Posted inଖେଳ

ଭାରତ ସହ ହେଲା ଅନ୍ୟାୟ! ଅମ୍ପାୟାରଙ୍କ ସହ ମୁହାଁମୁହିଁ ହେଲେ ଗିଲ୍‌, ନିଷ୍ପତ୍ତିକୁ ନେଇ ମହାବିବାଦ; ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ଟିକିଆ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। ପ୍ରଥମ ଟେଷ୍ଟରେ ଅଧିନାୟକ ଶୁଭମନ ଗିଲ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କର ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ ପ୍ରମାଣିତ ହୋଇଥିଲା। ଭାରତୀୟ ଦ୍ରୁତ ବୋଲରମାନେ ନିଜର ଦମ୍ଦାର ପ୍ରଦର୍ଶନରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ନ୍ୟୁଜିଲାଣ୍ଡର ଅଧା ଟିମ ମାତ୍ର ୭୦ ରନରେ ପ୍ୟାଭିଲିୟନ ଫେରିଯାଇଥିଲା।

ତେବେ ମ୍ୟାଚ ମଧ୍ୟରେ ଏକ ବଡ଼ ଘଟଣା ଦେଖିବାକୁ ମିଳିଥିଲା। ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ ଅଧିନାୟକ ଶୁଭମନ ଗିଲ। ଅମ୍ପାୟାରଙ୍କ ଏକ ନିଷ୍ପତ୍ତିରେ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଆସନ୍ତୁ ଜାଣିବା ପୂରା ଘଟଣା।

ଇନିଂସର ୩୧ତମ ଓଭରରେ ଯଶପ୍ରୀତ ବୁମ୍‌ରାଙ୍କ ଏକ ଦ୍ରୁତ ବଲ ଭିତରକୁ ଆସି ସିଧାସଳଖ ଗ୍ଲେନ ଫିଲିପ୍ସଙ୍କ ପ୍ୟାଡ୍‌ରେ ବାଜିଥିଲା। ଏହାପରେ ଭାରତୀୟ ଖେଳାଳିମାନେ ଜୋରଦାର ଅପିଲ କରିଥିଲେ। କିନ୍ତୁ ଅମ୍ପାୟାର ତାଙ୍କୁ ନଟଆଉଟ ଘୋଷଣା କରିଥିଲେ।

ଏହାପରେ ଅଧିନାୟକ ଶୁଭମନ ଗିଲ ଓ ବୁମ୍‌ରାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଗିଲଙ୍କ ମତରେ ବଲଟି ବ୍ୟାଟରେ ବାଜିନଥିଲା। ଅନ୍ୟପକ୍ଷରେ ବୁମ୍‌ରାଙ୍କୁ ସନ୍ଦେହ ଥିଲା ଯେ ବଲ୍ଟି ଷ୍ଟମ୍ପ ଉପର ଦେଇ ଚାଲିଯାଇପାରେ। ତେବେ କିଛି ସମୟ ପରେ ଗିଲ ଡିଆର୍‌ଏସ ନେଇଥିଲେ।

ଅମ୍ପାୟାରମାନେ ପୂରା ଘଟଣାର ସମୀକ୍ଷା କରିଥିଲେ। ଫ୍ରଣ୍ଟ-ଅନ କ୍ୟାମେରାର ଭିଡିଓରେ ବ୍ୟାଟରେ ଏଜ ସ୍ପଷ୍ଟ ଦେଖାଯାଇନଥିଲା। ତେବେ ବଲଟି ବ୍ୟାଟର ନିକଟତର ହେବା ସମୟରେ ସ୍ପାଇକ ଦେଖାଯାଇଥିଲା। ଥାର୍ଡ ଅମ୍ପାୟାର ପଲ ରିଫେଲ ବିଭିନ୍ନ କୋଣରୁ ଏଲ୍ବିଡବ୍ଲ୍ୟୁ ଘଟଣାର ସମୀକ୍ଷା କରିଥିଲେ। ଅମ୍ପାୟାରଙ୍କୁ ବଲର ଦିଗରେ ସାମାନ୍ୟ ପରିବର୍ତ୍ତନ ହୋଇଥିବା ଭଳି ଲାଗିଥିଲା। ଏହି କାରଣରୁ ପୂର୍ବରୁ ଦିଆଯାଇଥିବା ନଟଆଉଟ ନିଷ୍ପତ୍ତିକୁ ବଜାୟ ରଖାଯାଇଥିଲା।

ଅମ୍ପାୟାରଙ୍କ ଏହି ନିଷ୍ପତ୍ତିରେ ଗିଲ ଆଦୌ ଖୁସି ନଥିବା ଦେଖାଯାଇଥିଲେ। ତାଙ୍କ କହିବା ଅନୁଯାୟୀ, ବଲଟିି ସିଧାସଳଖ ପ୍ୟାଡରେ ବାଜିଥିଲା ଏବଂ ବ୍ୟାଟ ଓ ବଲ ମଧ୍ୟରେ ଫାଙ୍କା ସ୍ଥାନ ଥିଲା। ସେ ତୁରନ୍ତ ଅମ୍ପାୟାରଙ୍କ ନିକଟରେ ନିଜର ଅସନ୍ତୋଷ ଜଣାଇଥିଲେ। ଉଭୟଙ୍କ ମଧ୍ୟରେ କିଛି ସମୟ ଧରି କଥାବାର୍ତ୍ତା ହୋଇଥିଲା। ବୁମ୍‌ରା ମଧ୍ୟ ସାମାନ୍ୟ ରାଗିଯାଇଥିବା ନଜର ଆସିଥିଲେ।

ଥାର୍ଡ ଅମ୍ପାୟାରଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ ହୋଇଥିବାରୁ ଗିଲ କିଛି ସମୟ ପରେ ସେଠାରୁ ଚାଲିଯାଇଥିଲେ। ଏହି ଘଟଣାରେ ଭାରତୀୟ ଦଳ ନିଜର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ରିଭ୍ୟୁ ମଧ୍ୟ ହରାଇଥିଲା। ଏବେ ସୋସିଆଲ ମିଡିଆରେ ଗିଲ ଓ ଅମ୍ପାୟାରଙ୍କ ମଧ୍ୟରେ ହୋଇଥିବା ଯୁକ୍ତିତର୍କର ଭିଡିଓ ଖୁବ ଭାଇରାଲ ହେଉଛି। ଅନେକ ଲୋକଙ୍କ ମତରେ ଭାରତ ସହ ଅନ୍ୟାୟ ହୋଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣା ନେଉଛି ଜୀବନ, ଆଖି ବୁଜିଛି ପ୍ରଶାସନ

ବରଗଡ଼,୧୯।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସଡ଼କ ସୁରକ୍ଷା ଚିନ୍ତାର ବିଷୟ ପାଲଟିଛି। ଜିଲାରେ ସଡ଼କ ଦୁର୍ଘଟଣା ଏବେ ସାଧାରଣରେ ପରିଣତ ହୋଇଛି। ଦିନକୁ ଦିନ ଏଠାରେ ଏହା…

ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ: ବାତ୍ୟା ମୁକାବିଲା ପାଇଁ ଜଳସମ୍ପଦ ବିଭାଗ ପ୍ରସ୍ତୁତ

ଭଞ୍ଜନଗର, ୧୯।୧୧ (ବାବୁଲା ପ୍ରଧାନ)- ଆଉ କିଛି ଘଣ୍ଟା ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବାବେଳେ ଏହାର ପ୍ରଭାବରେ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ଆଶଙ୍କା…

ପ୍ଲେଇଂ-୧୧ରୁ ସିରାଜ୍‌ ବିଦା: ଟିମ ମ୍ୟାନେଜମେଣ୍ଟ ଉପରେ ପ୍ରଶ୍ନ ଉଠାଇଲେ ଗାଭାସ୍କର

ଓ୍ବେଲିଂଟନ୍‌,୧୯।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସୀମିତ ଓଭର ସିରିଜ ଶେଷ ହେବା ପରେ ଏବେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। ୱେଲିଂଟନର…

କୋଟି କୋଟି PF ଖାତାଧାରୀଙ୍କ ପାଇଁ ବଡ଼ ଖବର! ରିଟାୟାରମେଣ୍ଟ ପରେ…

ନୂଆଦିଲ୍ଲୀ,୧୯।୧୧: ଚାକିରି କରିବା ସମୟରେ କର୍ମଚାରୀମାନେ ନିଜ ଦରମାର ଏକ ଅଂଶ କର୍ମଚାରୀ ଭବିଷ୍ୟନିଧି (EPF)ରେ ଜମା କରିଥାନ୍ତି। ଅବସର ପରେ ଆର୍ଥିକ ସୁରକ୍ଷା ଯୋଗାଇବା ଏହାର…

ବାତ୍ୟା ‘ଅକ୍ୱାନ’ ଭୟ: ଗଞ୍ଜାମ ବ୍ଲକରେ ୩୦୬୦ ଲୋକଙ୍କୁ ସ୍ଥାନାନ୍ତର

ଗଞ୍ଜାମ, ୧୯।୧୧ (ବିଦ୍ୟାଧର ସାହୁ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’କୁ ଦୃଷ୍ଟିରେ ରଖି ଗଞ୍ଜାମ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବ୍ଲକର ବିଭିନ୍ନ…

ICC ରାଙ୍କିଂରେ ଚମକିଲେ ୨ ଭାରତୀୟ ଖେଳାଳି: କିଏ ଖସିଲେ, କିଏ ଉପରକୁ ଉଠିଲେ… ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ,୧୯।୧୧: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବୁଧବାର (୧୮ ନଭେମ୍ବର) ନୂଆ ରାଙ୍କିଂ ଜାରି କରିଛି। ଏଥିରେ ଭାରତୀୟ ବୋଲରଙ୍କ ଦବଦବା ଦେଖିବାକୁ ମିଳିଛି। ନିକଟରେ ଟିମ…

ବଡ଼ ରେକର୍ଡ କଲେ ବୁମ୍‌ରା: ଶ୍ରୀନାଥଙ୍କୁ ପଛରେ ପକାଇ ଟେଷ୍ଟରେ ହାସଲ କଲେ…

ନୂଆଦିଲ୍ଲୀ, ୧୯।୧୧:ଟେଷ୍ଟ କ୍ରିକେଟ୍‌ରେ ପୁଣି ନିଜ ଦମ ଦେଖାଇଛନ୍ତି ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମ୍‌ରା। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଆରମ୍ଭ ହେବା…

ସରକାରଙ୍କ ବଡ଼ ଘୋଷଣା: ଆୟୁଷ୍ମାନ ଯୋଜନାରେ କିନ୍ନରଙ୍କ ପରିବାରଙ୍କୁ ମିଳିବ ବିଶେଷ ଚିକିତ୍ସା ସୁବିଧା

ନୂଆଦିଲ୍ଲୀ,୧୯।୧୧: ଦିଲ୍ଲୀ ସରକାର ରାଜଧାନୀରେ ରହୁଥିବା ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ (Transgender Community) ଲୋକଙ୍କ ପାଇଁ ଏକ ଅତ୍ୟନ୍ତ ଭଲ ଏବଂ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏବେ ଦିଲ୍ଲୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?