ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ୱାଙ୍ଖଡେ ଷ୍ଟାଡିୟମରେ ବଡ଼ଧରଣର ଅଘଟଣର ଚେତାବନୀ, ଆଲର୍ଟରେ ପୋଲିସ୍‌

ମୁମ୍ବାଇ,୧୫।୧୧: ୱାଙ୍ଖଡେ ଷ୍ଟାଡିୟମରେ ଆଇସିସି କ୍ରିକେଟ୍ ବିଶ୍ୱକପ ୨୦୨୩ ରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସେମିଫାଇନାଲ ସଂଘର୍ଷ ପୂର୍ବରୁ ପୋଲିସକୁ ଧମକପୂର୍ଣ୍ଣ ବାର୍ତ୍ତା ମିଳିଛି। ଅଜଣା ବ୍ୟକ୍ତି ମୁମ୍ବାଇ ପୋଲିସକୁ ଏକ୍ସ (ପୂର୍ବ ଟୁଇଟର) ରେ ଏକ ଧମକ ବାର୍ତ୍ତା ପୋଷ୍ଟ କରିଛନ୍ତି ଯେ ଆଜି ୱାଙ୍ଖଡେ ଷ୍ଟାଡିୟମରେ ଭାରତ ବନାମ ନ୍ୟୁଜିଲାଣ୍ଡ ସମୟରେ ବଡ଼ଧରଣର ଅଘଟଣ ଘଟଣା ଘଟିବ।

ଏହି ଖବରା ପରେ ଷ୍ଟାଡିୟମ ପରିସରରେ ପୋଲିସ ଆଲର୍ଟ ହୋଇଯାଇଛି। ବ୍ୟକ୍ତି ଜଣକ ତାଙ୍କ ପୋଷ୍ଟରେ ମୁମ୍ବାଇ ପୋଲିସକୁ ଟ୍ୟାଗ୍ କରି ଫଟୋରେ ବନ୍ଧୁକ, ହ୍ୟାଣ୍ଡ ଗ୍ରେନେଡ ଏବଂ ଗୁଳି ଦେଖାଇଛନ୍ତି। ”

ତେବେ ମ୍ୟାଚ୍ କଥା ଦେଖିଲେ ମୁମ୍ବାଇରେ ଖେଳାଳି ମାନଙ୍କର ସୁରକ୍ଷା ୭ ଡେପୁଟି କମିଶନର, ୨୦୦ ଅଧିକାରୀ ଏବଂ ୭୦୦ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ୱାନକେଡେ ଷ୍ଟାଡିୟମର ସମସ୍ତ ଫାଟକ ସମ୍ମୁଖରେ ପାର୍କିଂ ଉପରେ ମଧ୍ୟ ବାରଣ କରାଯାଇଛି। ଏହା ବ୍ୟତୀତ ପୋଲିସ କଲମ, ପେନ୍ସିଲ, ମାର୍କର, ଖାଲି କାଗଜପତ୍ର, ବ୍ୟାନର, ପୋଷ୍ଟର, ବ୍ୟାଗ, ମୁଦ୍ରା ତଥା ପାୱାର ବ୍ୟାଙ୍କ ଏବଂ ଜାଳେଣୀ ସାମଗ୍ରୀ ଷ୍ଟାଡିୟମକୁ ନେବାକୁ ବାରଣ କରିଛି।

Share