Posted inଜାତୀୟ

ସିଏଏକୁ ବିରୋଧ ବଢ଼ୁଛି

ନୂଆଦିଲ୍ଲୀ/ଗୁଆହାଟୀ/କୋଲକାତା,୧୩ା୩: ଲୋକ ସଭା ନିର୍ବାଚନକୁ କିଛି ସପ୍ତାହ ବାକି ଥିବାବେଳେ କେନ୍ଦ୍ର ସରକାର ଦେଶରେ ଲାଗୁ କରିଥିବା ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ), ୨୦୧୯କୁ ବିରୋଧ ବଢ଼ିବାରେ ଲାଗିଛି। ଏହି ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ମଙ୍ଗଳବାର ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ ହୋଇଛି। ଅନେକ ମୁସଲମାନ ସଙ୍ଗଠନ ଓ ବିରୋଧୀ ଦଳ ଏହାର କାର୍ଯ୍ୟକାରିତା ଉପରେ ରୋକ ଲଗାଇବା ପାଇଁ ଦାବି କରିଛନ୍ତି। ଆସାମରେ ୩୦ରୁ ଅଧିକ ସଙ୍ଗଠନ ସିଏଏକୁ ବିରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।
୨୦୧୯ରେ ପାର୍ଲାମେଣ୍ଟରେ ଗୃହୀତ ହେବାର ୪ ବର୍ଷ ପରେ ସୋମବାର ଏହି ବିବାଦୀୟ ଆଇନକୁ ତତ୍କାଳ ଲାଗୁ କରିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଉକ୍ତ ଆଇନ ଅନୁସାରେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଭାରତକୁ ଆସିଥିବା ଅଣମୁସଲିମ୍‌ ଶରଣାର୍ଥୀମାନଙ୍କୁ ନାଗରିକତ୍ୱ ପ୍ରଦାନ କରାଯିବ। କିନ୍ତୁ ବିଦେଶାଗତ ମୁସଲମାନ ଶରଣାର୍ଥୀ ଭାରତର ନାଗରିକତ୍ୱ ପାଇଁ ଆବେଦନ କରିପାରିବେ ନାହିଁ ବୋଲି ଉକ୍ତ ଆଇନରେ ସ୍ପଷ୍ଟ ଉଲ୍ଲେଖ ରହିଛି। ତେଣୁ ଏହାକୁ ଅଧିକାଂଶ ମୁସଲିମ୍‌ ସଙ୍ଗଠନ ବିରୋଧ କରୁଛନ୍ତି। ଉକ୍ତ ଆଇନ ବିରୋଧରେ ପୂର୍ବରୁ ଦାଖଲ ହୋଇଥିବା ରିଟ୍‌ ପିଟିଶନଗୁଡ଼ିକର ଶୁଣାଣି ନ ହେବା ପର୍ଯ୍ୟନ୍ତ ନାଗରିକତ୍ୱ ସଂଶୋଧନ ନିୟମ, ୨୦୨୪ କାର୍ଯ୍ୟକାରୀ ନ କରିବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେବା ସକାଶେ ସର୍ବୋଚ୍ଚ ଅଦାଲତରେ ଆଉ ଏକ ଆବେଦନ କରାଯାଇଛି। ପୂର୍ବରୁ ସିଏଏକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିବା ଇଣ୍ଡିଆନ୍‌ ୟୁନିୟନ୍‌ ମୁସ୍‌ଲିମ ଲିଗ୍‌ (ଆଇୟୁଏମ୍‌ଏଲ୍‌) ମଙ୍ଗଳବାର ପୁଣି ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛି। ମୂଳ ୨୫୦ ଆବେଦନର ଶୁଣାଣି ଶେଷ ନ ହେବା ଯାଏ ଯେପରି ମୁସଲମାନ ସମ୍ପ୍ରଦାୟ ବିରୋଧରେ କୌଣସି ପ୍ରକାର କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ, ସେଥିଲାଗି କେନ୍ଦ୍ରକୁ ନିର୍ଦ୍ଦେଶ ଦେବାକୁ ଆଇୟୁଏମ୍‌ଏଲ୍‌ ଅଦାଲତଙ୍କୁ ନିବେଦନ କରିଛି। ଏଥିସହ ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ନାଗରିକତ୍ୱ ପାଇବା ପାଇଁ ଆବେଦନ କରିବାକୁ ସାମୟିକ ଭାବେ ଅନୁମତି ପ୍ରଦାନ କରିବା ସକାଶେ କେନ୍ଦ୍ରକୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଅନୁରୋଧ କରାଯାଇଛି। ସରକାର ଆଇନ ଆଣିବା ପରେ ୪.୫ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କଲେ । ସୁପ୍ରିମକୋର୍ଟଙ୍କ ରାୟ ଆସିବା ଯାଏ ଅପେକ୍ଷା କରିବାରେ ଅସୁବିଧା ନାହିଁ ବୋଲି ଆଇୟୁଏମ୍‌ଏଲ୍‌ ଏଥିରେ ଉଲ୍ଲେଖ କରିଛି। ଏହାବାଦ୍‌ ଡେମୋକ୍ରାଟିକ୍‌ ୟୁଥ୍‌ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ମଧ୍ୟ ନାଗରିକତ୍ୱ (ସଂଶୋଧନ) ନିୟମ, ୨୦୨୪ ଉପରେ ସ୍ଥଗିତାଦେଶ ଜାରି କରିବା ପାଇଁ ଏକ ପୃଥକ୍‌ ଆବେଦନ କରାଯାଇଛି।
ସୁପ୍ରିମକୋର୍ଟରେ ସିଏଏ ବିରୋଧରେ ଆଇନଗତ ଲଢ଼େଇ ଜାରି ରହିଥିବାବେଳେ ଆସାମରେ ନାଗରିକତ୍ୱ ସଂଶୋଧନ ଆଇନକୁ କଡ଼ା ବିରୋଧ କରାଯାଇଛି। ଆସାମର ୩୦ରୁ ଊର୍ଦ୍ଧ୍ୱ ସଙ୍ଗଠନ ଏହାର ପ୍ରତିବାଦରେ ଆଇନର କପି ପୋଡ଼ିବା ସହ ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଆସୋମ ଜାତୀୟତାବାଦୀ ଯୁବ ଛାତ୍ର ପରିଷଦ (ଏଜଓ୍ବୋଇସିପି) ଲକ୍ଷୀମପୁରରେ କୁଶପୁତ୍ତଳିକା ଦାହ କରିଥିବାବେଳେ କଂଗ୍ରେସ ବିଭିନ୍ନ ଭାଗରେ ବିକ୍ଷୋଭ ବେଳେ ଆଇନର ନକଲଗୁଡ଼ିକୁ ଜାଳିଦେଇଛି। ଆସାମ ବିଧାନସଭାର ବିରୋଧୀ ଦଳ ନେତା ଦେବବ୍ରତ ସାଇକିଆଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଗୁଆହାଟୀସ୍ଥିତ ରାଜ୍ୟ ମୁଖ୍ୟାଳୟ ରାଜୀବ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସିପିଆଇଏମ୍‌ ପକ୍ଷରୁ ମଧ୍ୟ କାମରୁପର ରଙ୍ଗିଆ ସହରରେ ସିଏଏ କାର୍ଯ୍ୟକାରିତା ବିରୋଧରେ ବିକ୍ଷୋଭ କରାଯାଇଛି। ବିଭିନ୍ନ କଲେଜରେ ଛାତ୍ର ସଙ୍ଗଠନଗୁଡ଼ିକ ବିକ୍ଷାଭ ଶୋଭାଯାତ୍ରାର ଆୟୋଜନ କରିଛନ୍ତି। ଶିବସାଗର ଜିଲାରେ ରାଇଜୋର ଦଳ, କୃଷକ ମୁକ୍ତି ସଂଗ୍ରାମ ସମିତି ଓ ଛାତ୍ର ମୁକ୍ତି ପରିଷଦ ସମେତ ବିଧାୟକ ଅଖିଳ ଗୋଗୋଇ ବିବାଦୀୟ ଆଇନକୁ ବିରୋଧ କରି କେନ୍ଦ୍ର ସରକାର ବିରୋଧରେ ସ୍ଲୋଗାନ ଦେଇଛନ୍ତି। ଅନ୍ୟପକ୍ଷେ ୧୬ ଦଳକୁ ନେଇ ଗଠିତ ୟୁନାଇଟେଡ୍‌ ଅପୋଜିଶନ ଫୋରମ୍‌ ଆସାମ (ୟୁଓଏଫ୍‌ଏ) ତରଫରୁ ଦିଆଯାଇଥିବା ୧୨ ଘଣ୍ଟିଆ ‘ହରବତମକ ହରତାଳ’କୁ ବିଶେଷ ସମର୍ଥନ ମିଳିନାହିଁ।
ଦିଲ୍ଲୀରେ ଜାମିଆ ମିଲିଆ ଇସ୍‌ଲାମିଆ ୟୁନିଭର୍ସିଟି ଛାତ୍ରୀଛାତ୍ର ସିଏଏ ପ୍ରତ୍ୟାହାର ଦାବିରେ ବିକ୍ଷୋଭ କରିଛନ୍ତି। ବିଶ୍ୱବିଦ୍ୟାଳୟର ଏକ ଗେଟ୍‌ ନିକଟରେ ଖବରଦାତା ସମ୍ମିଳନୀରେ ବିକ୍ଷୋଭକାରୀ ଛାତ୍ରୀଛାତ୍ର କହିଛନ୍ତି, ସିଏଏକୁ ଉଚ୍ଛେଦ କରାଯାଉ। ଏଥିସହ ପ୍ରାୟ ୪ ବର୍ଷ ପୂର୍ବେ ସିଏଏ ବିରୋଧୀ ଆନ୍ଦୋଳନ ବେଳେ ଗିରଫ ହୋଇଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ମୁକ୍ତ କରାଯାଉ। ସେମାନଙ୍କ ବିରୋଧରେ ରୁଜୁ ମାମଲାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ଏହି ସମୟରେ ‘ଦିଲ୍ଲୀ ପୋଲିସ ଓ୍ବାପସ ଯାଓ’ ଏବଂ ‘ଇନ୍‌କିଲାବ ଜିନ୍ଦାବାଦ’ ସ୍ଲୋଗାନ ଦିଆଯାଇଥିଲା। ସିପିଆଇଏମ୍‌ ପଲିଟ୍‌ ବ୍ୟୁରୋ ପକ୍ଷରୁ ଜାରି ଏକ ବିବୃତିରେ ଧର୍ମୀୟ ପରିଚୟ ଆଧାରରେ ନାଗରିକତ୍ୱ ସଂଯୋଗକାରୀ ସିଏଏକୁ ଭାରତୀୟ ସମ୍ବିଧାନର ଧର୍ମନିରପେକ୍ଷ ସିଦ୍ଧାନ୍ତ ପରିପନ୍ଥୀ ବୋଲି ଦର୍ଶାଯାଇଛି। ତାମିଲ ସୁପରଷ୍ଟାର ବିଜୟ ଏହାକୁ ଅଗ୍ରହଣୀୟ ଆଇନ ବୋଲି ଅଭିହିତ କରିବା ସହ ତାମିଲନାଡ଼ୁ ସରକାର ଏହି ଆଇନକୁ କାର୍ଯ୍ୟକାରୀ କରନ୍ତୁ ନାହିଁ ବୋଲି ପରାମର୍ଶ ଦେଇଛନ୍ତି। ତାମିଝା ଭେତ୍ରି କାଝାଗାମ ନାମରେ ନୂଆ ଦଳ ଗଢ଼ିଥିବା ବିଜୟ ଏକ ପ୍ରେସ୍‌ ରିଲିଜରେ କହିଛନ୍ତି, ବିଭାଜନବାଦୀ ରାଜନୀତି ପାଇଁ ସିଏଏକୁ କାର୍ଯ୍ୟକାରୀ କରାଯାଉଛି। ଏହାଦ୍ୱାରା ସାମାଜିକ ସହାବସ୍ଥାନର ପରିବେଶ ନଷ୍ଟ ହୋଇଯିବ ବୋଲି ବିଜୟ ସତର୍କ କରାଇଛନ୍ତି।
ଉତ୍ତରପୂର୍ବର ଆଦିବାସୀ ଅଧ୍ୟୁସିତ ଅଞ୍ଚଳରେ ଲାଗୁ ହେବ ନାହିଁ
ନୂଆଦିଲ୍ଲୀ,୧୨ା୩(ପି.ଟି.): ସିଏଏ ଉତ୍ତରପୂର୍ବର ଅଧିକାଂଶ ଆଦିବାସୀ ଅଧ୍ୟୁସିତ ଅଞ୍ଚଳରେ ଲାଗୁହେବ ନାହିଁ। ସମ୍ବିଧାନର ଷଷ୍ଠ ପରିଚ୍ଛେଦ ଅଧୀନରେ ସ୍ବତନ୍ତ୍ର ପାହ୍ୟା ପାଇଥିବା ଅଞଚଳଗୁଡ଼ିକରେ ମଧ୍ୟ ଏହା କାର୍ଯ୍ୟକାରୀ ହେବ ନାହିଁ। ସୋମବାରଠାରୁ ଲାଗୁ ହୋଇଥିବା ଏହି ଆଇନ ଉତ୍ତରପୂର୍ବ ରାଜ୍ୟଗୁଡ଼ିକର ଇନର ଲାଇନ୍‌ ପରମିଟ୍‌ (ଆଇଏଲ୍‌ପି) ଶାସନାଧୀନ ଅଞ୍ଚଳରେ ମଧ୍ୟ କାର୍ଯ୍ୟକାରୀ ହେବ ନାର୍ହି। ଆଇଏଲ୍‌ପି ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମିଜୋରାମ ଓ ମଣିପୁରରେ ବଳବତ୍ତର ରହିଛି। ଦେଶର ଅନ୍ୟ ଭାଗରୁ ଏହି ରାଜ୍ୟକୁ ଆସିବାକୁ ହେଲେ ସମ୍ପୃକ୍ତ ରାଜ୍ୟ ସରକାରଙ୍କଠାରୁ ସ୍ବତନ୍ତ୍ର ଭାବେ ଅନୁମତି ନେବାକୁ ପଡ଼ିଥାଏ। ଆସାମ, ମେଘାଳୟ, ମିଜୋରାମ ଓ ତ୍ରିପୁରାର ଅଟୋନମସ୍‌ କାଉନ୍‌ସିଲ ରହିଥିବା ଅଞ୍ଚଳରେ ମଧ୍ୟ ଏହା ଲାଗୁ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri