ବଢ଼ାଇଦେଲେ ବଜାର ଦର

ଅନୁଗୋଳ ଅଫିସ,୫ା୫ – ଲକ୍‌ଡାଉନ୍‌ ନେଇ ରାଜ୍ୟ ସରକାରଙ୍କ ଘୋଷଣା ପୂର୍ବରୁ ଅନୁଗୋଳ ବଜାରରେ ଆଳୁ ଦର ଠିକ୍‌ଠାକ୍‌ ଥିଲା। ପରିବା ମୂଲ୍ୟ ମଧ୍ୟ ସେପରି ଅଧିକ ନ ଥିଲା। ବଜାର ଅପେକ୍ଷା ବିଭିନ୍ନ ହାଟରେ ଏହା ଶସ୍ତାରେ ଖାଉଟିଙ୍କୁ ମିଳୁଥିଲା। ହେଲେ ଆସନ୍ତା ୫ ରୁ ୧୯ ତାରିଖ ଯାଏ ରାଜ୍ୟ ଲକ୍‌ଡାଉନ୍‌ ହେବ ବୋଲି ଗତ ରବିବାର ସରକାର ଘୋଷଣା କରିବା ପରଠାରୁ ଅନୁଗୋଳ ସହରର ବିଭିନ୍ନ ବଜାରରେ ଖାଦ୍ୟ ସାମଗ୍ରୀ ମୂଲ୍ୟ ବଢ଼ିବା ଆରମ୍ଭ ହୋଇଛି। ଏପରି କି ମଙ୍ଗଳବାର ସହରରେ ପ୍ରବଳ ଭିଡ଼ରୁ ଫାଇଦା ଉଠାଇ କେତେଜଣ ଅସାଧୁ ବ୍ୟବସାୟୀ ଆଳୁ କିଲୋ ପିଛା ୧୦ ଟଙ୍କା ବଢ଼ାଇଥିବା ବେଳେ ପିଆଜ ଓ ପରିବା ମଧ୍ୟ ଉଚ୍ଚା ଦରରେ ବିକ୍ରି କରିଥିବା ସୂଚନା ମିଳିଛି।


ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଏବେ ଲଗାତର ୮ ହଜାର ଉପରେ ରହୁଛି। ଗତ ୧ ତାରିଖରେ ଏହା ପ୍ରଥମ ଥର ପାଇଁ ୧୦ ହଜାର ଟପିଯାଇଥିଲା। ତେଣୁ ଆଗାମୀ ଦିନରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାର ଆଶଙ୍କା କରି ରାଜ୍ୟ ସରକାର ଆସନ୍ତା ବୁଧବାରଠାରୁ ୧୪ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ତେବେ ସପ୍ତାହାନ୍ତ ଶଟ୍‌ଡାଉନ୍‌ ବ୍ୟତୀତ ଲକ୍‌ଡାଉନ ସମୟରେ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଯାଏ ରାଶନ, ପରିବା, ମାଛ, ମାଂସ, ଅଣ୍ଡା, ଫଳ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ତଥାପି ଲକ୍‌ଡାଉନ୍‌ ପୂର୍ବରୁ ବିଭିନ୍ନ ସାମଗ୍ରୀ କିଣିନେବାକୁ ଅନୁଗୋଳ ବଜାରରେ ମଙ୍ଗଳବାର ପ୍ରବଳ ଭିଡ଼ ଲାଗିଥିଲା। ଆଗାମୀ ଦିନରେ ଏସବୁ ସାମଗ୍ରୀ ନ ମିଳିବା ଆଶଙ୍କା କରି ଲୋକେ ବସ୍ତା ବସ୍ତା ଆଳୁ ପିଆଜ ଓ ପରିବା କିଣିନେଉଥିବା ଦେଖାଯାଇଥିଲା। ତେଣୁ ଚାହିଦାକୁ ଦେଖି ଅସାଧୁ ବ୍ୟବସାୟୀମାନେ ମୂଲ୍ୟ ବଢ଼ାଇ ଦେଇଥିଲେ। କେତେକ ସ୍ଥାନରେ ଆଳୁ ହଠାତ ୧୫ରୁ ୨୦ ଟଙ୍କା ବଢ଼ିଯାଇଥିବା ବେଳେ ଆଉ କେତେଜଣ ବ୍ୟବସାୟୀ କିଲୋ ପିଛା ୧୦ ଟଙ୍କା ବଢ଼ାଇ ୨୫ ଟଙ୍କା କରିଦେଇଥିଲେ। ସେହିପରି ପିଆଜ ମଧ୍ୟ ୩୦ ଟଙ୍କାରେ ବିକ୍ରି ହେଉଥିଲା। ଅନ୍ୟ ଦିନରେ ବାଇଗଣ, ଟମାଟୋର ୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ମଙ୍ଗଳବାର ତାହା ୩୦ ଟଙ୍କାରୁ ଅଧିକ ହୋଇଯାଇଥିଲା। ପୋଟଳ ୫୦ ଟଙ୍କା ଡେଇଁଯାଇଥିଲା। ଦର ଯେତେ ଉଚ୍ଚା ରହିଥିଲେ ମଧ୍ୟ ଲୋକେ ତାହାକୁ ଖାତିର ନ କରି ବ୍ୟାଗ ଭର୍ତ୍ତି କରିବା କିଣିନେଇଥିଲେ। ତେବେ ସବୁଠାରୁ ଅଧିକ ଅସୁବିଧାରେ ପଡ଼ିଥିଲେ ଗରିବ ଖାଉଟି। ମୂଲ ମଜୁରି ଲାଗି ଯେଉଁମାନେ ଦୈନିକ ସଉଦା, ପରିବା କିଣନ୍ତି ସେମାନଙ୍କୁ ଏପରି ଚଢ଼ା ମୂଲ୍ୟ ବେଶ୍‌ ବାଧିଥିଲା।
ମନଇଚ୍ଛା ମୂଲ୍ୟ ନେଲେ
ଲକ୍‌ଡାଉନ୍‌ ପୂର୍ବରୁ ବଜାରରେ ଭିଡ଼ ବଢ଼ିଯାଇଥିଲା। ଏହାକୁ ବହୁ ଅସାଧୁ ବ୍ୟବସାୟୀ ସୁଯୋଗ ଭାବେ ଭାବିନେଇ ମନଇଚ୍ଛା ମୂଲ୍ୟ ନେଇଥିଲେ। ଖାଉଟିମାନେ ମଧ୍ୟ ଶୀଘ୍ର ଭିଡ଼ ଭିତରୁ ବାହାରିଯିବାକୁ ଦାବି ମୁତାବକ ଦର ଦେଇ ସାମଗ୍ରୀମାନ କିଣି ନେଇଥିଲେ। ଗରିବ ଖାଉଟିମାନଙ୍କୁ ଏହା ବାଧୁଥିଲେ ମଧ୍ୟ ସେମାନଙ୍କ ନିକଟରେ କୌଣସି ବିକଳ୍ପ ନାହିଁ।
-ଜିତେନ୍ଦ୍ର ପ୍ରହରାଜ, ଅନୁଗୋଳ
ଚିହ୍ନଟ କରି ଦଣ୍ଡ ଦିଆଯାଉ
ଅନୁଗୋଳ ସହରର ବହୁ ବ୍ୟବସାୟୀ ବିଭିନ୍ନ ସାମଗ୍ରୀର ମୂଲ୍ୟ ବଢ଼ାଇ ଦେଇଥିଲେ। ଅଧିକ ଦରରେ କିଣୁଥିବାରୁ ମୂଲ୍ୟ ବଢ଼ାଇ ନେଉଥିବା ସେମାନେ କହୁଥିଲେ। ଇଚ୍ଛା ନ ହେଲେ ସାମଗ୍ରୀ ନିଅ ନାହିଁ ବୋଲି ରୋକ୍‌ଠୋକ୍‌ ଜଣାଇ ଦେଉଥିଲେ। ଏପରି ଅସାଧୁ ବ୍ୟବସାୟୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।
-ଅନିଲ ପଟ୍ଟନାୟକ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri