ଏଇ ଭାରତରେ

ଜଣେ ଏମ୍‌ବିଏ ଡିଗ୍ରୀଧାରୀ କୃଷିରେ ସଫଳତା ପାଇବା ସହ କୃଷମାନଙ୍କୁ ସଶକ୍ତ କରିପାରିଛନ୍ତି ଏବଂ ତାଙ୍କର ଏହି କାର୍ଯ୍ୟ ଅନ୍ୟମାନଙ୍କ ଲାଗି ପ୍ରେରଣା ପାଲଟିଛି। ଆନ୍ଧ୍ରପ୍ରଦେଶ କୁର୍ନୁଲର ସୋମେଶକର ପୋଗୁଲା ଏମ୍‌ବିଏ ଡିଗ୍ରୀ ପରେ ତାଙ୍କ ଗାଁରେ ପ୍ରଥମେ ମାଣ୍ଡିଆ ଚାଷ କରିଥିଲେ। ପରେ ୨୦୧୭ରେ ୩୦ ଜଣ କୃଷକଙ୍କୁ ନେଇ ସେ ‘ଅଦିତି ମିଲେଟ୍‌ସ’ କମ୍ପାନୀ ଆରମ୍ଭ କରିଥିଲେ। ଏହି ଅଭିଯାନରେ ଏବେ ସେ ୨୦୮ କୃଷକଙ୍କୁ ସାମିଲ କରିଛନ୍ତି ଓ ବର୍ଷକୁ ଏଥିରୁ ଆୟ ହେଉଛି ୨ କୋଟି ଟଙ୍କା। ସେ କୃଷକମାନଙ୍କୁ ମାଣ୍ଡିଆ ଚାଷ ପଦ୍ଧତି ଉପରେ ପ୍ରଶିକ୍ଷଣ ଦେବା ସହ ଭଲ ବଜାର ବ୍ୟବସ୍ଥାରେ ଯୋଡ଼ିବାରେ ସାହାଯ୍ୟ କରୁଛନ୍ତି। ସେ ‘ମିଲେଟ୍‌ସ ଟୁ ମିଲିୟନ’ ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି। ସୋମେଶକର ଏବେ କୁର୍ନୁଲର ୭ଟି ଗାଁରେ ଏହି ଚାଷକୁ ପ୍ରୋତ୍ସାହିତ କରୁଛନ୍ତି। ଫ୍ୟାକ୍ଟ୍ରିରେ ମିଲେଟ୍‌ ପ୍ରୋସେସିଂ କରାଯାଉଛି ଓ ଏଥିରେ ସ୍ଥାନୀୟ ମହିଳାମାନଙ୍କୁ ବି ନିଯୁକ୍ତି ଯୋଗାଇ ଦେଇଛନ୍ତି। ଆଗାମୀ ବର୍ଷରେ ଏହି ଚାଷରେ ଅଧିକ ଗାଁକୁ ସାମିଲ କରିବାର ସେ ଯୋଜନା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri