ବଢୁଛି କୋଚିଂ, ଟ୍ୟୁଶନର ଚାହିଦା

ନୟାଗଡ଼,୬।୮(ଲୋକନାଥ ମିଶ୍ର)ସରକାରୀ ଅଧ୍ୟାପକମାନେ କୋଚିଂ ସେଣ୍ଟର, ଟିଉଶନ, ବ୍ୟକ୍ତିଗତ ଟିଉଶନ, ଆବାସିକ କଲେଜରେ ସମୟ ଦେଇ ଘଣ୍ଟାକୁ ୫ରୁ ୧୦ ହଜାର ଟଙ୍କା ରୋଜଗାର କରିବାରେ ଲାଗି ପଡିଛନ୍ତି । ସେପଟେ ମୋଟା ଅଙ୍କର ଦରମା ପାଉଥିଲେ ହେଁ କଲେରେ ପାଠ ପଢ଼ାଇବାକୁ ଭୁଲି ଯାଉଛନ୍ତି । ଏଣୁ ନୟାଗଡ଼ ଜିଲାରେ ଥିବା ଏକାଧିକ କଲେଜରେ ଆଉ ପାଠପଢ଼ା ହେଉ ନ ଥିବା ଅଭିଯୋଗ ହୋଇଛି ା ହେଲେ ଏ ସଂକ୍ରାନ୍ତରେ କେହି ପ୍ରଶ୍ନ କରୁ ନାହାନ୍ତି । ଅନ୍ୟପକ୍ଷେ ନିଜ କଲେଜର ଅଧ୍ୟାପକଙ୍କ ପାଖରେ କୋଚିଂ ନେଲେ ପ୍ରାକ୍ଟିକାଲ, ଥିଓରୀରେ ଭଲ ନମ୍ବର ମିଳୁଛି। ଭଲ ନମ୍ବର ଓ ଚାପର ବଶବର୍ତ୍ତି ହୋଇ କେତେଜଣ ଅଭିଭାବକ ନିଜ ଝିଅପୁଅଙ୍କୁ ଅଧ୍ୟାପକଙ୍କ ପାଖକୁ ଛାଡିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପକ୍ଷେ ଛାତ୍ରୀଛାତ୍ର ନିଜ କଲେଜର ଅଧ୍ୟାପକଙ୍କ ପାଖରେ ଟିଉଶନ ନ କଲେ ପ୍ରାକ୍ଟିକାଲ ଓ ଥିଓରୀରେ ନମ୍ବର କାଟିଦେବା ଓ ଫେଲ ହେବାର ଧମକ ମିଳୁଛି । ହେଲେ ଅଭିଯୋଗର ସ୍ବର ନରମି ଯାଉଛି । ଏଭଳିସ୍ଥଳେ କଲେଜର ଅଧ୍ୟକ୍ଷଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ମଧ୍ୟ ନାହିଁ ବୋଲି ବାରମ୍ବାର ଅଭିଯୋଗ ହେଉଛି ା
ଏନେଇ ନୟାଗଡ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ସମାଜତତ୍ତ୍ୱ ବିଭାଗ ଅଧ୍ୟାପିକା ପ୍ରୀୟମ୍ବଦା ଦାଶ କୁହନ୍ତି, ପ୍ରାଇଭେଟ କୋଚିଂ ହେବା ଦ୍ୱାରା କଲେଜରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ କମ ରହୁଛି । କଲେଜରେ ଶିକ୍ଷା ପ୍ରତି ଛାତ୍ରୀଛାତ୍ରଙ୍କ ଆଗ୍ରହ ରହୁ ନାହିଁ । ନିଜେ ପଢ଼ିବା ଓ ଜ୍ଞାନ ଆହରଣ କରିବାର ପ୍ରବୃତ୍ତି କମି ଯାଉଛି । ଛାତ୍ରୀଛାତ୍ର ବହି ପଢ଼ୁ ନାହାନ୍ତି । କେବଳ ପରୀକ୍ଷା ଉପଯୋଗୀ କ୍ଷୁଦ୍ର ପ୍ରଶ୍ନ ଉତ୍ତର କରୁଛନ୍ତି । କଲେଜର ଅଧ୍ୟକ୍ଷମାନେ ଅଧ୍ୟାପକଙ୍କ କାର୍ଯ୍ୟ ଉପରେ ଦୃଷ୍ଟି ନ ଦେବାରୁ କୋଚିଂ ସେଣ୍ଟର ବଢ଼ି ଚାଲିଛି । ଗରୀବରୁ ଗରୀବ ଛାତ୍ରୀଛାତ୍ର କୋଚଂ ସେଣ୍ଟରରେ ପଢ଼ିବାକୁ ବାଧ୍ୟ ହେଉଛନ୍ତି। କଲେଜରେ ପାଠପଢ଼ାର ମାନ କମି ଯାଉଛି । ତଥାପି ଏହା ସମାଜରେ ସମୟ ଉପଯୋଗୀ ବୋଲି ସେ କହିଛନ୍ତି। ବୋଲଗଡ କଲେଜର ଅବସରପ୍ରପାପ୍ତ ପ୍ରାଧ୍ୟାପକ କୈଳାଶ ବାଣ୍ଠ କୁହନ୍ତି କୌଣସି ଅଧ୍ୟାପକ ପାଇଭେଟ କୋଚିଂରେ ପାଠ ପଢ଼ାଇ ପାରିବେ ନାହିଁ । ଏହା ପ୍ରମାଣିତ ହେଲେ ଅଧ୍ୟାପକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୂୁଷ୍ଠାନ ନେବା ପାଇଁ ସୁପାରିଶ ହୋଇପାରିବ । ତେବେ କଲେଜର ଅଧ୍ୟକ୍ଷ ଓ ରାଜନୀତି ଲୋକଙ୍କୁ ହାତ ବାରିଶି କରି ଅଧ୍ୟାପକମାନେ ଆଇନକୁ ଶୀତଳଭଣ୍ଡାରକୁ ଫୋପାଡି ବେଆଇନ ଭାବେ ଟିଉଶନ କରି ଚାଲିଛନ୍ତି। ନିଜେ ଅଧ୍ୟାପକ ଟିଉଶନ, କୋଚିଂ ସେଣ୍ଟର ମାଲିକ ହୋଇ ପାଠ ପଢ଼ାଉଛନ୍ତି। ଛାତ୍ରୀଛାତ୍ର ବୁଝି ନ ପାରିଲେ କଲେଜରେ ଟିଉଟୋରିଆଲ ଓ ପ୍ରୋକ୍‌ଟିରିଆଲ କ୍ଲାସ ବ୍ୟବସ୍ଥା ଅଛି। ଏକଷ୍ଟ୍ରା କ୍ଲାସ କରିବାର ମଧ୍ୟ ସୁବିଧା କରାଯାଇ ପାରିବ। ହେଲେ ଏହାକୁ ଅଧ୍ୟକ୍ଷ କାର୍ଯ୍ୟକାରୀ କରୁ ନାହାନ୍ତି । ସେହିପରି ଅଧ୍ୟାପକଙ୍କ ପ୍ରୋଗ୍ରେସ ରିପୋର୍ଟକୁ ଅଧ୍ୟକ୍ଷ ତର୍ଜମା କରୁ ନାହାନ୍ତି । କୋର୍ସ କେତେ ବାକି ରହିଲା, କେବେ ଶେଷ ହେବ, କାହିଁକି ଶେଷ ହେଉ ନାହିଁ, ଛାତ୍ରୀଛାତ୍ର କିପରି ଭଲ ପଢ଼ିବେ ସେନେଇ ମଧ୍ୟ ପଦକ୍ଷେପ ନାହିଁ । ଏଣୁ ମାନସିକତାରେ ପରିବର୍ତ୍ତନ ନ ଆସିଲେ ସୁଧାର ଆସିବନି। ସରକାର କରିଥିବା ନିୟମକୁ କଡାକଡି ପାଳନ କରିବା ଦରକାର ବୋଲିି କହିଛନ୍ତି। ରଣପୁରର ଶିକ୍ଷାବିତ୍‌ ଅଭୟ କୁମାର ମହାପାତ୍ର କୁହନ୍ତି, ବେଆଇନ କାମ ଗୁଡାକ ଆଇନତଃ ଠିକରେ ଚାଲିଛି। ଶିକ୍ଷା ଏକ ଧାର୍ମିକ ବୃତ୍ତି । ଶିକ୍ଷାଦାନକୁ ରୋଜଗାରର ମାଧ୍ୟମ କରାଯାଉଥିବାରୁ ଏପରି ଅଚଳାବସ୍ଥା ଦେଖା ଦେଇଛି। ସରକାର ଏହାର ତର୍ଜମା କରି କଲେଜର ପାଠପଢ଼ାକୁ ବଦଳାଇବାକୁ ପଦକ୍ଷେପ ନିଅନ୍ତୁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri