Posted inଜାତୀୟ

ଆଜମଗଡ଼, ରାମପୁର ଆସନ ହାତେଇଲା ଭାଜପା

ଲକ୍ଷ୍ନୌ,୨୬।୬: ଉତ୍ତରପ୍ରଦେଶର ୨ ଲୋକ ସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଭାଜପାକୁ ବଡ଼ ସଫଳତା ମିଳିଛି। ରାମପୁର ଏବଂ ଆଜମଗଡ଼ ଆସନରେ ଭାଜପା ବିଜୟୀ ହୋଇଛି। ଭାଜପା ପ୍ରାର୍ଥୀ ଦୀନେଶ ଲାଲ ଯାଦବ ନିରହୁଆ ଆଜମଗଡ଼ରୁ ବିଜୟୀ ହୋଇଛନ୍ତି। ନିରହୁଆ ସମାଜବାଦୀ ପାର୍ଟି(ଏସ୍‌ପି) ପ୍ରାର୍ଥୀ ତଥା ଅଖିଳେଶ ଯାଦବଙ୍କ ସମ୍ପର୍କୀୟ ଧର୍ମେନ୍ଦ୍ର ଯାଦବଙ୍କୁ ପରାସ୍ତ କରିଛନ୍ତି। ଏପରିକି ସମାଜବାଦୀ ପାର୍ଟିର ଗଡ଼ କୁହାଯାଉଥିବା ରାମପୁରରେ ଲୋକ ସଭା ଆସନରେ ମଧ୍ୟ ପଦ୍ମ ଫୁଟିଛି। ଭାଜପା ପ୍ରାର୍ଥୀ ଘନଶ୍ୟାମ ସିଂ ଲୋଡି ରାମପୁର ଆସନରେ ବିଜୟୀ ହୋଇଛନ୍ତି।
ଉପନିର୍ବାଚନରେ ୨ଟି ଆସନରେ ଭାଜପାର ବିଜୟ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟୁଇଟ୍‌ କରି ଖୁସି ବ୍ୟକ୍ତ କରିଛନ୍ତି। ଯୋଗୀ କହିଛନ୍ତି, ରାମପୁର ଲୋକ ସଭା ଆସନରେ ମିଳିଥିବା ବିଜୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଜନ-କଲ୍ୟାଣକାରୀ ନୀତି ଆଧାରରେ ଭାଜପାର ଡବଲ ଇଞ୍ଜିନ ସରକାର ପ୍ରତି ଜନସାଧାରଣ ବିଶ୍ୱାସ କରି ମୋହର ମାରିଛନ୍ତି।
ସୂଚନାଯୋଗ୍ୟ, ୨୦୨୨ ବିଧାନସଭା ନିର୍ବାଚନରେ ଅଖିଳେଶ ଯାଦବ ଜିତିବା ପରେ ଲୋକ ସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଫଳରେ ଆଜମଗଡ଼ ଆସନ ଖାଲି ପଡିଥିଲା। ପରେ ଅଖିଳେଶ ତାଙ୍କ ସମ୍ପର୍କୀୟ ଧର୍ମେନ୍ଦ୍ର ଯାଦବଙ୍କୁ ଏହି ଆସନ ପାଇଁ ପ୍ରାର୍ଥୀ କରିଥିଲେ। ସେହିପରି ବିଧାନସଭା ନିର୍ବାଚନରେ ରାମପୁର ଆସନରେ ଆଜମ ଖାନ୍‌ ବିଧାୟକ ଭାବେ ନିର୍ବାଚିତ ହେବା ପରେ ଲୋକ ସଭାରୁ ଇସ୍ତଫା ଦେଇଥିଲେ। ଫଳରେ ଏହି ୨ଟି ଆସନ ପାଇଁ ଉପନିର୍ବାଚନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପିଓକେକୁ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ

ଲକ୍ଷ୍ନୌ,୨୦।୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ପହଞ୍ଚିଥିବା ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପାକିସ୍ତାନକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ପଡ଼ୋଶୀ ଦେଶ ପାକିସ୍ତାନର ଅର୍ଥନୈତିକ...

ଆସାମ-ମେଘାଳୟ ସୀମା ବିବାଦ ତୁଟିଲା…

ନୂଆଦିଲ୍ଲୀ, ୨୯।୩ : ଦୀର୍ଘ ୫୦ ବର୍ଷ ଧରି ଆସାମ ଏବଂ ମେଘାଳୟ ମଧ୍ୟରେ ଜାରି ରହିଥିବା ସୀମା ବିବାଦ ଶେଷରେ ତୁଟିଛି। ଦୁଇରାଜ୍ୟର ମୁଖ୍ୟମନ୍ତ୍ରୀ...

ମୃତ୍ୟୁ ଦଣ୍ଡାଦେଶରୁ ଆଜୀବନ ଜେଲ

ନୂଆଦିଲ୍ଲୀ,୧୦ା୨: ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ୪୦ ବର୍ଷୀୟଙ୍କୁ ସୁପ୍ରିମକୋର୍ଟ ବୁଧବାର ସୁଧୁରିବାକୁ ସୁଯୋଗ ଦେଇଛନ୍ତି।...

୧୬୫ ଯାତ୍ରୀଙ୍କୁ ନେଇ ଅଟକି ରହିଛି ଥର୍‌ ଏକ୍ସପ୍ରେସ୍‌

ଜୟପୁର,୧୦।୮: ଗତ ଶୁକ୍ରବାର ପାକିସ୍ତାନ ଥର୍‌ ଏକ୍ସପ୍ରେସ୍‌ ଚଳାଚଳକୁ ବନ୍ଦ କରିବା ପରେ ଏବେ ଏଥିରେ ୧୬୫ ଯାତ୍ରୀ ଅଟକି ରହିଥିବା ସୂଚନା ମିଳିଛି। ଏମାନଙ୍କ...

ନୀତିଗତ ନିଷ୍ପତ୍ତିର ନ୍ୟାୟିକ ସମୀକ୍ଷାରେ ଲକ୍ଷ୍ମଣ ରେଖା ନେଇ କୋର୍ଟ ଅବଗତ, ବିମୁଦ୍ରୀକରଣ ନେଇ କହିଲେ ସୁପ୍ରିମ୍‌ କୋର୍ଟ…

ନୂଆଦିଲ୍ଲୀ,୧୨।୧୦ : ବୁଧବାର ସୁପ୍ରିମକୋର୍ଟ ବିମୁଦ୍ରୀକରଣ ମାମଲାରେ କହିଛନ୍ତି ଯେ ସରକାରଙ୍କ ନୀତିଗତ ନିଷ୍ପତ୍ତିର ନ୍ୟାୟିକ ସମୀକ୍ଷା ଉପରେ ଲକ୍ଷ୍ମଣ ରେଖା ନେଇ କୋର୍ଟ ଅବଗତ...

ଇଡ଼ିକୁ ଭୟ କରୁଥିବା ଲୋକେ ଆମ ଗୋଷ୍ଠୀକୁ ନ ଆସିବା ଭଲ, କହିଲେ ଶିନ୍ଦେ…

ମୁମ୍ବାଇ, ୩୧।୭ : ମହାରାଷ୍ଟ୍ରରେ ମନ୍ତ୍ରଣାଳୟ ଆବଣ୍ଟନ ଏବଂ ଇଡି ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରବିବାର ଗଣମାଧ୍ୟମର ପ୍ରଶ୍ନର ଉତ୍ତର...

ସଂଧ୍ୟା ବେଳେ ଚାଲୁ ନ ଥିଲା ଗୁଗଲର କୌଣସି ଆପ୍‌, ଜାଣନ୍ତୁ ତା’ର କାରଣ

ୟୁଟ୍ୟୁବ, ଜି-ମେଲ ସମେତ ଗୁଗୁଲର ଅନ୍ୟ କୌଣସି ଆପ ସୋମବାର ସଂଧ୍ୟା ୫ଟା ପରେ କାମ କରୁ ନ ଥିଲା। ଏ ନେଇ ସୋସିଆଲ ମିଡିଆରେ...

ଜୁନ୍‌ ୧ରେ ଦେଶବ୍ୟାପୀ ପ୍ରଦର୍ଶନ କରିବ ସଂଯୁକ୍ତ କିଷାନ ମୋର୍ଚ୍ଚା, ଚାଷୀ ନେତା କୁସ୍ତିଯୋଦ୍ଧାଙ୍କୁ କଲେ ଏହିି ଅପିଲ

ନୂଆଦିଲ୍ଲୀ,୩୦।୫: ରେସଲିଂ ଫେଡେରେଶନ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଆନ୍ଦୋଳନ କରୁଥିବା କୁସ୍ତିଯୋଦ୍ଧାମାନେ ସଂଯୁକ୍ତ କିଷାନ ମୋର୍ଚ୍ଚାର ସମର୍ଥନ ପାଇଛନ୍ତି। ମଙ୍ଗଳବାର କୁସ୍ତିଯୋଦ୍ଧାଙ୍କ ସହ...

Advertisement
Archives

Model This Week