ଏଇ ଭାରତରେ

ଜେଜେଙ୍କ ସ୍ବପ୍ନ ପୂରଣ କରିବା ଲାଗି ସାଇ ବିଗ୍ନେଶ ତାଙ୍କ ଘରକୁ ବିକ୍ରି କରିଦେଇ ପ୍ରାଣୀମାନଙ୍କୁ ଉଦ୍ଧାର କରୁଛନ୍ତି। ୨୨ ବର୍ଷୀୟ ସାଇ ତାମିଲନାଡୁର ତିରୁଭାଲ୍ଲୁରରେ ଆନିମଲ କେୟାର ଟ୍ରଷ୍ଟ ଗଠନ କରି ତା’ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ଏବେ ସୁଦ୍ଧା ୨୫୦ ପ୍ରାଣୀଙ୍କୁ ଉଦ୍ଧାର କରି ତାଙ୍କ ନିଜସ୍ବ ପ୍ରାଣୀ ଅଭୟାରଣ୍ୟରେ ରଖିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ୮୦ କୁକର, ୨୫ ଛେଳି,୧୧୬ ଗାଈ, ମଇଁଷି ଓ ଷେଣ୍ଢ, ୪ ଘୁଷୁରି ,୨ ଘୋଡ଼ା ଏବଂ ଆଉ କିଛି ପ୍ରାଣୀ। ସାଇଙ୍କ ପିଲାଦିନ କଟିଥିଲା ଚେନ୍ନାଇରେ। ସେ ବହୁ ସମୟ ତାଙ୍କ ଜେବୋପା ଓ ପୋଶାକୁକୁର ସହ ଖେଳନ୍ତି। କିନ୍ତୁ ସେହି କୁକୁରଟି କ୍ୟାନ୍‌ସରରେ ମରିଯିବା ପରେ ବୁଲାକୁକୁରଙ୍କୁ ଖାଇବାକୁ ଦେଇ ସେମାନଙ୍କ ସହ ସମୟ କଟାଇବା ଲାଗି ତାଙ୍କ ଜେଜେ କହିଥିଲେ। ପରେ ସେ ତାଙ୍କ ଅଞ୍ଚଳରେ ବୁଲାପ୍ରାଣୀଙ୍କୁ ଖାଦ୍ୟ ଓ ଚିକିତ୍ସା ଯୋଗାଇବା ଆରମ୍ଭ କରିଦେଲେ। ଏବେ ସେ ଗୋରୁ, କୁକୁର, ଛେଳ, ଘୁଷୁରି ଓ ଘୋଡାଙ୍କୁ ଉଦ୍ଧାର କରି ରଖିଛନ୍ତି। ଆରମ୍ଭରୁ ତାଙ୍କ ଜେଜେବାପା ଏହି କାର୍ଯ୍ୟ ଲାଗି ମାସକୁ ସାଇଙ୍କୁ ୩୦,୦୦୦ ଟଙ୍କା ଦେଉଥିଲେ। ଏବେ ପ୍ରାଣୀ ଉଦ୍ୟାନରେ ଥିବା ଖାଦ୍ୟ ଓ ଚିକିତ୍ସା ବାବଦରେ ଦିନକୁ ସେ ଏବେ ୧୮,୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏପରିକି ଏହି ଖର୍ଚ୍ଚ ବହନ କରିବା ଲାଗି ସେ ତାଙ୍କ ପୈତୃକ ସମ୍ପତ୍ତି ବି ବିକ୍ରି କରିଦେଇଛନ୍ତି। ପ୍ରତିଦିନ ଜଣେ ପ୍ରାଣୀ ଚିକିତ୍ସକ ଆସି ଏମାନଙ୍କୁ ପରୀକ୍ଷା ବି କରୁଛନ୍ତି।