Posted inଖେଳ

ଦିନେ ତାଙ୍କ ପ୍ରତିଭାକୁ ଚିହ୍ନିଥିଲେ ଗୌତମ ଗମ୍ଭୀର, ଆଜି ଭାରତୀୟ ଦଳରେ ପାଇଲେ ସ୍ଥାନ

ସିଡନୀ,୭।୧: ଭାରତୀୟ ଦ୍ରୁତ ବୋଲର ନବଦୀପ ସଇନି ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଛନ୍ତି। ଫଳରେ ସେ ଭାରତର ୨୯୯ତମ ଟେଷ୍ଟ କ୍ରିକେଟର ହୋଇଛନ୍ତି। ଆହତ ଉମେଶ ଯାଦବଙ୍କ ସ୍ଥାନରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ପାଇଁ ସେ ଏକାଦଶରେ ସ୍ଥାନ ପାଇଛନ୍ତି। ମେଲବୋର୍ନ ଟେଷ୍ଟରେ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସରେ ଚତୁର୍ଥ ଓଭରରେ ଉମେଶ ଆହତ ହୋଇଥିଲେ। ଖେଳୁଥିବା ଏକାଦଶରେ ତାଙ୍କ ସ୍ଥାନ ପାଇଁ ଶାର୍ଦ୍ଦୁଲ ଠାକୁର ମଧ୍ୟ ପ୍ରତିଦ୍ୱନ୍ଦ୍ୱୀ ହୋଇଥିବାବେଳେ ଟି ନଟରାଜନ ମଧ୍ୟ ଟେଷ୍ଟ ଦଳରେ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ଚୟନ କମିଟି ୨୮ ବର୍ଷୀୟ ଦ୍ରୁତ ବୋଲର ସଇନିଙ୍କୁ ନେଇଥିଲେ।
ହରିୟାଣାର କର୍ଣ୍ଣଲରେ ଜନ୍ମଗ୍ରହଣ କରିଥିବା ଏହି ଦ୍ରୁତ ବୋଲର ଗତ ବର୍ଷ ଅଗଷ୍ଟରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ ଏବଂ ଏପର୍ଯ୍ୟନ୍ତ ୭ଟି ଏକଦିବସୀୟ ଏବଂ ୧୦ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ସେ ଏକଦିବସୀୟରେ ୧୩ ଉଇକେଟ ଏବଂ ଟି -୨୦ରେ ୬ଟି ଉଇକେଟ ନେଇଛନ୍ତି। ଏବେ ସେ ଜସପ୍ରୀତ ବୁରାଏବଂ ମହମ୍ମଦ ସିରାଜଙ୍କ ସହ ସିଡନୀ ଟେଷ୍ଟରେ ଦ୍ରୁତ ବୋଲିଂ ବିଭାଗର ଦାୟତ୍ୱ ଗ୍ରହଣ କରିବେ। ସଇନି ସିଡନୀରେ ଅଷ୍ଟ୍ରେଲିଆ ଏ ବିପକ୍ଷରେ ଏକ ଅଭ୍ୟାସ ମ୍ୟାଚ ଖେଳିଥିଲେ ଯେଉଁଥିରେ ସେ ତିନି ଉଇକେଟ ନେଇଥିଲେ। ହାରାହାରି ୨୮.୪୬ରେ ୪୬ ପ୍ରଥମ ଶ୍ରେଣୀ ମ୍ୟାଚରେ ସଇନି ୧୨୮ ଉଇକେଟ ନେଇଛନ୍ତି। ତାଲିକା ଏ ମ୍ୟାଚରେ ମଧ୍ୟ ତାଙ୍କର ରେକର୍ଡ ଉତ୍କୃଷ୍ଟ। ସେଠାରେ ସେ ମାତ୍ର ୫୪ଟି ମ୍ୟାଚରେ ୮୧ ଉଇକେଟ ନେଇଛନ୍ତି। ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ଖେଳିଥିବା ସଇନି ୭.୩୫ ହାରରେ ୫୮ଟି ଟି -୨୦ ମ୍ୟାଚରେ ୪୯ ଉଇକେଟ ନେଇଛନ୍ତି। ପୂର୍ବତନ ଓପନର ଗୌତମ ଗମ୍ଭୀର ମଧ୍ୟ ସଇନିଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଥିଲେ। ୬ ବର୍ଷ ତଳେ ଗମ୍ଭୀର ସଇନିଙ୍କ ପ୍ରତିଭାକୁ ଚିହ୍ନଟ କରିଥିଲେ ଓ ତାଙ୍କୁ ସାହଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri