ବଢ଼ାଇଦେଲେ ବଜାର ଦର

ଅନୁଗୋଳ ଅଫିସ,୫ା୫ – ଲକ୍‌ଡାଉନ୍‌ ନେଇ ରାଜ୍ୟ ସରକାରଙ୍କ ଘୋଷଣା ପୂର୍ବରୁ ଅନୁଗୋଳ ବଜାରରେ ଆଳୁ ଦର ଠିକ୍‌ଠାକ୍‌ ଥିଲା। ପରିବା ମୂଲ୍ୟ ମଧ୍ୟ ସେପରି ଅଧିକ ନ ଥିଲା। ବଜାର ଅପେକ୍ଷା ବିଭିନ୍ନ ହାଟରେ ଏହା ଶସ୍ତାରେ ଖାଉଟିଙ୍କୁ ମିଳୁଥିଲା। ହେଲେ ଆସନ୍ତା ୫ ରୁ ୧୯ ତାରିଖ ଯାଏ ରାଜ୍ୟ ଲକ୍‌ଡାଉନ୍‌ ହେବ ବୋଲି ଗତ ରବିବାର ସରକାର ଘୋଷଣା କରିବା ପରଠାରୁ ଅନୁଗୋଳ ସହରର ବିଭିନ୍ନ ବଜାରରେ ଖାଦ୍ୟ ସାମଗ୍ରୀ ମୂଲ୍ୟ ବଢ଼ିବା ଆରମ୍ଭ ହୋଇଛି। ଏପରି କି ମଙ୍ଗଳବାର ସହରରେ ପ୍ରବଳ ଭିଡ଼ରୁ ଫାଇଦା ଉଠାଇ କେତେଜଣ ଅସାଧୁ ବ୍ୟବସାୟୀ ଆଳୁ କିଲୋ ପିଛା ୧୦ ଟଙ୍କା ବଢ଼ାଇଥିବା ବେଳେ ପିଆଜ ଓ ପରିବା ମଧ୍ୟ ଉଚ୍ଚା ଦରରେ ବିକ୍ରି କରିଥିବା ସୂଚନା ମିଳିଛି।


ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଏବେ ଲଗାତର ୮ ହଜାର ଉପରେ ରହୁଛି। ଗତ ୧ ତାରିଖରେ ଏହା ପ୍ରଥମ ଥର ପାଇଁ ୧୦ ହଜାର ଟପିଯାଇଥିଲା। ତେଣୁ ଆଗାମୀ ଦିନରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାର ଆଶଙ୍କା କରି ରାଜ୍ୟ ସରକାର ଆସନ୍ତା ବୁଧବାରଠାରୁ ୧୪ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ତେବେ ସପ୍ତାହାନ୍ତ ଶଟ୍‌ଡାଉନ୍‌ ବ୍ୟତୀତ ଲକ୍‌ଡାଉନ ସମୟରେ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଯାଏ ରାଶନ, ପରିବା, ମାଛ, ମାଂସ, ଅଣ୍ଡା, ଫଳ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ତଥାପି ଲକ୍‌ଡାଉନ୍‌ ପୂର୍ବରୁ ବିଭିନ୍ନ ସାମଗ୍ରୀ କିଣିନେବାକୁ ଅନୁଗୋଳ ବଜାରରେ ମଙ୍ଗଳବାର ପ୍ରବଳ ଭିଡ଼ ଲାଗିଥିଲା। ଆଗାମୀ ଦିନରେ ଏସବୁ ସାମଗ୍ରୀ ନ ମିଳିବା ଆଶଙ୍କା କରି ଲୋକେ ବସ୍ତା ବସ୍ତା ଆଳୁ ପିଆଜ ଓ ପରିବା କିଣିନେଉଥିବା ଦେଖାଯାଇଥିଲା। ତେଣୁ ଚାହିଦାକୁ ଦେଖି ଅସାଧୁ ବ୍ୟବସାୟୀମାନେ ମୂଲ୍ୟ ବଢ଼ାଇ ଦେଇଥିଲେ। କେତେକ ସ୍ଥାନରେ ଆଳୁ ହଠାତ ୧୫ରୁ ୨୦ ଟଙ୍କା ବଢ଼ିଯାଇଥିବା ବେଳେ ଆଉ କେତେଜଣ ବ୍ୟବସାୟୀ କିଲୋ ପିଛା ୧୦ ଟଙ୍କା ବଢ଼ାଇ ୨୫ ଟଙ୍କା କରିଦେଇଥିଲେ। ସେହିପରି ପିଆଜ ମଧ୍ୟ ୩୦ ଟଙ୍କାରେ ବିକ୍ରି ହେଉଥିଲା। ଅନ୍ୟ ଦିନରେ ବାଇଗଣ, ଟମାଟୋର ୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ମଙ୍ଗଳବାର ତାହା ୩୦ ଟଙ୍କାରୁ ଅଧିକ ହୋଇଯାଇଥିଲା। ପୋଟଳ ୫୦ ଟଙ୍କା ଡେଇଁଯାଇଥିଲା। ଦର ଯେତେ ଉଚ୍ଚା ରହିଥିଲେ ମଧ୍ୟ ଲୋକେ ତାହାକୁ ଖାତିର ନ କରି ବ୍ୟାଗ ଭର୍ତ୍ତି କରିବା କିଣିନେଇଥିଲେ। ତେବେ ସବୁଠାରୁ ଅଧିକ ଅସୁବିଧାରେ ପଡ଼ିଥିଲେ ଗରିବ ଖାଉଟି। ମୂଲ ମଜୁରି ଲାଗି ଯେଉଁମାନେ ଦୈନିକ ସଉଦା, ପରିବା କିଣନ୍ତି ସେମାନଙ୍କୁ ଏପରି ଚଢ଼ା ମୂଲ୍ୟ ବେଶ୍‌ ବାଧିଥିଲା।
ମନଇଚ୍ଛା ମୂଲ୍ୟ ନେଲେ
ଲକ୍‌ଡାଉନ୍‌ ପୂର୍ବରୁ ବଜାରରେ ଭିଡ଼ ବଢ଼ିଯାଇଥିଲା। ଏହାକୁ ବହୁ ଅସାଧୁ ବ୍ୟବସାୟୀ ସୁଯୋଗ ଭାବେ ଭାବିନେଇ ମନଇଚ୍ଛା ମୂଲ୍ୟ ନେଇଥିଲେ। ଖାଉଟିମାନେ ମଧ୍ୟ ଶୀଘ୍ର ଭିଡ଼ ଭିତରୁ ବାହାରିଯିବାକୁ ଦାବି ମୁତାବକ ଦର ଦେଇ ସାମଗ୍ରୀମାନ କିଣି ନେଇଥିଲେ। ଗରିବ ଖାଉଟିମାନଙ୍କୁ ଏହା ବାଧୁଥିଲେ ମଧ୍ୟ ସେମାନଙ୍କ ନିକଟରେ କୌଣସି ବିକଳ୍ପ ନାହିଁ।
-ଜିତେନ୍ଦ୍ର ପ୍ରହରାଜ, ଅନୁଗୋଳ
ଚିହ୍ନଟ କରି ଦଣ୍ଡ ଦିଆଯାଉ
ଅନୁଗୋଳ ସହରର ବହୁ ବ୍ୟବସାୟୀ ବିଭିନ୍ନ ସାମଗ୍ରୀର ମୂଲ୍ୟ ବଢ଼ାଇ ଦେଇଥିଲେ। ଅଧିକ ଦରରେ କିଣୁଥିବାରୁ ମୂଲ୍ୟ ବଢ଼ାଇ ନେଉଥିବା ସେମାନେ କହୁଥିଲେ। ଇଚ୍ଛା ନ ହେଲେ ସାମଗ୍ରୀ ନିଅ ନାହିଁ ବୋଲି ରୋକ୍‌ଠୋକ୍‌ ଜଣାଇ ଦେଉଥିଲେ। ଏପରି ଅସାଧୁ ବ୍ୟବସାୟୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।
-ଅନିଲ ପଟ୍ଟନାୟକ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

ଜାଲ୍‌ ଲାଇସେନ୍ସରେ ବନ୍ଧୁକ ବେପାର, ୩ ଗିରଫ

ରାଉରକେଲା,୩୧।୧୨(ସଙ୍ଗୀତା ଜେନା): ରାଉରକେଲା ଜିଲା ପୋଲିସ ସୋମବାର ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆନ୍ତଃ ରାଜ୍ୟ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିଛି। ଜାଲ୍‌...

ବରଗଡ଼କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ହେବ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ରାଜମହଲ

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। କେବଳ ବରଗଡ଼, ପଶ୍ଚିମ ଓଡ଼ିଶା, ଓଡ଼ିଶା କିମ୍ବା ଭାରତ ନୁହେଁ, ଦେଶ ବାହାର...

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri