Posted inଜାତୀୟ

ଭାରତରେ ବାଲ୍ୟ ବିବାହରେ ବୃଦ୍ଧି, ୧୪ ରାଜ୍ୟରେ ସ୍ଥିତି ସଙ୍କଟ ଜନକ…

ନୂଆଦିଲ୍ଲୀ,୧୬।୧୨ : ନିକଟ ଅତୀତରେ, ବାଲ୍ୟ ବିବାହକୁ ବନ୍ଦ କରିବା କିମ୍ବା ବିଲୋପ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରାଯାଇଛି। ତଥାପି, ଏକ ଅଧ୍ୟୟନର ରିପୋର୍ଟ ଅନୁସାରେ ଏହି ପ୍ରୟାସ ପର୍ଯ୍ୟାପ୍ତ ନୁହେଁ ବୋଲି ଜଣାପଡିଛି । ରିପୋର୍ଟ ଅନୁଯାୟୀ, ଏବେ ମଧ୍ୟ ବି ଦେଶରେ ପ୍ରତି ପାଞ୍ଚ ନାବାଳିକାଙ୍କ ମଧ୍ୟରୁ ଜଣେ ଏବଂ ପ୍ରତି ୬ ଜଣ ପୁଅଙ୍କ ମଧ୍ୟରୁ ଜଣେ ନାବାଳକ ବାଲ୍ୟ ବିବାହ କରୁଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ପତ୍ରିକା ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ – ଲାନସେଟରେ ପ୍ରକାଶିତ ହୋଇଛି । ଏହା ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ ବାଲ୍ୟ ବିବାହକୁ ରୋକିବା ପାଇଁ ଉଦ୍ୟମ ବନ୍ଦ ହୋଇଯାଇଥିବା ପରି ମନେ ହେଉଛି।

ଗତ ପାଞ୍ଚ ବର୍ଷ ମଧ୍ୟରେ ୨୦୧୬ ରୁ ୨୦୨୧ ମଧ୍ୟରେ ବାଲ୍ୟ ବିବାହ ଉପରେ କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି କେତେକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ବାଲ୍ୟ ବିବାହ କମ୍‌ ହୋଇଛି। ୬ଟି ରାଜ୍ୟରେ ନାବାଳିକାମାନଙ୍କର ବାଲ୍ୟ ବିବାହ ବୃଦ୍ଧି ପାଇଛି। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ମଣିପୁର, ପଞ୍ଜାବ, ତ୍ରିପୁରା ଏବଂ ପଶ୍ଚିମବଙ୍ଗ ଅନ୍ତର୍ଭୁକ୍ତ। ଆଠଟି ରାଜ୍ୟରେ ନାବାଳକ ମାନେ ବିବାହ କରୁଛନ୍ତି। ସେସବୁ ରାଜ୍ୟମଧ୍ୟରେ ଛତିଶଗଡ, ଗୋଆ, ମଣିପୁର ଏବଂ ପଞ୍ଜାବ ରହିଛି।

ସୂଚନାଯୋଗ୍ୟ ୧୯୯୩ ରୁ ୨୦୨୧ ମଧ୍ୟରେ ଭାରତର ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ କରାଯାଇଥିଲା। ବାଲ୍ୟ ବିବାହ ଉପରେ ଏହି ଲାନସେଟ ଅଧ୍ୟୟନ ପାଇଁ, ଅନୁସନ୍ଧାନକାରୀମାନେ ଏହି ସର୍ଭେରୁ ତଥ୍ୟ ବ୍ୟବହାର କରିଥିଲେ। ବିଶେଷ କଥା ହେଉଛି ଯେ କେତେକ ରାଜ୍ୟରେ ବାଲ୍ୟ ବିବାହ ବୃଦ୍ଧି ସହିତ ଜାତୀୟ ସ୍ତରରେ ବାଲ୍ୟ ବିବାହରେ ମଧ୍ୟ ହ୍ରାସ ଘଟିଛି। ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନ ଅଧିକାରୀ ଏବଂ ଭାରତ ସରକାରଙ୍କ ସହ ଜଡିତ ଅଧିକାରୀମାନେ ମଧ୍ୟ ଏହି ଅନୁସନ୍ଧାନ ଦଳରେ ଅନ୍ତର୍ଭୁକ୍ତ ହୋଇଥିଲେ।

୧୯୯୩ ରେ, ବାଲ୍ୟ ବିବାହର ଶିକାର ହୋଇଥିବା ଝିଅଙ୍କ ସଂଖ୍ୟା ୪୯ ପ୍ରତିଶତ ଥିଲା। ୨୮ ବର୍ଷ ପରେ ଅର୍ଥାତ ୨୦୨୧ ରେ ଏହା୨୨ ପ୍ରତିଶତରେ ପହଞ୍ଚିଛି। ଜାତୀୟ ସ୍ତରରେ ପୁଅମାନଙ୍କର ବାଲ୍ୟ ବିବାହ ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି। ୨୦୦୬ ରେ, ସାତ ପ୍ରତିଶତ ନାବାଳକ ବିବାହ କରୁଥିଲେ, ଯାହା ୨୦୨୧ରେ ଦୁଇ ପ୍ରତିଶତକୁ ଖସି ଆସିଛି। ତେବେ ଅନୁସନ୍ଧାନକାରୀ ଦଳ ଏହା ଉପରେ ଉଦବେଗ ପ୍ରକାଶ କରି କହିଛନ୍ତି ୨୦୧୬ରୁ ୨୦୨୧ ମଧ୍ୟରେ ବାଲ୍ୟ ବିବାହ ସମାପ୍ତ କରିବାରେ ଅଗ୍ରଗତି ବନ୍ଦ ହୋଇଯାଇଛି। ୨୦୦୬ ରୁ ୨୦୧୬ ମଧ୍ୟରେ ବାଲ୍ୟ ବିବାହର ସର୍ବାଧିକ ହ୍ରାସ ରେକର୍ଡ କରାଯାଇଥିଲା ।

ମିଳିତ ଜାତିସଂଘର ଶିଶୁ ପାଣ୍ଠି ୟୁନିସେଫ ଅନୁସାରେ ବାଲ୍ୟ ବିବାହ ହେଉଛି ମାନବିକ ଅଧିକାରର ଉଲ୍ଲଂଘନ। ଏହାର କାରଣ ହେଉଛି ୧୮ ବର୍ଷରୁ କମ ବୟସ୍କ ବାଳିକା ଏବଂ ୨୧ ବର୍ଷରୁ କମ ବୟସ୍କ ବାଳକମାନଙ୍କ ବିବାହ ହେବା ଦ୍ୱାରା ସେମାନଙ୍କ ବିକାଶ ଉପରେ ପ୍ରଭାବ ପଡୁଛି। ଲିଙ୍ଗଗତ ଅସମାନତା ଯୋଗୁ ବାଲ୍ୟ ବିବାହ ବୃଦ୍ଧି ପାଉଛି।

ମିଳିତ ଜାତିସଂଘ ୨୦୩୦ ସୁଦ୍ଧା ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଏହା ଅନ୍ତର୍ଗତ ଲିଙ୍ଗଗତ ସମାନତା ସହିତ ମହିଳା ଏବଂ ଝିଅମାନଙ୍କର ସମାନତାର ଲକ୍ଷ୍ୟ ମଧ୍ୟ ହାସଲ କରିବାକୁ ଯୋଜନା ହୋଇଛି। ଭାରତରେ ବାଲ୍ୟ ବିବାହର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଲକ୍ଷ୍ୟଗୁଡିକ ଏକ ଚ୍ୟାଲେଞ୍ଜିଂ ମନେହୁଏ, କିନ୍ତୁ ଲିଙ୍ଗଗତ ସମାନତା ପାଇଁ, ବାଲ୍ୟ ବିବାହକୁ ମୂଳରୁ ହଟାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି।

ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ପିଲାମାନଙ୍କ ପାଇଁ କ୍ଷତିକାରକ ଅଭ୍ୟାସକୁ ଦୂର କରିବାକୁ ଲକ୍ଷ୍ୟ ରଖାଯାଇଛି। ମହିଳା ଗର୍ଭପାତ, ବାଲ୍ୟ ବିବାହ ଏବଂ ବାଧ୍ୟତାମୂଳକ ବିବାହ ଭଳି ଖରାପ ପ୍ରଥାକୁ ଦୂର କରିବା ପାଇଁ ଆହୱାନ ଦିଆଯାଇଛି। ମିଳିତ ଜାତିସଂଘ ଅନୁଯାୟୀ ଭାରତରେ ବାଲ୍ୟ ବିବାହ ବ୍ୟତୀତ ବିଶ୍ୱରେ ପ୍ରତି ପାଞ୍ଚଜଣ ନାବାଳିକାଙ୍କ ମଧ୍ୟରୁ ଜଣେ ବାଲ୍ୟକାଳରେ ବିବାହ କରୁଛନ୍ତି। ବିଶ୍ୱସ୍ତରରେ ଏହା ପ୍ରାୟ ୧୯ ପ୍ରତିଶତ ରହିଛି।

ଅଧ୍ୟୟନରେ କୁହାଯାଇଛି ବିଶ୍ୱସ୍ତରରେ ବାଲ୍ୟ ବିବାହରେ ହ୍ରାସ ଘଟିଛି, କିନ୍ତୁ କରୋନା ମହାମାରୀ ଯୋଗୁ ଏହି ପ୍ରୟାସରେ ବାଧା ସୃଷ୍ଟି ହୋଇଛି। ଜାତିସଂଘ ଅନୁଯାୟୀ, ବିଶ୍ୱରେ ସମ୍ପ୍ରତି ଏକ କୋଟି ନାବାଳିକା ବାଲ୍ୟ ବିବାହ କରିବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

କାହିଁକି ଅପରେଶନ ସିନ୍ଦୂର କଥା ମନେ ପକାଇ ଦେଲେ ଅଜିତ ଡୋଭାଲ? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୪।୮: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ଯେ ଭାରତର ଉଦାରତା ଏବଂ ସହନଶୀଳତାକୁ ଦୁର୍ବଳତା ଭାବିବା ଏକ ଗୁରୁତର ଭୁଲ ହେବ। ସେ ଦୃଢ଼ୋକ୍ତି…

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

ସ୍ୱାଧୀନତା ଦିବସରେ ପାକିସ୍ତାନରେ ବଡ଼ ହଙ୍ଗାମା, ସରିଗଲା ସବୁ ପେଟ୍ରୋଲ…

ଇସଲାମାବାଦ୍‌,୧୪।୮: ପାକିସ୍ତାନୀ ସମ୍ବାଦପତ୍ର ‘ଡନ୍’ (DAWN) ର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସରକାର ପେଟ୍ରୋଲ ଏବଂ ହାଇ-ସ୍ପିଡ୍ ଡିଜେଲ (HSD) ର ଦର ବୃଦ୍ଧି କରିଛନ୍ତି। ଏହି…

Video: କିଏ କହିଲା ‘କମେଡିଆନ’ କିଏ କହିଲା ‘ମହିଳା ବିରୋଧୀ’ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ଭାଜପା ନେତା

ନୂଆଦିଲ୍ଲୀ,୧୪।୮: କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ବୟାନ ପୁଣି ଥରେ ବିବାଦ ସୃଷ୍ଟି କରିଛି। ଗୁରୁବାର ନୂଆଦିଲ୍ଲୀରେ…

ଭାରତ ଗସ୍ତରେ ଆସିବେ ଇରାନୀ ରାଷ୍ଟ୍ରପତି; ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ଉପରେ ସମସ୍ତଙ୍କ ନଜର? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ/ତେହରାନ,୧୪।୮: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆସନ୍ତା ମାସରେ ଭାରତ ଗସ୍ତରେ ଆସୁଛନ୍ତି। ସେ ସେପ୍ଟେମ୍ବର 12-13 ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା BRICS ସମ୍ମିଳନୀରେ…

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

‘ତୁମର ଜାତି କ’ଣ, ତୁମେ କୋଭିଡ ଟିକା କେଉଁଠାରୁ ନେଇଛ…’; ଜନଗଣନାରେ ପଚରାଯିବ ଏମିତି ୪୦ ପ୍ରଶ୍ନ, ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସରକାର ୨୦୨୭ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୪୦ଟି ପ୍ରଶ୍ନ ଚୂଡ଼ାନ୍ତ କରିଛନ୍ତି। ଏହି ପ୍ରକ୍ରିୟା ସମୟରେ, ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri