ଇ-ମାର୍କେଟରେ ଦେଶୀ ବ୍ରାଣ୍ଡ୍‌ର ଚାହିଦା ବୃଦ୍ଧି

ନୂଆଦିଲ୍ଲୀ,୨୧।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କମ୍ପାନୀଗୁଡିକର ସ୍ବଦେଶୀ ବ୍ରାଣ୍ଡର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଇ-ମାର୍କେଟ୍‌ ଜରିଆରେ କାରବାର କରୁଥିବା ଇଲେକ୍ଟ୍ରୋନିକ୍ସ କମ୍ପାନୀ ଗୁଡିକ ଧୀରେ ଧୀରେ ଇଲେକ୍ଟ୍ରୋନିକ ବଜାରରେ ପ୍ରଭାବ ବିସ୍ତାର କରୁଛନ୍ତି। ଏପରିକି ବିଶ୍ୱର ତୃତୀୟ ବୃହତ୍‌ ଅର୍ଥନୀତିର ଦେଶ ଭାରତ ଇ-ବଜାରକୁ ଆୟତ୍ତ କରିବା ନେଇ ଯେଉଁ ସ୍ବପ୍ନ ଦେଖିଥିଲା ତାକୁ ଦେଶର କିଛି ପ୍ରମୁଖ ସ୍ବଦେଶୀ ବ୍ରାଣ୍ଡ ସାକାର କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ଭାରତୀୟ ଇ-ଉପକରଣ ବଜାରରେ ୫୫%ର ବଜାର କାରବାର ଦେଶୀ କମ୍ପାନୀଗୁଡ଼ିକର ରହିଛି। ଏପରିକି ଇ-ମାର୍କେଟରେ ଗୋଇନ୍ଦା ତଥ୍ୟ ସଂଗ୍ରହ କରୁଥିବା ଘରୋଇ ସଂସ୍ଥା ଆଇଡିସି ଇଣ୍ଡିଆ ପକ୍ଷରୁ ନିକଟରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଥିଲା। ବିଶେଷକରି ଇ-ଉପକରଣ ମଧ୍ୟରେ ପିନ୍ଧିବା, ଶୁଣିବା ଓ ପାୱାର ଉପକରଣ ଭଳି ଅନେକ କିଛି ଉତ୍ପାଦ ସାମିଲ ରହିଛି। ସେହିଭଳି ପିନ୍ଧିବାଯୋଗ୍ୟ ଇ-ଉପକରଣର ନୂଆ ନୂଆ ସୁବିଧା ଯୁକ୍ତ ଉତ୍ପାଦନ, ବିଭିନ୍ନ ଲୋଭନୀୟ ଅଫର ଓ ଅପେକ୍ଷାକୃତ ଶସ୍ତା ନୀତି ଯୋଗୁ ସମ୍ପୃକ୍ତ ବ୍ରାଣ୍ଡ୍‌ଗୁଡ଼ିକ ବଜାରରେ ଆଶାଠାରୁ ଭଲ କାରବାର କରିବାର ସକ୍ଷମ ହୋଇପାରିଛି। ଏପରିକି ବିଶ୍ୱ ଅର୍ଥନୈତିକ ମାନ୍ଦାବସ୍ଥା ଭୟର ମୋବାଇଲ ଉତ୍ପାଦନ କମୁଥିବା ବେଳେ ଭାରତୀୟ ପିନ୍ଧିବାଯୋଗ୍ୟ ଇ-ଉପକରଣ ବ୍ରାଣ୍ଡ୍‌ଗୁଡ଼ିକର ଉତ୍ପାଦନ କିନ୍ତୁ ଦ୍ୱିଗୁଣା ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ବର୍ତ୍ତମାନ ସ୍ଥିତିରେ ଭାରତର ପ୍ରମୁଖ ୫ଟି ପିନ୍ଧିବାଯୋଗ୍ୟ ଇ-ଉପକରଣ ମଧ୍ୟରୁ ଟପ୍‌-୩ରେ ୩ ଭାରତୀୟ ବ୍ରାଣ୍ଡ୍‌ ଇମାଜିନ ମାର୍କେଟିଂ କମ୍ପାନୀର ବୋଟ୍‌ ୩୨% ଚାହିଦା ଥିବାବେଳେ ନେକ୍ସବେସ୍‌ ନଏଜ୍‌ର ୧୪% ଓ ଫାୟାର ବୋଲ୍ଟ ୯%ର ଶେୟାର ରହିଥିବା ଜଣାପଡ଼ିଛି। ଅପରପକ୍ଷରେ ଚାଇନାର ୱାନ୍‌ ପ୍ଲସ୍‌ ୮% ରୁ ଅଧିକ ଏବଂ ରିୟଲ ମି ୪% ରୁ ଅଧିକ ବଜାର କାରବାର ରହିଛି। ଚାଇନାର ଉକ୍ତ ଦୁଇ ବ୍ରାଣ୍ଡ୍‌ ସମେତ ଭାରତ ର ୩ ପ୍ରମୁଖ ବ୍ରାଣ୍ଡ୍‌ ପିନ୍ଧିବାଯୋଗ୍ୟ ଇ-ଉପକରଣରେ ସାମିଲ ଅଛନ୍ତି।
ଉଲ୍ଲେଖଯୋଗ୍ୟ, ସାରା ବିଶ୍ୱରେ ଉଦ୍ୟୋଗ ଜଗତ ପାଇଁ କରୋନା ମହାମାରୀ ଏକ ବଡ଼ ଚ୍ୟାଲେଞ୍ଜ ଆଣିଥିଲା। ଏଭଳି ନିଅଣ୍ଟିଆ ସ୍ଥିତି ଯୋଗୁ ଭାରତୀୟ ସ୍ମାର୍ଟଫୋନ୍‌ ବଜାରରେ ୬୨% ଶେୟାର ହାସଲ କରିଥିବା ଚାଇନା ସ୍ମାର୍ଟଫୋନ୍‌ କମ୍ପାନୀଗୁଡ଼ିକ ଫୋନ ମାର୍କେଟରୁ ଧ୍ୟାନ ହଟାଇପାରିଲେ ନାହିଁ। ତାହା ସହିତ ଯୋଗାଣରେ ବାଧା ଉପୁଜିବା ଆଦି ସମସ୍ୟା ଯୋଗୁ ଚାଇନା କମ୍ପାନୀଗୁଡ଼ିକ ପିନ୍ଧିବାଯୋଗ୍ୟ ଇ-ଉପକରଣ ବଜାରକୁ ଦଖଲ କରିପାରିଲେ ନାହିଁ ବୋଲି ବଜାର ବିଶେଷଜ୍ଞମାନେ ଆଶଙ୍କା କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri