Categories: ଖେଳ

ଟୋକିଓରେ କରୋନା ସଂକ୍ରମଣ ୬ମାସ ଶୀର୍ଷରେ

ଟୋକିଓ,୨୨।୭(ଏପି): ଆଉ ଦୁଇଦିନ ପରେ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଥିବା ବେଳେ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚିଛି। ଗତ ୬ମାସ ମଧ୍ୟରେ ସଂକ୍ରମଣ ସବୁଠାରୁ ଅଧିକ ହୋଇଛି। ରାଜଧାନୀ ଟୋକିଓରେ ସଂକ୍ରମଣ ୧,୮୩୨ରେ ପହଞ୍ଚିଛି। ଟୋକିଓରେ ଅଗଷ୍ଟ ୨୨ ପର୍ଯ୍ୟନ୍ତ ଇମର୍ଜେନ୍ସି ଜାରି ରହିଛି। ଅଲିମ୍ପିକ୍ସ ଜୁଲାଇ ୨୩ରୁ ଆରମ୍ଭ ହୋଇ ଅଗଷ୍ଟ ୮ରେ ଶେଷ ହେବ। ତେଣୁ ଅଲିମ୍ପିକ୍ସ ଆୟୋଜନ ହେବା ଅବସରରେ ଇମର୍ଜେନ୍ସି ଜାରି ରହିଥିବ। ଟୋକିଓ ଓ ତା’ର ଆଖପାଖ ଅଞ୍ଚଳରେ ପ୍ରଶଂସକଙ୍କୁ ଏହି ଅବସରେ ବ୍ୟାନ୍‌ କରାଯାଇଛି।
ଜାପାନରେ ଏ ପର୍ଯ୍ୟନ୍ତ ୨୩ ପ୍ରତିଶତ ନାଗରିକଙ୍କର ଟିକାକରଣ ହୋଇଛି। ଯଦି ଏହିଭଳି ସଂକ୍ରମଣ ବୃଦ୍ଧି ପାଏ ତା’ହେଲେ ଟୋକିଓରେ ପ୍ରତିଦିନ ହାରହାରି କେସ୍‌ ୨,୬୦୦କୁ ଛୁଇଁବ। ଜାପାନରେ ଏ ପର୍ଯ୍ୟନ୍ତ ମୋଟ୍‌ ସଂକ୍ରମଣ ସଂଖ୍ୟା ୮୪, ୮୦୦ରେ ପହଞ୍ଚିଛି ଓ ୧୫,୦୦୦ ମୃତ୍ୟୁବରଣ କରିଛନ୍ତି। ଗତ ଜାନୁୟାରୀରେ ମାମଲା ସର୍ବାଧିକ ଥିଲା।

Share