ହତ୍ୟା କରି ଝୁଲାଇ ଦେଲେ

ଅନୁଗୋଳ ଅଫିସ,୪।୬: ଅନୁଗୋଳ ଜିଲା ବେନ୍ତପୁର ଗାଁର ଚିତ୍ତରଞ୍ଜନ ପରିଡାଙ୍କ ଘରୁ ତାଙ୍କ ସ୍ତ୍ରୀ ସସ୍ମିତା ବେହେରାଙ୍କ ମୃତଦେହ ଶନିବାର ପୋଲିସ ଜବତ କରିଛି। ସେ...

କରୋନା ଜନିତ ମୃତ୍ୟୁ: ସରକାରଙ୍କ ତତ୍ତ୍ୱାବଧାନରେ ହେବ ମୃତଦେହ ସତ୍କାର

ଭୁବନେଶ୍ୱର, ୮।୪(ବ୍ୟୁରୋ): କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ନେଇ ରାଜ୍ୟ ସରକାର ବଡ଼ ସୂଚନା ଦେଇଛନ୍ତି। କରୋନାରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କର ଯଦି...

ଛତ୍ରବଜାର ପୋଲ ଭୁଶୁଡ଼ିଲା, ଚାପି ହୋଇଗଲେ କିଛି ଲୋକ

କଟକ ଅଫିସ,୯ା୩: ଛତ୍ରବଜାରରୁ ମାଲ୍‌ଗୋଦାମକୁ ସଂଯୋଗ କରୁଥିବା ପୋଲର ମରାମତି କାର୍ଯ୍ୟ ଚାଲିଥିବାବେଳେ ବୁଧବାର ସନ୍ଧ୍ୟାରେ ଘଟିଛି ଅଘଟଣ। ପୋଲ ମରାମତି ବେଳେ ସାଇଡ୍‌ ଓ୍ବାଲ୍‌...

ଦୁର୍ଦ୍ଦିନରେ ୪୦ବୁଣାକାର ପରିବାର

ଖପ୍ରାଖୋଲ, ୧୫ା୪(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ମହରାପଡାରେ ବାସ କରନ୍ତି ୪୦ରୁ ଊର୍ଦ୍ଧ୍ୱ ବୁଣାକାର ପରିବାର। ଲୁଗା ବୁଣି ସେମାନେ କାହିଁ...

Advertisement
Archives

Model This Week