Posted inଖେଳ

ଭାରତର ଖେଳ ବିଗାଡି ଦେଲେ ରୁଟ୍‌-ବେୟାରଷ୍ଟୋ

ବର୍ମିଂହାମ୍‌, ୫।୭:ଏଜ୍‌ବାଷ୍ଟନ ଗ୍ରାଉଣ୍ଡରେ ଚାଲିଥିବା କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ବିଜୟ ପଥରେ ଅଗ୍ରସର ହୋଇଛି। ଭାରତ ଦ୍ୱିତୀୟ ଇନିଂସରେ ୨୪୫ ରନ୍‌ରେ ଅଲ୍‌ଆଉଟ ହେବାରୁ ଇଂଲଣ୍ଡ ସମ୍ମୁଖରେ ୩୭୮ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ସୋମବାର ୪ର୍ଥ ଦିବସ ଖେଳ ଶେଷ ବେଳକୁ ଇଂଲଣ୍ଡ ୩ ଉଇକେଟ ହରାଇ ୨୫୯ ରନ ସଂଗ୍ରହ କରିଛି। ଫଳରେ ୭ଟି ଉଇକେଟ ସୁରକ୍ଷିତ ଥାଇ ଦଳ ବିଜୟ ଲକ୍ଷ୍ୟଠାରୁ ମାତ୍ର ୧୧୯ ରନ ଦୂରରେ ରହିଛି। ଜୋ ରୁଟ୍‌ ୭୬ (୧୧୨ ବଲ, ୯ ଚୌକା) ଓ ଜନି ବେୟାରଷ୍ଟୋ ୭୨ (୮୭ ବଲ, ୮ ଚୌକା, ୧ ଛକା) ରନରେ ଅପରାଜିତ ରହି ଅସମାପ୍ତ ୪ର୍ଥ ଉଇକେଟରେ ୧୫୦ ରନର ଭାଗୀଦାରି ଗଢ଼ିଛନ୍ତି। ପୂର୍ବରୁ ଆଲେକ୍ସ ଲିସ୍‌ ୫୬ ଓ ଜ୍ୟାକ କ୍ରଲି ୪୬ ରନକରି ଆଉଟ ହୋଇଛନ୍ତି।
ତୃତୀୟ ଦିବସର ଅସମାପ୍ତ ଦ୍ୱିତୀୟ ଇନିଂସ ୧୨୫/୩ରୁ ଭାରତ ଖେଳ ଆରମ୍ଭ କରିଥିଲା। ଚେତେଶ୍ୱର ପୂଜାରା ଓ ରିଷଭ ପନ୍ତ ସତର୍କତାର ସହ ଖେଳି ଇନିଂସକୁ ଆଗେଇ ନେଇଥିଲେ। ତେବେ ପୂର୍ବ ସ୍କୋରରେ ଆଉ ୨୮ ରନ୍‌ ଯୋଗ ହେବାପରେ ଭାରତକୁ ପ୍ରଥମ ଝଟ୍‌କା ଦେଇଥିଲେ ଷ୍ଟୁଆର୍ଟ ବ୍ରଡ୍‌। ସେ ପୂଜାରାଙ୍କୁ ବ୍ୟାକ୍‌ଓ୍ବାର୍ଡ ପଏଣ୍ଟରେ ଆଲେକ୍ସ ଲିସ୍‌ଙ୍କ ହାତରେ କ୍ୟାଚ କରାଇ ଇଂଲଣ୍ଡ ପାଇଁ ପ୍ରଥମ ସଫଳତା ଆଣିଥିଲେ। ପୂର୍ବଦିନ ଅର୍ଦ୍ଧଶତକ ହାସଲ କରିସାରିଥିବା ପୂଜାରା ମୋଟ ୬୬ (୧୬୮ ବଲ, ୬ ଚୌକା) ରନ କରି ପାଭିଲିୟନ ଫେରିଥିଲେ। ଦୁର୍ବଳ ଫର୍ମ ଜାରି ରଖି ଶ୍ରେୟାସ ଆୟାର ୧୯ ରନ୍‌ କରି ଆଉଟ ହୋଇଥିବାବେଳେ ପ୍ରଥମ ଇନିଂସରେ ଶତକ ହାସଲକାରୀ ପନ୍ତ ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ପୂରଣ କରିଥିଲେ। ତେବେ ସେ ଏହାକୁ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ସେ ୮୬ ବଲ୍‌ରୁ ୮ ଚୌକା ସହାୟତାରେ ୫୭ ରନ୍‌ କରିଥିବାବେଳେ ସ୍ପିନର ଜ୍ୟାକ୍‌ ଲିଚ୍‌ଙ୍କ ବଲ୍‌କୁ ରିଭର୍ସ ସୁଇପ୍‌ ଖେଳିବାକୁ ଯାଇ ସ୍ଲିପ୍‌ରେ ଜୋ ରୁଟ୍‌ଙ୍କୁ କ୍ୟାଚ୍‌ ଦେଇ କ୍ରିଜ୍‌ ଛାଡ଼ିଥିଲେ। ଭାରତର ଶେଷଭାଗ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସ। ସେ ମହମ୍ମଦ ଶାମି (୧୩ ରନ), ରବୀନ୍ଦ୍ର ଜାଡେଜା (୨୩) ଓ ଯଶପ୍ରୀତ୍‌ ବୁମ୍‌ରା (୭)ଙ୍କୁ ଆଉଟ କରି ଭାରତର ଦ୍ୱିତୀୟ ଇନିଂସ୍‌କୁ ୨୪୫ ରନ୍‌ରେ ଶେଷ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଷ୍ଟୋକ୍ସ ମୋଟ ୪ ଉଇକେଟ ନେଇଥିବାବେଳେ ଅନ୍ୟ ଇଂଲଣ୍ଡ ବୋଲରଙ୍କ ମଧ୍ୟରେ ଷ୍ଟୁଆର୍ଟ ବ୍ରଡ୍‌ ଓ ମାଥ୍ୟୁ ପଟ୍ଟ୍ସ ୨ଟି ଲେଖାଏ ଏବଂ ଜେମ୍ସ ଆଣ୍ଡରସନ ଓ ଜ୍ୟାକ୍‌ ଲିଚ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ: ଇନ୍ଧନ ପାଲଟିଛି ଅସ୍ତ୍ର

ତେହରାନ୍‌,୨୦।୩: ଆମେରିକା-ଇରାନ୍‌ ଯୁଦ୍ଧକୁ ୨୦ ଦିନ ବିତିଛି । ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ-ପ୍ରତ୍ୟାକ୍ରମଣ ଆହୁରି ତୀବ୍ର ହୋଇଛି। ଆମେରିକା ଓ ଇସ୍ରାଏଲ ଇରାନକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ…

ଶରୀର ପାଇଁ ଉପକାରୀ ପଖାଳ: ମିଳିବ ଏସବୁ ଫାଇଦା

‘ପଖାଳ’ କେବଳ ଏକ ଖାଦ୍ୟ ନୁହେଁ, ବରଂ ଓଡ଼ିଆଙ୍କ ସହ ଜଡ଼ିତ ଏକ ଭାବପ୍ରବଣତା। ସାରା ବିଶ୍ୱରେ ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ନା କାହିଁକି ପଖାଳ ପ୍ରତି…

ADR ରିପୋର୍ଟ, ୭୩ ରାଜ୍ୟ ସଭା ସଦସ୍ୟଙ୍କ ନାମରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୨୦।୩୩(ପି.ଟି.): ରାଜ୍ୟ ସଭାର ମୋଟ ସଦସ୍ୟ ସଂଖ୍ୟାର ପ୍ରାୟ ୩୨ ପ୍ରତିଶତଙ୍କ ନାମରେ ଆପରାଧିକ ମାମଲା ରହିଥିଲାବେଳେ ୧୪ ପ୍ରତିଶତ ଅରବପତି ବୋଲି ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌…

ଉଚ୍ଛେଦ ଆଗରୁ ଥଇଥାନ କର: ଜିଲାପାଳଙ୍କୁ ଫେରାଦ ପଡ଼ାବାସୀ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ରାସ୍ତା ପ୍ରଶସ୍ତୀକରଣ, ଡ୍ରେନ୍‌ ନିର୍ମାଣ ଏବଂ ଅନ୍ୟ ବିକାଶମୂଳକ ପ୍ରକଳ୍ପକୁ ଆଖି ଆଗରେ ରଖି ଏଭଳି…

ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଅଧ୍ୟକ୍ଷଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୦।୩: ଏଚ୍‌ଡିଏଫ୍‌ସି ବ୍ୟାଙ୍କର ପାର୍ଟଟାଇମ୍‌ ଅଧ୍ୟକ୍ଷ ଅତନୁ ଚକ୍ରବର୍ତ୍ତୀ ବୁଧବାର ଅଚାନକ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ବ୍ୟାଙ୍କର ପ୍ରଶାସନ, ମନୋନୟନ ଓ ବେତନ କମିଟି…

ମା’ ସମଲେଶ୍ବରୀଙ୍କ ବ୍ରହ୍ମଚାରିଣୀ ବେଶ: ସକାଳୁ ସକାଳୁ ଭକ୍ତଙ୍କ ସମାଗମ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି ହୋଇଛି। ଦ୍ବିତୀୟ ଦିବସ ଶୁକ୍ରବାରରେ ଦେବୀ ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଇଛନ୍ତି…

ଇରାନର ପରମାଣୁ ଶକ୍ତି ଶେଷ…ମୃତ୍ୟୁର କଳ୍ପନାଜଳ୍ପନା ମଧ୍ୟରେ ନେତାନ୍ୟାହୁ କହିଲେ ‘ମୁଁ ଏବେ ବି ଜୀବିତ ଅଛି’

ନୂଆଦିଲ୍ଲୀ,୨୦।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ ପ୍ରମୁଖ ବିବୃତ୍ତି ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ…

ଆଧାର ଅପ୍‌ଡେଟ୍‌ ସମୟସୀମା ଧାର୍ଯ୍ୟ କର, UIDAIକୁ ସିଇସିଙ୍କ ପରାମର୍ଶ

ନୂଆଦିଲ୍ଲୀ,୨୦।୩(ପି.ଟି.): ଆଧାର ସଂକ୍ରାନ୍ତ ବିବରଣୀ ଅପ୍‌ଡେଟ୍‌ (ଅଧୁନାତନ)ରେ ବିଳମ୍ବ ଘଟୁଥିବାରୁ କେନ୍ଦ୍ରୀୟ ସୂଚନା ଆୟୋଗ(ସିଇସି) ଏ ନେଇ ସମୟସୀମା ଧାର୍ଯ୍ୟ କରିବାକୁ ଏକକ ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri