ଏଇ ଭାରତରେ

ଯୁବପିଢ଼ି ଚାହିଁଲେ ଓ୍ବେଷ୍ଟ ମ୍ୟାନେଜ୍‌ମେଣ୍ଟକୁ ବ୍ୟାପକ କରିପାରିବେ, ଯାହାର ଦୃଷ୍ଟାନ୍ତ ହେଉଛନ୍ତି ମଧୁର ଏବଂ ତାଙ୍କ ବନ୍ଧୁମାନେ। ମହାରାଷ୍ଟ୍ରର ଅମରାବତୀ ନିବାସୀ ମଧୁର ଏନ୍‌. ରଥି ଏବଂ ତାଙ୍କର ତିନି ବନ୍ଧୁ ରୋଶନ ପିଦିୟାର୍‌, ଅଭିଷେକ ମୋଡାକ, ଭୂଷଣ ବୁବ୍‌ ପ୍ଲାଷ୍ଟିକ ବର୍ଜ୍ୟରୁ ରିସାଇକେଲିଂ ପଦ୍ଧତିରେ ବିଭିନ୍ନ ପ୍ରକାର ଜିନିଷ ପ୍ରସ୍ତୁତ କରୁଛନ୍ତି। ସେମାନେ ରିସାଇକେଲ୍‌ ବେଲ୍‌ ପ୍ରାଇଭେଟ ଲିମିଟେଡ୍‌ କମ୍ପାନୀ ମାଧ୍ୟମରେ ଘର ଉପକରଣ ପ୍ଲାଷ୍ଟିକ ଜିନିଷ ତିଆରି କରି ‘ଇକୋନିଚର’ ବ୍ରାଣ୍ଡ୍‌ରେ ବିକ୍ରି କରୁଛନ୍ତି। ମଧୁର ଏହି କମ୍ପାନୀର ସିଇଓ ଓ ତାଙ୍କୁ ବୟସ ଏବେ ୩୩। ଏମ୍‌ବିଏ ପରେ ଅହମ୍ମଦାବାଦ୍‌ରେ ଏକ ଓ୍ବେଷ୍ଟ ମ୍ୟାନେଜମେଣ୍ଟ କମ୍ପାନୀରେ କାମ କରୁଥିଲେ। ସେଠାରୁ ହାସଲ କରିଥିବା ଅଭିଜ୍ଞତାକୁ ଆଧାର କରି ସେ ତାଙ୍କ ସାଙ୍ଗମାନଙ୍କ ସହଯୋଗରେ ଏହା ଚଳାଇଛନ୍ତି। ଏହିସବୁ ଜିନିଷର ମୂଲ୍ୟ ୩୦୦ଟଙ୍କାରୁ ୨୯୦୦ ଟଙ୍କା ପର୍ଯ୍ୟନ୍ତ ରଖିଛନ୍ତି। ୨୦୧୯ ଅକ୍ଟୋବରରୁ ‘ଇକେନିଚର’ ଆରମ୍ଭ କରି ଏବେ ସୁଦ୍ଧା ସେମାନେ ୧୪୦୦ ମେଟ୍ରିକ୍‌ ଟନ୍‌ ପ୍ଲାଷ୍ଟିକ ବର୍ଜ୍ୟ ଉପଯୋଗ କରିସାରିଲେଣି। ସେମାନେ ପ୍ଲାଷ୍ଟିକ ଚେୟାର, ଷ୍ଟୁଲ, ର଼୍ୟାକ୍‌, ସେଲ୍‌ଭସ ପଟସ୍‌, ବେଞ୍ଚ ଓ ଟେବୁଲ ଆଦି ତିଆରି କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୫୦୦୦ କେ.ଜି. ଓ୍ବେଷ୍ଟ ପ୍ଲାଷ୍ଟିକ ଓଜନର ଜିନିଷ ବିକ୍ରି କରି ସାରିଲେଣି। ବର୍ଷକୁ ୧ କୋଟି ଟଙ୍କାର କାରବାର କରୁଛନ୍ତି ମାସକୁ ଲାଭ ପାଉଛନ୍ତି ୧.୫ରୁ ୨ ଲକ୍ଷ ଟଙ୍କା ।


Enter your email to get our daily news in your inbox.

All Right Reserved By Dharitri.Com

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri