ବଢ଼ାନ୍ତୁ ପିଲାଙ୍କ ଇମ୍ୟୁନିଟି

କରୋନାରୁ ରକ୍ଷା ପାଇବା ପାଇଁ ଏବେ ସମସ୍ତେ ଇମ୍ୟୁନିଟି ବଢାଇବା ପାଇଁ ଚେଷ୍ଟା ଚଳାଇଛନ୍ତି। ଏଭଳି ଏକ ସମୟରେ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ବାପା ମାଆଙ୍କର ଚିନ୍ତା ବଢିଯାଇଛି। କିନ୍ତୁ ପିଲାଙ୍କ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ପ୍ରାକୃତିକ ଉପାୟ ଆପଣାନ୍ତୁ।
ହେଲଦି ଡାଏଟ: ପିଲାମାନଙ୍କୁ ସବୁବେଳେ ସନ୍ତୁଳିତ ଭୋଜନ ଦିଅନ୍ତୁ। ପ୍ରୋଟିନ, ମିନେରାଲ, ଭିଟାମିନ୍‌, ଅନସାଚୁରେଟେଡ ଫ୍ୟାଟ ଏବଂ ଅନ୍ୟ ସମସ୍ତ ପୋଷକ ତତ୍ତ୍ୱଥିବା ଖାଦ୍ୟ ସନ୍ତୁଳିତ ମାତ୍ରାରେ ଦିଅନ୍ତୁ। ପିଲାଙ୍କ ଇମ୍ୟୁନିଟି ବଢ଼ାଇବା ପାଇଁ ଖଟା ଫଳ, ଗାଜର, ସବୁଜ ପରିବା, ବିନ୍ସ, ଷ୍ଟ୍ରବେରୀ, ଦହି, ରସୁଣ ଓ ଅଦା ଆଦି ଖାଦ୍ୟ ଅଧିକ ଦିଅନ୍ତୁ।
ଭଲ ନିଦ: ଉପଯୁକ୍ତ ମାତ୍ରାରେ ନିଦ ହେବା ଫଳରେ ପିଲାଙ୍କର ଇମ୍ୟୁନ ସିଷ୍ଟମ ଠିକ୍‌ ଭାବେ କାମ କରିଥାଏ। ତେଣୁ ଇନଫେକସନର ସମ୍ଭାବନା କମ୍‌ ରହିଥାଏ। ତେଣୁ ପିଲାଙ୍କୁ ଠିକ୍‌ ସମୟରେ ଶୋଇବାକୁ ଦିଅନ୍ତୁ।
ପରିଷ୍କାର ପରିଚ୍ଛନ୍ନତା: ପିଲାଙ୍କୁ ସବୁ ସମୟରେ ପରିଷ୍କାର ଓ ପରିଚ୍ଛନ୍ନତା ପ୍ରତି ସଚେତନ ରହିବା ଶିଖାନ୍ତୁ। ପ୍ରତିଥର ଖାଇବା ପରେ, ଖେଳିବା ପରେ, ଗୃହପାଳିତ ପଶୁଙ୍କୁ ଛୁଇଁବା ପରେ, ନାକ ସଫା କରିବା ପରେ, ଟଏଲେଟ୍‌ରୁ ଆସିବା ପରେ ଭଲଭାବେ ସାବୁନରେ ହାତ ଧୋଇବାକୁ କୁହନ୍ତୁ। ପରିଷ୍କାର ପରିଚ୍ଛନ୍ନ ପୋଷାକ ପିନ୍ଧିବାକୁ ଦିଅନ୍ତୁ। ଫଳରେ ସେମାନଙ୍କର ଇନଫେକସନ୍‌ ହେବ ନାହିଁ।
ହର୍ବାଲ ଜିନିଷ: ପିଲାମାନଙ୍କୁ ତୁଳସୀ, ଅଁଳା, ମହୁ, ଗୋଲମରିଚ, ଅଦା ଆଦି ବିଭିନ୍ନ ହର୍ବାଲ ଜିନିଷ ଖାଇବା ଶିଖାନ୍ତୁ। ସେମାନଙ୍କର ଇମ୍ୟୁନ ସିଷ୍ଟମ ଭଲ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ପାଚିଲା କଦଳୀ ଖାଇଲେ ଦୂର ହେବ ଏସବୁ ସମସ୍ୟା

କଦଳୀ କଞ୍ଚା ହେଉ କି ପାଚିଲା, ଏଥିରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ପାଚିଲା କଦଳୀ ଖାଇଲେ ତାହା ପାଚନ କ୍ରିୟାକୁ ଆହୁରି ସକ୍ରିୟ...

ସେରୋ ସର୍ଭେ

”ରକ୍ତରେ ପ୍ରତିପିଣ୍ଡ (ଆଣ୍ଟିବଡି) ଜାଣିବା ପାଇଁ ସେରୋସର୍ଭେ କରାଯାଏ। କେରଳ, ମହାରାଷ୍ଟ୍ର, ଦିଲ୍ଲୀ, ଓଡିଶା ପ୍ରଭୃତି ଅନେକ ରାଜ୍ୟ ଏହାକୁ କାର୍ଯ୍ୟକାରୀ କରୁଛନ୍ତି। କରୋନା ସଂକ୍ରମିତ...

ଘର ସଜାନ୍ତୁ ଏମିତି

ଘରକୁ ସୁନ୍ଦରଭାବେ ସଜାଇବା ପାଇଁସମସ୍ତଙ୍କର ଇଚ୍ଛାରହିଥାଏ। ଏଥିପାଇଁ କିଏ ଇଣ୍ଡୋର ପ୍ଲାଣ୍ଟ ଉପରେ ଗୁରୁତ୍ୱ ଦିଅନ୍ତି ତ କିଏ ବିଭିନ୍ନ ଆସବାବପତ୍ର କିଣି ଘରେ ରଖନ୍ତି।...

ଶରୀରରେ ଯଦି ଏହି ବ୍ୟତିକ୍ରମ ଥାଏ

ବିଭିନ୍ନ କାରଣ ହେତୁ କେତେକଙ୍କ ଶରୀରର କୌଣସି ଅଂଶରେ ବ୍ୟତିକ୍ରମ ବା କିଛି ଚିହ୍ନ ଦେଖା ଦେଇଥାଏ। ତେବେ ଏହା ଆମ ଶରୀରକୁ କୌଣସି କ୍ଷତି...

ଦୀର୍ଘାୟୁ ଜୀବନ ଅନ୍ତରାଳେ…

”ଆମେ ପ୍ରତିଦିନ ଜଳଖିଆ କିମ୍ବା ଭାତ, ରୁଟି ଆଦି ଖାଦ୍ୟ ଖାଇଥାଉ। ବେଳେବେଳେ କାଗଜ, କାଗଜ ପ୍ଲେଟ, ଯେକୌଣସି ପତ୍ର ଆଦିରେ ଖାଇଥାଉ। ବହୁତ ଲୋକ...

ରାତ୍ରିଭୋଜନ ପରେ ୧୦ ମିନିଟ ଚାଲନ୍ତୁ ମଧୁମେହ ରୋଗୀ

ଆଜିକାଲି ମଧୁମେହ ସାଧାରଣ ରୋଗରେ ପରିଣତ ହେଲାଣି। ହେଲେ ଏଥିରେ ଆକ୍ରାନ୍ତ ରୋଗୀଙ୍କୁ ଖାଦ୍ୟପେୟଠାରୁ ଆରମ୍ଭ କରି ନିଜର ଜୀବନଚର୍ଯ୍ୟାରେ ପରିବର୍ତ୍ତନ କରିବାକୁ ଡାକ୍ତରମାନେ ପରାମର୍ଶ...

ଉଇଣ୍ଟର ଫ୍ୟାଶନ: ହେଡ୍‌ବ୍ୟାଣ୍ଡ

ଋତୁ ଯାହା ହେଉନା କାହିଁକି ଷ୍ଟାଇଲିଶ୍‌ ଦେଖାଯିବାକୁ ସମସ୍ତେ ଚାହାନ୍ତି। ଆଉ ଶୀତଦିନେ ଷ୍ଟାଇଲିଶ ଲାଗିବା ପାଇଁ ଆଜିକାଲି ବିଭିନ୍ନ ପ୍ରକାର ଓ୍ବିଣ୍ଟରଓ୍ବେର ଆସିଲାଣି। ସେଥିମଧ୍ୟରୁ...

୨୦୨୩ରେ ଚମକିବ ଏହି ୫ ରାଶି ବ୍ୟକ୍ତିଙ୍କ ଭାଗ୍ୟ; ପଦୋନ୍ନତି ସାଙ୍ଗକୁ ବଢ଼ିବ ଦରମା, ବ୍ୟବସାୟରେ ବି…

ଆଉ ଦିନ କେଇଟାରେ ବିଦାୟ ନେବ ବର୍ଷ ୨୦୨୨। ନୂତନ ବର୍ଷକୁ ନେଇ ଏବେଠାରୁ ବଢ଼ିଲାଣି ଉତ୍କଣ୍ଠା। ତେବେ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏହି ବର୍ଷ ଅନେକ...

Advertisement
Archives

Model This Week