ଓଡ଼ିଶାରୁ ୧୩,୪୧୩ କୋଟିର ଆୟକର ସଂଗ୍ରହ

ଭୁବନେଶ୍ୱର,୨୫।୭: ଆର୍ଥତ୍କ ବର୍ଷ ୨୦୧୯-୨୦ରେ ଆୟକର ବିଭାଗର ଓଡ଼ିଶା ରିଜିଅନ ୧୩,୪୧୩ କୋଟି ଟଙ୍କାର ଆୟକର ସଂଗ୍ରହ କରିଛି। ବିଭାଗର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଏହି ସମୟରେ ରାଜ୍ୟରୁ ୧୩,୬୬୩ କୋଟି ଟଙ୍କାର ଟିକସ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ହେଲେ ଟିକସ ସଂଗ୍ରହ ଧାର୍ଯ୍ୟ ଲକ୍ଷ୍ୟଠାରୁ ସାମାନ୍ୟ ହ୍ରାସ ଘଟିଛି। ୨୦୧୮-୨୯ ଆର୍ଥତ୍କ ବର୍ଷରେ ଏହି ରିଜିଅନ ୧୩,୧୦୪ କୋଟି ଟଙ୍କା ଆୟକର ଆଦାୟ କରିଥିଲା। ଏହା ତୁଳନାରେ ଗତ ଆର୍ଥତ୍କ ବର୍ଷର ଟିକସ ଆଦାୟ ୨.୩୫% ବଢିଛି। ରାଜ୍ୟର ଅର୍ଥନୈତିକ ପରିଦୃଶ୍ୟକୁ ବିଚାରକଲେ ଟିକସ ସଂଗ୍ରହ ବିଶେଷ ପ୍ରଭାବିତ ହୋଇନାହିଁ। ମାତ୍ର ସାରା ଦେଶ କଥା ବିଚାରକଲେ ଟିକସ ଆଦାୟ ପ୍ରାୟ ୮% ପ୍ରଭାବ ଆସିଥିବା ନଜରକୁ ଆସିଛି। ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ରାଜ୍ୟରେ ମୋଟ ଟିକସଦାତା, ଆସେସିଙ୍କ ସଂଖ୍ୟା ୧୨ ଲକ୍ଷରୁ ଊର୍ଦ୍ଧ୍ୱ ରହିଛି।
ବର୍ତ୍ତମାନ କୋଭିଡ୍‌-୧୯ ଦ୍ୱାରା ଦେଶର ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି। ଏହା ଟିକସ ସଂଗ୍ରହକୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରିଛି। ଗତ ୪ ମାସ ହେବ ଉଭୟ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଲଗାତର ଭାବେ ହ୍ରାସ ହେଉଛି। ଚଳିତ ଆର୍ଥତ୍କ ବର୍ଷ ଲାଗି ଦେଶରୁ ୧୩.୧୯ ଲକ୍ଷ କୋଟି ଟଙ୍କା ଟିକସ ଆଦାୟ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ୨୦୧୯-୨୦ ଆର୍ଥତ୍କ ବର୍ଷରେ ସାରା ଦେଶରୁ ୧୧.୧୮ ଲକ୍ଷ କୋଟିର ପ୍ରତ୍ୟକ୍ଷ ଟିକସ ଆଦାୟ କରାଯାଇଥିଲା। ବର୍ତ୍ତମାନ ଟିକସ ଆଦାୟ ଆଶାଜନକ ହେଉ ନ ଥିବା ବେଳେ ଗତ ଆର୍ଥତ୍କ ବର୍ଷର ନେଟ୍‌ ଆଦାୟ ତୁଳନାରେ ପ୍ରାୟ ୨୪% ହ୍ରାସ ହେବା ନେଇ କୁହାଯାଉଛି। ଚଳିତ ବର୍ଷ ବର୍ତ୍ତମାନ ସମୟ ଯାଏ ଓଡ଼ିଶା ରିଜିଅନର ଟିକସ ସଂଗ୍ରହ ପ୍ରାୟ ୧୨୦୦ କୋଟି ଟଙ୍କା ହେବ। ଯାହା ଗତ ବର୍ଷ ଜୁନ ସୁଦ୍ଧା ୧୯୦୦ କୋଟି ଟଙ୍କା ରହିଥିଲା।
ଭୁବନେଶ୍ୱର ରିଜିଅନ କାର୍ଯ୍ୟାଳୟର ଜଣେ ବରିଷ୍ଟ ଅଧିକାରୀ ସୂଚନା ଦେଇଛନ୍ତି ଯେ, ଆୟକର ରିଟର୍ନ ଫର୍ମକୁ ସରଳୀକରଣ କରିବା ଲାଗି ବର୍ତ୍ତମାନ ଟେକ୍ନୋଲୋଜିର ବ୍ୟବହାର ବୃଦ୍ଧି କରାଯାଇଛି। ଟିକସଦାତାଙ୍କ ଲାଗି ‘ସରଳ’ ଏବଂ ‘ସହଜ’ ଫର୍ମ ଆସିଛି। ଲୋକମାନେ ଆୟକର ପ୍ରଦାନ ଦ୍ୱାରା ଦେଶ ଗଠନ ଦିଗରେ ନିଜକୁ ସାମିଲ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

୯ ଟଙ୍କା ଛୁଇଁଲାଣି ଅଣ୍ଡା ଦର: କେବେ ମିଳିବ ଆଶ୍ୱସ୍ତି, କାହିଁକି ହେଉଛି ମହଙ୍ଗା?

ଭୁବନେଶ୍ୱର,୨୬।୧୨: ଭାରତର ଅନେକ ସହରରେ ଗୋଟିଏ ଅଣ୍ଡା ଦର ୮ ଟଙ୍କା କିମ୍ବା ତା’ଠାରୁ ଅଧିକରେ ବିକ୍ରି ହେଉଥିବା ବେଳେ ଏହି ଶୀତଦିନେ ଅଣ୍ଡା ଦର...

Post Officeର ଏହି ସ୍କିମ୍‌ରେ କରନ୍ତୁ ନିବେଶ: ମିଳିବ ୧୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୬।୧୨: ଆଜିର ଦୁନିଆରେ ସମସ୍ତେ ଏକ ସୁରକ୍ଷିତ ଭବିଷ୍ୟତ ଚାହାଁନ୍ତି। ଯଦି ଆପଣ ଧୀରେ ଧୀରେ ଏକ ବଡ଼ ପାଣ୍ଠି ଗଠନ କରିବାକୁ ଚାହୁଁଛନ୍ତି, ତେବେ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri