ଜଙ୍ଗଲାଞ୍ଚଳରେ ଅପହଞ୍ଚ ଯୋଜନା

ବଇଣ୍ଡା,୪ା୮(ଡି.ଏନ.ଏ.) – ଯୋଗାଯୋଗର ଉନ୍ନତି ପାଇଁ ଗ୍ରାମାଞ୍ଚଳରେ ପକ୍କା ସଡ଼କ ନିର୍ମାଣ ହେଉଛି। ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ବସୁଧା ଯୋଜନାରେ ପ୍ରକଳ୍ପମାନ କରାଯାଉଛି। ଗରିବ ପରିବାରକୁ ବିନା ମୂଲ୍ୟରେ ବିଦ୍ୟୁତ୍‌ ସଂଯୋଗ ଦିଆଯାଉଛି। ହେଲେ ରାଜ୍ୟ ସରକାରଙ୍କ ଏସବୁ ଉନ୍ନୟନ ଯୋଜନା ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ସାନହୁଲା ପଞ୍ଚାୟତର ସିନ୍ଦୂରଖୋଳ ଓ ମିଣ୍ଡୋଳ ଗ୍ରାମରେ ପହଞ୍ଚିପାରୁ ନାହିଁ। ଫଳରେ ବର୍ଷ ବର୍ଷ ଧରି ଜଙ୍ଗଲାଞ୍ଚଳରେ ଥିବା ଏହି ଦୁଇ ଗ୍ରାମବାସୀ ଅବହେଳିତ ଅବସ୍ଥାରେ ରହି ଆସିଛନ୍ତି। ଏ ନେଇ ବାରମ୍ବାର ସେମାନେ ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ସେମାନଙ୍କ ଗୁହାରି ଶୁଣୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସିନ୍ଦୂରଖୋଳ ଗ୍ରାମର ଲୋକ ସଂଖ୍ୟା ୭ଶହ ହେବ। ହେଲେ ପାନୀୟ ଜଳର ପର୍ଯ୍ୟାପ୍ତ ସୁବିଧା ଗାଁରେ ନାହିଁ। ବସୁଧା ଯୋଜନାରେ ପ୍ରକଳ୍ପ ତ ଦୂରର କଥା, ଏଠାରେ ଥିବା ୫ଟି ନଳକୂଅ ମଧ୍ୟ କାର୍ଯ୍ୟକ୍ଷମ ଅବସ୍ଥାରେ ନାହିଁ। ଗୋଟିଏ ଅଚଳ ଅବସ୍ଥାରେ ଥିବାବେଳେ ୨ଟିରୁ ଲୌହ ଗୁଣ୍ଡ ବାହାରୁଥିବାରୁ ତାହା ବ୍ୟବହାରରେ ଲାଗିପାରୁ ନାହିଁ। ତେଣୁ ବାଧ୍ୟ ହୋଇ ଖୋଲା କୂଅ ଉପରେ ଲୋକେ ନିର୍ଭର କରୁଛନ୍ତି। ସେହିପରି ସାନହୁଲା-ପାଇକସାହି ପୂର୍ତ୍ତ ଭିଭାଗ ରାସ୍ତାରୁ ଗ୍ରାମକୁ ଯାଇଥିବା ୨ କିଲୋମିଟର ମାଟି ରାସ୍ତା ପକ୍କା କରାଯାଉ ନାହିଁ। ଦୀର୍ଘ ବର୍ଷ ହେଲା ମରାମତି ଅଭାବରୁ ଏହି ରାସ୍ତା ଶୋଚନୀୟ ହୋଇପଡିଛି। ସାମାନ୍ୟ ବର୍ଷା ହେଲେ ପାଣି ଓ କାଦୁଅ ଯୋଗୁ ଯାତାୟାତ ବାଧାପ୍ରାପ୍ତ ହେଉଛି। ପକ୍କା ସଡ଼କ ନିର୍ମାଣ ନିମନ୍ତେ ଗ୍ରାମବାସୀ ୨୦୧୭ ଫେବୃୟାରୀ ୧୦ ଓ ୨୦୧୯ ଜୁନ ୧୨ ତାରିଖରେ ଜିଲା ପ୍ରଶାସନ ଏବଂ ଲୋକ ପ୍ରତିନିଧିଙ୍କୁ ଅଭିଯୋଗ କରିଥିଲେ। କିନ୍ତୁ ଏଯାଏ ପଦକ୍ଷେପ ନିଆଯାଇ ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏଥିସହ ହାଇସ୍କୁଲଟିଏ ନ ଥିବାରୁ ଗ୍ରାମର ଛାତ୍ରୀଛାତ୍ରମାନେ ୭ କିଲୋମିଟର ଦୂର ସାନହୁଲା ହାଇସ୍କୁଲ ଉପରେ ନିର୍ଭର କରୁଛନ୍ତି। ଗ୍ରାମରେ ଥିବା କୋଡାସାହିବାସିନ୍ଦାଙ୍କୁ ଏଯାଏ ବିଜୁଳି ସଂଯୋଗ ମିଳିପାରି ନାହିଁ। ସେହିପରି ୧୨ଶହ ଲୋକ ସଂଖ୍ୟା ବିଶିଷ୍ଟ ମିଣ୍ଡୋଳ ଗ୍ରାମରେ ୯ଟି ନଳକୂଅ ଥିବାବେଳେ ସେଥିରୁ ୩ଟି ଅଚଳ ହୋଇପଡିଛି। ଜଳ ପ୍ରକଳ୍ପ ନିର୍ମାଣ ହେଉ ନ ଥିବାରୁ ବର୍ଷ ତମାମ ଲୋକେ ହଇରାଣ ହେଉଛନ୍ତି। ୧୩ଟି ସାହିକୁ ସଂଯୋଗ କରୁଥିବା ମାଟି ରାସ୍ତା ପକ୍କା କରାଯାଉ ନାହିଁ। ଗ୍ରାମର ଛାତ୍ରୀଛାତ୍ରମାନେ ହାଇସ୍କୁଲ ଶିକ୍ଷା ପାଇଁ ୮ କିଲୋମିଟର ଦୂରକୁ ଯାଉଛନ୍ତି। ଗାଁ ସ୍କୁଲରେ ଥିବା ଶିକ୍ଷକ ଅଭାବ ସମସ୍ୟା ଦୂର କରାଯାଉ ନାହିଁ। ଏ ସମ୍ପର୍କରେ ସାନହୁଲା ସରପଞ୍ଚ ବନିତା ବେହେରା କହିଛନ୍ତି, ପଞ୍ଚାୟତର ଏହି ୨ ଗ୍ରାମର ସମସ୍ୟା ସମାଧାନ ପାଇଁ ବ୍ଲକ ପ୍ରଶାସନକୁ ଅବଗତ କରାଯାଇଛି।
ଯାତାୟାତରେ ଅସୁବିଧା
ସିନ୍ଦୂରଖୋଳ ଗ୍ରାମକୁ ଯାଇଥିବା ମାଟି ରାସ୍ତା ଅତି ଶୋଚନୀୟ ହୋଇପଡିଛି। ସାମାନ୍ୟ ବର୍ଷା ହେଲେ ଗାଁରୁ ବାହାରକୁ ଯିବାରେ ଅସୁବିଧା ହେଉଛି। ପକ୍କା ସଡ଼କ ନିର୍ମାଣ ପାଇଁ ବହୁବାର ଅଭିଯୋଗ କରାଗଲେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ।
-ମୋହନ ପ୍ରଧାନ, ସିନ୍ଦୂରଖୋଳ
ସବୁ କ୍ଷେତ୍ରରେ ଅବହେଳା
ଗ୍ରାମରେ ସମସ୍ତଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନାହିଁ। ଏକାଧିକ ନଳକୂଅ ଅଚଳ ରହିଥିବାବେଳେ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ଦିଗରେ ଧ୍ୟାନ ଦିଆଯାଉ ନାହିଁ। ୧୫ ପରିବାର ବିନା ବିଦ୍ୟୁତ୍‌ରେ ବର୍ଷ ବର୍ଷ ଧରି ରହି ଆସୁଛନ୍ତି। ଗଁା ସୁବ କ୍ଷେତ୍ରରେ ଅବହେଳିତ।
-ସତ୍ୟାନନ୍ଦ ପ୍ରଧାନ, ସିନ୍ଦୂରଖୋଳ
ଜଳପ୍ରକଳ୍ପ ନିର୍ମାଣ କରାଯାଉ
ମିଣ୍ଡୋଳ ଗ୍ରାମର ଲୋକ ସଂଖ୍ୟା ହଜାରେରୁ ଊର୍ଦ୍ଧ୍ୱ। ହେଲେ ଏଠାରେ ସରକାରୀ ଯୋଜନା ଯେପରି ଅପହଞ୍ଚ ହୋଇପଡ଼ିଛି। ରାସ୍ତା ଠାରୁ ପାନୀୟ ଜଳ ଯାଏ, ପ୍ରତିଟି କ୍ଷେତ୍ରରେ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜଳ ପ୍ରକଳ୍ପ ତୁରନ୍ତ ନିର୍ମାଣ କରାଯାଉ।
-ଗୋପାଳ ନାୟକ, ମିଣ୍ଡୋଳ
ହାଇସ୍କୁଲ ଶିକ୍ଷାରେ ସମସ୍ୟା
ଗ୍ରାମରେ ହାଇସ୍କୁଲ ଶିକ୍ଷାର ବ୍ୟବସ୍ଥା ନାହିଁ। ସ୍କୁଲ ଖୋଲାଥିବା ବେଳେ ପିଲାମାନେ ୮ କିଲୋମିଟର ଦୂର ସାନହୁଲା ହାଇସ୍କୁଲକୁ ଯାଇଥାନ୍ତି। ଗ୍ରାମରେ ଥିବା ବିଦ୍ୟାଳୟରେ ଶିକ୍ଷକ ଅଭାବ ସମସ୍ୟା ଲାଗିରହିଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ।
-ବୁବୁନ ବିଶ୍ବାଳ, ମିଣ୍ଡୋଳ
ଶୀଘ୍ର ପଦକ୍ଷେପ ନିଆଯିବ
ସିନ୍ଦୂରଖୋଳ ଓ ମିଣ୍ଡୋଳ ଗ୍ରାମରେ ଥିବା ସମସ୍ୟା ସମ୍ପର୍କରେ ଗ୍ରାମବାସୀ ପ୍ରଶାସନ ନିକଟରେ ଅଭିଯୋଗ କରନ୍ତୁ। ତାହାର ତର୍ଜମା କରି ପ୍ରଶାସନ ପକ୍ଷରୁ ଶୀଘ୍ର ପଦକ୍ଷେପ ନିଆଯିବ। ଲୋକଙ୍କୁ ସରକାରୀ ଯୋଜନାରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ।
-ସନ୍ତୋଷ କୁମାର ସାହୁ, ବିଡିଓ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?