ଇ-ମାର୍କେଟରେ ଦେଶୀ ବ୍ରାଣ୍ଡ୍‌ର ଚାହିଦା ବୃଦ୍ଧି

ନୂଆଦିଲ୍ଲୀ,୨୧।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କମ୍ପାନୀଗୁଡିକର ସ୍ବଦେଶୀ ବ୍ରାଣ୍ଡର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଇ-ମାର୍କେଟ୍‌ ଜରିଆରେ କାରବାର କରୁଥିବା ଇଲେକ୍ଟ୍ରୋନିକ୍ସ କମ୍ପାନୀ ଗୁଡିକ ଧୀରେ ଧୀରେ ଇଲେକ୍ଟ୍ରୋନିକ ବଜାରରେ ପ୍ରଭାବ ବିସ୍ତାର କରୁଛନ୍ତି। ଏପରିକି ବିଶ୍ୱର ତୃତୀୟ ବୃହତ୍‌ ଅର୍ଥନୀତିର ଦେଶ ଭାରତ ଇ-ବଜାରକୁ ଆୟତ୍ତ କରିବା ନେଇ ଯେଉଁ ସ୍ବପ୍ନ ଦେଖିଥିଲା ତାକୁ ଦେଶର କିଛି ପ୍ରମୁଖ ସ୍ବଦେଶୀ ବ୍ରାଣ୍ଡ ସାକାର କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ଭାରତୀୟ ଇ-ଉପକରଣ ବଜାରରେ ୫୫%ର ବଜାର କାରବାର ଦେଶୀ କମ୍ପାନୀଗୁଡ଼ିକର ରହିଛି। ଏପରିକି ଇ-ମାର୍କେଟରେ ଗୋଇନ୍ଦା ତଥ୍ୟ ସଂଗ୍ରହ କରୁଥିବା ଘରୋଇ ସଂସ୍ଥା ଆଇଡିସି ଇଣ୍ଡିଆ ପକ୍ଷରୁ ନିକଟରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଥିଲା। ବିଶେଷକରି ଇ-ଉପକରଣ ମଧ୍ୟରେ ପିନ୍ଧିବା, ଶୁଣିବା ଓ ପାୱାର ଉପକରଣ ଭଳି ଅନେକ କିଛି ଉତ୍ପାଦ ସାମିଲ ରହିଛି। ସେହିଭଳି ପିନ୍ଧିବାଯୋଗ୍ୟ ଇ-ଉପକରଣର ନୂଆ ନୂଆ ସୁବିଧା ଯୁକ୍ତ ଉତ୍ପାଦନ, ବିଭିନ୍ନ ଲୋଭନୀୟ ଅଫର ଓ ଅପେକ୍ଷାକୃତ ଶସ୍ତା ନୀତି ଯୋଗୁ ସମ୍ପୃକ୍ତ ବ୍ରାଣ୍ଡ୍‌ଗୁଡ଼ିକ ବଜାରରେ ଆଶାଠାରୁ ଭଲ କାରବାର କରିବାର ସକ୍ଷମ ହୋଇପାରିଛି। ଏପରିକି ବିଶ୍ୱ ଅର୍ଥନୈତିକ ମାନ୍ଦାବସ୍ଥା ଭୟର ମୋବାଇଲ ଉତ୍ପାଦନ କମୁଥିବା ବେଳେ ଭାରତୀୟ ପିନ୍ଧିବାଯୋଗ୍ୟ ଇ-ଉପକରଣ ବ୍ରାଣ୍ଡ୍‌ଗୁଡ଼ିକର ଉତ୍ପାଦନ କିନ୍ତୁ ଦ୍ୱିଗୁଣା ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ବର୍ତ୍ତମାନ ସ୍ଥିତିରେ ଭାରତର ପ୍ରମୁଖ ୫ଟି ପିନ୍ଧିବାଯୋଗ୍ୟ ଇ-ଉପକରଣ ମଧ୍ୟରୁ ଟପ୍‌-୩ରେ ୩ ଭାରତୀୟ ବ୍ରାଣ୍ଡ୍‌ ଇମାଜିନ ମାର୍କେଟିଂ କମ୍ପାନୀର ବୋଟ୍‌ ୩୨% ଚାହିଦା ଥିବାବେଳେ ନେକ୍ସବେସ୍‌ ନଏଜ୍‌ର ୧୪% ଓ ଫାୟାର ବୋଲ୍ଟ ୯%ର ଶେୟାର ରହିଥିବା ଜଣାପଡ଼ିଛି। ଅପରପକ୍ଷରେ ଚାଇନାର ୱାନ୍‌ ପ୍ଲସ୍‌ ୮% ରୁ ଅଧିକ ଏବଂ ରିୟଲ ମି ୪% ରୁ ଅଧିକ ବଜାର କାରବାର ରହିଛି। ଚାଇନାର ଉକ୍ତ ଦୁଇ ବ୍ରାଣ୍ଡ୍‌ ସମେତ ଭାରତ ର ୩ ପ୍ରମୁଖ ବ୍ରାଣ୍ଡ୍‌ ପିନ୍ଧିବାଯୋଗ୍ୟ ଇ-ଉପକରଣରେ ସାମିଲ ଅଛନ୍ତି।
ଉଲ୍ଲେଖଯୋଗ୍ୟ, ସାରା ବିଶ୍ୱରେ ଉଦ୍ୟୋଗ ଜଗତ ପାଇଁ କରୋନା ମହାମାରୀ ଏକ ବଡ଼ ଚ୍ୟାଲେଞ୍ଜ ଆଣିଥିଲା। ଏଭଳି ନିଅଣ୍ଟିଆ ସ୍ଥିତି ଯୋଗୁ ଭାରତୀୟ ସ୍ମାର୍ଟଫୋନ୍‌ ବଜାରରେ ୬୨% ଶେୟାର ହାସଲ କରିଥିବା ଚାଇନା ସ୍ମାର୍ଟଫୋନ୍‌ କମ୍ପାନୀଗୁଡ଼ିକ ଫୋନ ମାର୍କେଟରୁ ଧ୍ୟାନ ହଟାଇପାରିଲେ ନାହିଁ। ତାହା ସହିତ ଯୋଗାଣରେ ବାଧା ଉପୁଜିବା ଆଦି ସମସ୍ୟା ଯୋଗୁ ଚାଇନା କମ୍ପାନୀଗୁଡ଼ିକ ପିନ୍ଧିବାଯୋଗ୍ୟ ଇ-ଉପକରଣ ବଜାରକୁ ଦଖଲ କରିପାରିଲେ ନାହିଁ ବୋଲି ବଜାର ବିଶେଷଜ୍ଞମାନେ ଆଶଙ୍କା କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ନଦୀରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ, ପ୍ରଶାସନକୁ ଘେରିଲା କଂଗ୍ରେସ

ହିଞ୍ଜିଳିକାଟୁ, ୧୬।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁରେ ବୁଧବାର ପୂର୍ବାହ୍ନରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଘଟିଛି ଅଘଟଣ। ହିଞ୍ଜିଳିକାଟୁ ନିକଟ ଘୋଡ଼ାହାଡ଼ ନଦୀରେ ବୁଡ଼ି ୨…

WPL : ଅକ୍ଟୋବର ୨୮ରେ ହେବ ନିଲାମ; ଘୋଷଣା କରାଯାଇଛି ଭେନ୍ୟୁ

ନୂଆଦିଲ୍ଲୀ,୧୬।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆଗାମୀ ମହିଳା ପ୍ରିମିୟର ଲିଗ (WPL) ସିଜିନ ପାଇଁ ନିଲାମର ତାରିଖ ଏବଂ ସ୍ଥାନ ଘୋଷଣା କରିଛି। BCCI…

ନା ସ୍ମାର୍ଟଫୋନ ନା କାର୍ଡ; ପାପୁଲିରେ କରିବେ ପେମେଣ୍ଟ, UPI କୁ ଟକ୍କର ଦେବ ପାମ ସ୍କାନ!

ନୂଆଦିଲ୍‌ଲୀ,୧୬।୯: ଡିଜିଟାଲ ପେମେଣ୍ଟ ଦୁନିଆରେ ଯେଉଁଠି ଭାରତର ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ (UPI) ଆଜି ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଛି, ସେଇଠି ଚାଇନା କାରବାରର…

ଗୋଟିଏ ଦିନର ବ୍ରାଣ୍ଡ ପ୍ରମୋସନ ପାଇଁ ବୈଭବ ସୂର୍ଯ୍ୟବଂଶୀ ନିଅନ୍ତି କେତେ ଟଙ୍କା? ପରିମାଣ ଶୁଣଲେ ହୋସ ଉଡିଯିବ

ନୂଆଦିଲ୍ଲୀ,୧୬।୯: ୧୫ ବର୍ଷୀୟ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଉଛି। ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରି ବୈଭବ ନିଜ ପାଇଁ ଏକ…

ବୁଧଙ୍କ ବଡ଼ ଗୋଚର: ୩ ରାଶିଙ୍କ ଫିଟିବ ଧନଲାଭର ଯୋଗ, ଚାକିରିରେ ବଡ଼ ପ୍ରମୋଶନ!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନ ଏବଂ ସେମାନଙ୍କ ସ୍ଥିତିରେ ହେଉଥିବା ପରିବର୍ତ୍ତନକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ବିଶ୍ୱାସ ରହିଛି ଯେ ବୁଧ ଗ୍ରହ ହେଉଛନ୍ତି ବୁଦ୍ଧି,…

ପାଟ୍ରୋଲିଂ ବେଳେ ମଦବେପାରୀଙ୍କୁ ଧରିଲା ପୋଲିସ

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଏଏସ୍‌ଆଇ ଏନ. ତ୍ରିପତୀ ରେଡ୍ଡୀ, କନଷ୍ଟେବଳ ଏସ୍‌.କେ ରାଜେଶ ଉଦ୍ଦିନ, ବଳରାମ ପାତ୍ର ପ୍ରମୁଖ ସଦଳବଳ…

ବଡ଼ଖେମୁଣ୍ଡି ରାଜକୁମାର ମୋହନ ପ୍ରସାଦ ଦେବଙ୍କ ପରଲୋକ; ରାଜ ଶ୍ମଶାନରେ ହେଲା ଅନ୍ତିମ ସଂସ୍କାର, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ବଡ଼ଖେମୁଣ୍ଡି ରାଜକୁମାର ମୋହନ ପ୍ରସାଦ ଦେବଙ୍କ ଦେହାନ୍ତ ହୋଇଛି । ଗଞ୍ଜାମ ଜିଲାର ତତ୍କାଳୀନ ବଡ଼ଖେମୁଣ୍ଡି ରାଜ୍ୟର ଶେଷ ସମ୍ରାଟ ରାଜା ରାମଚନ୍ଦ୍ର…

୧୨ ବର୍ଷ ପରେ ଜୀବିତ ମିଳିଲେ ଶକୁନ୍ତଳା! ଯାହାଙ୍କ ମୃତ୍ୟୁକୁ ନେଇ ସ୍ବାମୀ-ଶ୍ୱଶୁରଙ୍କ ନାଁରେ ହୋଇଥିଲା କେସ୍

ପାଟନା,୧୬ା୯: ବିହାରର ୧୨ ବର୍ଷ ପୁରୁଣା ଏକ ହତ୍ୟା ମାମଲାରେ ଆସିଛି ଚାଞ୍ଚଲ୍ୟକର ମୋଡ଼ । ୨୦୧୪ରେ ନିଖୋଜ ହୋଇଥିବା ଶକୁନ୍ତଳା ଦେବୀଙ୍କୁ ମୃତ ଭାବି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?