ଓଡ଼ିଶାରୁ ୧୩,୪୧୩ କୋଟିର ଆୟକର ସଂଗ୍ରହ

ଭୁବନେଶ୍ୱର,୨୫।୭: ଆର୍ଥତ୍କ ବର୍ଷ ୨୦୧୯-୨୦ରେ ଆୟକର ବିଭାଗର ଓଡ଼ିଶା ରିଜିଅନ ୧୩,୪୧୩ କୋଟି ଟଙ୍କାର ଆୟକର ସଂଗ୍ରହ କରିଛି। ବିଭାଗର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଏହି ସମୟରେ ରାଜ୍ୟରୁ ୧୩,୬୬୩ କୋଟି ଟଙ୍କାର ଟିକସ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ହେଲେ ଟିକସ ସଂଗ୍ରହ ଧାର୍ଯ୍ୟ ଲକ୍ଷ୍ୟଠାରୁ ସାମାନ୍ୟ ହ୍ରାସ ଘଟିଛି। ୨୦୧୮-୨୯ ଆର୍ଥତ୍କ ବର୍ଷରେ ଏହି ରିଜିଅନ ୧୩,୧୦୪ କୋଟି ଟଙ୍କା ଆୟକର ଆଦାୟ କରିଥିଲା। ଏହା ତୁଳନାରେ ଗତ ଆର୍ଥତ୍କ ବର୍ଷର ଟିକସ ଆଦାୟ ୨.୩୫% ବଢିଛି। ରାଜ୍ୟର ଅର୍ଥନୈତିକ ପରିଦୃଶ୍ୟକୁ ବିଚାରକଲେ ଟିକସ ସଂଗ୍ରହ ବିଶେଷ ପ୍ରଭାବିତ ହୋଇନାହିଁ। ମାତ୍ର ସାରା ଦେଶ କଥା ବିଚାରକଲେ ଟିକସ ଆଦାୟ ପ୍ରାୟ ୮% ପ୍ରଭାବ ଆସିଥିବା ନଜରକୁ ଆସିଛି। ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ରାଜ୍ୟରେ ମୋଟ ଟିକସଦାତା, ଆସେସିଙ୍କ ସଂଖ୍ୟା ୧୨ ଲକ୍ଷରୁ ଊର୍ଦ୍ଧ୍ୱ ରହିଛି।
ବର୍ତ୍ତମାନ କୋଭିଡ୍‌-୧୯ ଦ୍ୱାରା ଦେଶର ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି। ଏହା ଟିକସ ସଂଗ୍ରହକୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରିଛି। ଗତ ୪ ମାସ ହେବ ଉଭୟ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଲଗାତର ଭାବେ ହ୍ରାସ ହେଉଛି। ଚଳିତ ଆର୍ଥତ୍କ ବର୍ଷ ଲାଗି ଦେଶରୁ ୧୩.୧୯ ଲକ୍ଷ କୋଟି ଟଙ୍କା ଟିକସ ଆଦାୟ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ୨୦୧୯-୨୦ ଆର୍ଥତ୍କ ବର୍ଷରେ ସାରା ଦେଶରୁ ୧୧.୧୮ ଲକ୍ଷ କୋଟିର ପ୍ରତ୍ୟକ୍ଷ ଟିକସ ଆଦାୟ କରାଯାଇଥିଲା। ବର୍ତ୍ତମାନ ଟିକସ ଆଦାୟ ଆଶାଜନକ ହେଉ ନ ଥିବା ବେଳେ ଗତ ଆର୍ଥତ୍କ ବର୍ଷର ନେଟ୍‌ ଆଦାୟ ତୁଳନାରେ ପ୍ରାୟ ୨୪% ହ୍ରାସ ହେବା ନେଇ କୁହାଯାଉଛି। ଚଳିତ ବର୍ଷ ବର୍ତ୍ତମାନ ସମୟ ଯାଏ ଓଡ଼ିଶା ରିଜିଅନର ଟିକସ ସଂଗ୍ରହ ପ୍ରାୟ ୧୨୦୦ କୋଟି ଟଙ୍କା ହେବ। ଯାହା ଗତ ବର୍ଷ ଜୁନ ସୁଦ୍ଧା ୧୯୦୦ କୋଟି ଟଙ୍କା ରହିଥିଲା।
ଭୁବନେଶ୍ୱର ରିଜିଅନ କାର୍ଯ୍ୟାଳୟର ଜଣେ ବରିଷ୍ଟ ଅଧିକାରୀ ସୂଚନା ଦେଇଛନ୍ତି ଯେ, ଆୟକର ରିଟର୍ନ ଫର୍ମକୁ ସରଳୀକରଣ କରିବା ଲାଗି ବର୍ତ୍ତମାନ ଟେକ୍ନୋଲୋଜିର ବ୍ୟବହାର ବୃଦ୍ଧି କରାଯାଇଛି। ଟିକସଦାତାଙ୍କ ଲାଗି ‘ସରଳ’ ଏବଂ ‘ସହଜ’ ଫର୍ମ ଆସିଛି। ଲୋକମାନେ ଆୟକର ପ୍ରଦାନ ଦ୍ୱାରା ଦେଶ ଗଠନ ଦିଗରେ ନିଜକୁ ସାମିଲ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri