ଏଇ ଭାରତରେ

କଲେଜ ବନ୍ଦ ହୋଇଗଲା ପରେ ଜଣେ ଅଧ୍ୟାପିକା ନିଜସ୍ବ ଉଦ୍ୟମରେ ଛତୁଚାଷ କରି ମାସକୁ ଦେଢ଼ ଲକ୍ଷ ଟଙ୍କା ରୋଜଗାର କରି ଏକ ଉଦାହରଣ ସୃଷ୍ଟିି କରିଛନ୍ତି। ଏହି ଅଧ୍ୟାପିକା ଜଣକ ହେଉଛନ୍ତି ମଧ୍ୟପ୍ରଦେଶର ନିଧି ଖାତ୍‌ରେ। ନିଧିଙ୍କ ବୟସ ୩୮। ସେ ଉଜ୍ଜୟିନୀ ବିଶ୍ୱବିଦ୍ୟାଳୟରୁ ମାଇକ୍ରୋ ବାୟୋଲୋଜିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଗ୍ବାଲିୟର ସହରରେ ଏକ ଘରୋଇ କଲେଜରେ ୨୦୦୭ରୁ ପଢ଼ାଇବା ଆରମ୍ଭ କରିଥିଲେ। କୌଣସି କାରଣରୁ ଏହା ଧୀରେ ଧୀରେ ତାହା ବନ୍ଦ ହୋଇଗଲା। ପରେ ୨୦୧୭ରେ ସେ ପ୍ରଥମେ ୧୦ ଫୁଟ ଲମ୍ବ ଓ ୧୦ ଫୁଟ ପ୍ରସ୍ଥ ଜାଗାରେ ଛତୁଚାଷ ଆରମ୍ଭ କରିଥିଲେ। ଏହି ଚାଷରେ ୩,୦୦୦ ଟଙ୍କା ନିବେଶ କରିଥିଲେ। ପରେ ନିଧି ନାଚୁରାଲ ବାୟୋ ଇମ୍ପାକ୍ଟ ଆଣ୍ଡ ରିସର୍ଚ୍ଚ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀ ଗଠନ କରି ଚାଷକୁ ବ୍ୟାପକ କରିପାରିଛନ୍ତି। ଏବେ ସେ ବହୁ ଦାମୀ କିସମ ଛତୁ ଚାଷ କରିଛନ୍ତି ଓ ତାହାକୁ ବିଭିନ୍ନ ସ୍ଥାନରେ ବିକ୍ରି କରୁଛନ୍ତି। ସେ ମାସକୁ ୧,୦୦୦ କେ.ଜି. ଛତୁ ମଞ୍ଜି ମଧ୍ୟ ଉପତ୍ାଦନ କରୁଛନ୍ତି ଓ ଏହାକୁ ୧୫୦ ଜଣ କୃଷକଙ୍କୁ ବିକ୍ରି କରୁଛନ୍ତି। ଏହି ଚାଷ ସମ୍ପର୍କରେ ବି କୃଷକମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri