୧୧୦ ଦେଶରେ କରୋନା ସଂକ୍ରମଣରେ ବୃଦ୍ଧି, ଚେତାବନୀ ଜାରି କଲା ଡବ୍ଲୁଏଚଓ…

ଜେନେଭା, ୩୦।୬ : ବିଶ୍ୱ ସୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) କହିଛି ଯେ କରୋନା ଭାଇରସ ମହାମାରୀର ଭାରିଆଣ୍ଟ ବଦଳୁଛି କିନ୍ତୁ ଏହା ଶେଷ ହୋଇନାହିଁ। ପୃଥିବୀର ୧୧୦ଟି ଦେଶରେ କରୋନା ମାମଲା ବୃଦ୍ଧି ପାଉଛି ବୋଲି ଡବ୍ଲୁଏଚଓ ଚେତାବନୀ ଦେଇଛି। ଡବ୍ଲୁଏଚଓର ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟସସ ଏଭଳି କହିଛନ୍ତି। ଭବିଷ୍ୟତରେ ଉତ୍ପନ୍ନ ହେଉଥିବା ନୂତନ ଭାରିଆଣ୍ଟ ଉପରେ ନଜର ରଖିବା ଜରୁରୀ। ବର୍ତ୍ତମାନ ଅନେକ ସ୍ଥାନରେ ବିଏ.୪ ଏବଂ ବିଏ.୫ ଭାରିଆଣ୍ଟ ସଂକ୍ରମଣ ବୃଦ୍ଧି ପାଉଛି। ଫଳରେ ବିଶ୍ୱସ୍ତରରେ କରୋନା ମାମଲାରେ ୨୦ ପ୍ରତିଶତ ବୃଦ୍ଧି ଘଟିିଛି। ତେବେ ବିଶ୍ୱସ୍ତରରେ ମୃତ୍ୟୁ ସଂଖ୍ୟା ସ୍ଥିର ରହିଛି ବୋଲି ସେ କହିଛନ୍ତି। ତେବେ କେତେକ ଦେଶରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି।

ବିଶ୍ୱ ଜନସଂଖ୍ୟାର ପ୍ରାୟ ୭୦ ପ୍ରତିଶତଙ୍କ ପାଇଁ କରୋନା ଟିକା ଉପଲବ୍ଧ କରିବାକୁ ଡବ୍ଲୁଏଚଓ ସମସ୍ତ ଦେଶକୁ ନିବେଦନ କରିଛି।

ସେ କହିଛନ୍ତି ଯେ ଗତ ୧୮ ମାସ ମଧ୍ୟରେ ବିଶ୍ୱରେ ୧୨ ବିଲିୟନରୁ ଅଧିକ ଟିକା ବିତରଣ କରାଯାଇଛି। କିନ୍ତୁ ଏବେ ମଧ୍ୟ ସ୍ବଳ୍ପ ଆୟକାରୀ ଦେଶରେ କୋଟ କୋଟି ଲୋକ, ଲକ୍ଷ ଲକ୍ଷ ସ୍ବାସ୍ଥ୍ୟ କର୍ମୀ ଏବଂ ବୃଦ୍ଧମାନେ ଟିକାକୁ ଅପେକ୍ଷା କରି ବସିଛନ୍ତି। ଏହାର ଅର୍ଥ ଭବିଷ୍ୟତରେ କରୋନା ଲହର ପାଇଁ ସେମାନେ ଅଧିକ ଅସୁରକ୍ଷିତ ହେବାରେ ଲାଗିଛନ୍ତି।

ସେ କହିଛନ୍ତି ଯେ କେବଳ ୫୮ ଟି ଦେଶରେ ୭୦ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇଛି। ରୁୱାଣ୍ଡାର ଉଦାହରଣ ଦେଇ ସେ କହିଛନ୍ତି ସେଠାରେ ଦ୍ୱିତୀୟ ଡୋଜ ଟିକା ହାର ବର୍ତ୍ତମାନ ୬୫ ପ୍ରତିଶତ ଅତିକ୍ରମ କରିଛି। ଡବ୍ଲୁଏଚଓ ମୁଖ୍ୟ କହିଛନ୍ତି ଯେ ସବୁଠାରୁ ବିପଦପୂର୍ଣ୍ଣ ସମ୍ବେଦନଶୀଳ ଗୋଷ୍ଠୀଙ୍କୁ ଏହି ଟିକା ଠିକ ସମୟରେ ଦିଆଯିବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବଂଶୋଦ୍ଭବ ଡାକ୍ତରଙ୍କ ସମ୍ମାନାର୍ଥେ ଚକୋଲେଟ ପ୍ରସ୍ତୁତ କଲା ଏହି ଦେଶର କମ୍ପାନୀ

ଓ୍ବାଶିଂଟନ୍‌,୨୪।୭: ଆମେରିକାର ଏକ ଚକୋଲେଟ କମ୍ପାନୀ ଜଣେ ଭାରତୀୟ ବଂଶୋଦ୍ଭ ଡାକ୍ତରଙ୍କୁ ନିଆରା ଢ଼ଙ୍ଗରେ ସମ୍ମାନିତ କରିଛି। ଉକ୍ତ ଡାକ୍ତରଙ୍କ ସେବା ମନୋଭାବ ଯୋଗୁ କମ୍ପାନୀ...

ପୁଣି ରାଜ୍ୟରେ ୧୧ ମୁଣ୍ଡ ନେଲା କରୋନା: ମୃତ୍ୟୁ ସଂଖ୍ୟା ୫୦୩କୁ ବୃଦ୍ଧି

ଭୁବନେଶ୍ୱର,୧।୯(ବ୍ୟୁରୋ): ରାଜ୍ୟରେ ମଙ୍ଗଳବା ଆଉ ୧୧ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୦୩ ରେ ପହଞ୍ଚିଥିବା...

ଯାଜପୁର ଜିଲାରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଟିମ୍‌

ଯାଜପୁର ଅଫିସ୍‌,୧୩।୫: କେନ୍ଦ୍ରୀୟ ସ୍ବାସ୍ଥ୍ୟ ଟିମ୍‌ ବୁଧବାର ଯାଜପୁର ଜିଲା ଗସ୍ତ କରି ଜିଲାରେ କରୋନା ପଜିଟିଭ୍‌ ସଂଖ୍ୟା ସ୍ଥିତି ଓ ଚିକିତ୍ସା ପ୍ରଣାଳୀ ସହ...

୩ ହଜାର ବର୍ଷ ପୁରୁଣା ସହର

ଇଜିପ୍ଟରେ ‘ଲଷ୍ଟ ଗୋଲ୍ଡେନ୍‌ ସିଟି’ ନାମକ ୩,୦୦୦ ବର୍ଷ ପୁରୁଣା ଏକ ସହର ଠାବ ହୋଇଛି। ପ୍ରତ୍ନତତ୍ତ୍ୱବିତ୍‌ମାନେ ଦାକ୍ଷିଣାତ୍ୟ ସହର ଲକ୍ସରରେ ଖନନ ବେଳେ ଏହାକୁ...

କରୋନା ଆତଙ୍କ: ମୃତ୍ୟୁ ସଂଖ୍ୟା ୨ଲକ୍ଷ ୩୯ ହଜାର ଟପିଲା; ୩୪ ଲକ୍ଷରୁ ଅଧିକ ସଂକ୍ରମିତ

ଓ୍ବାଶିଂଟନ,୨।୫: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀରେ ମୃତକଙ୍କ ସଂଖ୍ୟା ୨ ଲକ୍ଷ ୩୯ ହଜାର ୫୮୬ରେ ପହଞ୍ଚିଛି। ସେହିପରି...

ପ୍ୟାରିସ୍‌ ଜଳୁଛି, ଚାଇନାମୁହାଁ ମାକ୍‌ରଁ

ପ୍ୟାରିସ୍‌,୧।୪: ରୋମ୍‌ ଜଳୁଥିବାବେଳେ ସମ୍ରାଟ ନିରୋ ବଂଶୀ ବାଦନ କରୁଥିଲେ। ବିପତ୍ତି ମାଡ଼ିଆସିଲେ ମୁରବୀଙ୍କ ଦାୟିତ୍ୱହୀନତାକୁ ୬୪ ଖ୍ରୀଷ୍ଟାବ୍ଦର ‘ଗ୍ରେଟ୍‌ ଫାୟାର୍‌ ଅଫ୍‌ ରୋମ୍‌’ ସହ...

ପ୍ରଥମ ମହିଳା ନିର୍ବାଚନ କମିଶନଙ୍କ କରୋନା ସଂକ୍ରମଣରେ ମୃତ୍ୟୁ

ମୁମ୍ବାଇ, ୧୬।୭: ମହାରାଷ୍ଟ୍ରର ପ୍ରଥମ ମହିଳା ନିର୍ବାଚନ କମିଶନ ନୀଲା ସତ୍ୟନାରାୟଣନଙ୍କ କରୋନା ସଂକ୍ରମଣ ଯୋଗୁ ଗୁରୁବାର ମୃତ୍ୟୁ ଘଟିଛି। ସେ ମୁମ୍ବାଇର ସେଭେନ୍‌ ହିଲ୍ସ୍‌...

ଦେଶରେ ବଢିଚାଲିଛି କରୋନା, ଆଜି ୨,୬୪,୨୦୨ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ,୧୪।୧: କରୋନାର ତୃତୀୟ ଲହର ଦେଶରେ ଦ୍ରୁତ ଗତିରେ ବଢିଚାଲିଛି। ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୨,୬୪,୨୦୨ ଥିବା ଜଣାପଡିଛି। ଗୁରୁବାରଠାରୁ ଶୁକ୍ରବାର ୬.୭...

Advertisement
Archives

Model This Week