ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ ଅଧତ୍କ ଦୂରକୁ ଯିବାରେ ଅସାମର୍ଥ୍ୟ ଯୋଗୁ ସେଗୁଡ଼ିକ ବାଦ୍ ପଡ଼ିଲା। ପରବର୍ତ୍ତୀ ସମୟରେ ଅଟୋ-ରିକ୍ସା ଅପେକ୍ଷାକୃତ ଦୂରକୁ ଯିବାର ଦକ୍ଷତା ରଖତ୍ଥତ୍ବାରୁ ଯାତ୍ରୀଙ୍କ ପାଇଁ ତାହାର ଚାହିଦା ବଢ଼ିଲା। ପ୍ରଯୁକ୍ତିର ବିକାଶ ହେବା ପରେ ଇ-ରିକ୍ସା ବା ଇଲେକ୍ଟ୍ରିକ୍ ରିକ୍ସା ବ୍ୟବହାର ହେଲା, ଯେଉଁଥତ୍ରେ ପେଟ୍ରୋଲଜାତ ଇନ୍ଧନ ବ୍ୟବହାର ନ ହୋଇ ବିଦ୍ୟୁତ୍ ମୋଟର ଦ୍ୱାରା ଚାଲୁଛି। ୨୦୦୮ ମସିହାଠାରୁ ଦେଶର କେତେକ ସହରରେ ଏହାର ଲୋକପ୍ରିୟତା ବୃଦ୍ଧି ପରେ ବ୍ୟବହାର ବଢ଼ିବାରେ ଲାଗିଛି। ତଥାପି ଏହାର ସଂଖ୍ୟା ଅତ୍ୟନ୍ତ ନଗଣ୍ୟ। ଓଡ଼ିଶାରେ ଆପାତତଃ ଅଧତ୍କାଂଶ ଅଟୋ ଏବେ ମଧ୍ୟ ଡିଜେଲ ଓ ସିଏନ୍ଜିରେ ଚାଲୁଛି। ଏବେ ଇ-ରିକ୍ସା ଚର୍ଚ୍ଚାର ପରିସରକୁ ଆସିଛି। କାରଣ ଭାରତରେ ଗତ ସପ୍ତାହରେ ଅନେକ ଇ-ରିକ୍ସା ରାସ୍ତାରେ ଅଟକି ଯାଇଥତ୍ବା ନେଇ କେତେକ ଭିଡିଓ ଭାଇରାଲ ହୋଇଥତ୍ଲା। ଖୋଳତାଡ଼ କରାଯିବାରୁ ଜଣାଗଲା ଯେ, ବିଏଟି-ବିଏମ୍ଏସ୍ ବ୍ୟାଟେରି ଆପ୍ ବ୍ୟବହାର କରାଯାଇ ଯାତ୍ରା ମଝିରେ ଏହି ଯାନଟିକୁ ବନ୍ଦ କରିଦିଆଯାଇପାରୁଛି। ଅର୍ଥାତ୍ ଏଥତ୍ରେ ବଦ୍ମାସି ପ୍ରକୃତିର ଲୋକଙ୍କ ହାତ ରହିଥତ୍ବା ଜଣାପଡ଼ିଛି। ବ୍ଲୁଟୁଥ୍ ସଂଲଗ୍ନ ବ୍ୟାଟେରିକୁ ହ୍ୟାକରମାନେ କାଇଦା କରି ଚାଳକଙ୍କୁ ହଇରାଣରେ ପକାଉଛନ୍ତି। ହ୍ୟାକରମାନେ ଯେଉଁ ଇ-ରିକ୍ସାକୁ ଲକ୍ଷ୍ୟରେ ରଖୁଛନ୍ତି ତା ପାଖ ଦେଇ ଯାଉଛନ୍ତି। ୧୦ରୁ ୨୦ ମିଟର ଦୂରତା ଭିତରେ ସେମାନେ ବିଏଟି-ବିଏମ୍ଏସ୍ ବ୍ୟାଟେରି ଆପ୍କୁ ଉପଯୋଗ କରି ସମ୍ପୃକ୍ତ ଯାନକୁ ଅକାମୀ କରି ଦେଇପାରୁଛନ୍ତି। ରାସ୍ତାରେ ଗାଡ଼ି ଅଟକିବା ପରେ ହ୍ୟାକରମାନେ ମେକାନିକ୍ ସାଜି ଗାଡ଼ିରେ କଣ ହୋଇଛି ପଚାରୁଛନ୍ତି। ତା ପରେ ଏଣୁତେଣୁ ହାତ ମାରିଦେଇ ବ୍ଲୁଟୁଥ୍କୁ ପୁନଶ୍ଚ ସକ୍ରିୟ କରିଦେବା ପରେ ଗାଡ଼ିଟି ଚାଲିଲେ ସେମାନେ ଚାଳକଙ୍କ ପାଖରୁ ୩ ଶହରୁ ୪ ଶହ ଟଙ୍କା ଧରି ପଳାଉଥତ୍ବା ଅଭିଯୋଗ ହେଉଛି। ଏଭଳି ସ୍ଥଳେ ଡ୍ରାଇଭର ଆର୍ଥିକ କ୍ଷତିରେ ପଡ଼ିବା ଥୟ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଲିଥତ୍ୟମ୍ ଓ ଆୟନ ବ୍ୟାଟେରିଗୁଡ଼ିକୁ ଚାର୍ଜ କରାଯାଇଥାଏ। ବ୍ୟାଟେରି ସହ ବ୍ଲୁଟୁଥ୍ ବ୍ୟବହାର କରାଯିବା ଦ୍ୱାରା ବ୍ୟାଟେରିର ସ୍ବାସ୍ଥ୍ୟ ଯଥା କେତେ ପ୍ରତିଶତ ଚାର୍ଜ ଅଛି, କେତେ କିଲୋମିଟର ଗାଡ଼ି ଯାଇପାରିବ, ତାହା ଜଣାପଡ଼ିଥାଏ। ବ୍ୟାଟେରି ବିଷୟରେ ଜାଣିବା ଲାଗି ନିର୍ମିତ ଆପ୍କୁ ହ୍ୟାକର୍ମାନେ ଅପବ୍ୟବହାର କରିବା ଦ୍ୱାରା ଅସ୍ବାଭାବିକତା ସୃଷ୍ଟି ହେଉଛି। କୁହାଯାଇପାରେ ଯେ, ବ୍ଲୁଟୁଥ୍ ମାଧ୍ୟମରେ ଆପ୍କୁ ଯୋଡ଼ିଲା ବେଳେ ଗଡ଼ି ଚାଳକ ଏକ ସୁରକ୍ଷିତ ପାସ୍ଓ୍ବାର୍ଡ ବ୍ୟବହାର କରିବା କଥା। ଯେଉଁମାନେ ସେତକ କରିପାରିଛନ୍ତି ସେମାନଙ୍କ ଗାଡ଼ିକୁ ହ୍ୟାକର୍ମାନେ ହ୍ୟାକ୍ କରିବାରେ ଅସଫଳ ହୋଇଛନ୍ତି। ତଥାପି ଅନେକ ଅଭିଯୋଗ ଆସିବା ପରେ ଭାରତ ସରକାର ବିଏଟି-ବିଏମ୍ଏସ୍, ଲୋସିଗି ଓ ଇପୋକ୍ ନାମକ ଚାଇନିଜ୍ ଆପ୍କୁ ଏଠାରେ ନିଷିଦ୍ଧ କରିଦେଇଛନ୍ତି।
ଏଥତ୍ରୁ ପ୍ରମାଣିତ ହେଉଛି ଯେ, ଭାରତକୁ ଯେକୌଣସି ନୂଆ କୌଶଳ ଅଣାଯିବ, ତାହାର ଦୁରୁପଯୋଗ କରିବା ପାଇଁ ଅନେକ ଲୋକ ଚାହିଁ ବସିଛନ୍ତି। ଏଠାରେ ବାହ୍ୟ ଦେଶର ପ୍ରଯୁକ୍ତି ଜ୍ଞାନର ସଫଳ କାର୍ଯ୍ୟକାରିତା କରାଇବା ଏକ ଅତ୍ୟନ୍ତ କଷ୍ଟକର କାମ। ଆମ ଜନସାଧାରଣ ସବୁବେଳେ ନକାରାତ୍ମକ ଚିନ୍ତାଧାରାରେ ଧୂରନ୍ଧର। ସେଥତ୍ପାଇଁ ଯେତେବେଳେ କୁହାଯାଉଛି ଯେ, ଇନ୍ଧନ ଚାଳିତ ଯାନବାହନକୁ ତ୍ୟାଗ କରି ଭାରତୀୟମାନେ ଅଧତ୍କ ଇଲେକ୍ଟ୍ରିକ୍ ବାହନ ବ୍ୟବହାର କରନ୍ତୁ, ସେତେବେଳେ ତାହାର ବିପଦ ସମ୍ପର୍କରେ ଲୋକଙ୍କୁ ସୂଚାଇ ଦିଆଯାଉନାହିଁ।
ଭାରତରେ ସାଇବର ଅପରାଧ ଯେଉଁଭଳି ଭାବେ ବ୍ୟାପକ ହେବାରେ ଲାଗିଛି ରାସ୍ତାରେ ଗଡ଼ୁଥତ୍ବା ଅସଂଖ୍ୟ ଇଲେକ୍ଟ୍ରିକ୍ ଭେହିକିଲ ବା ଇଭି ଉପରେ ବିପଦର ଖଡ୍ଟ ସର୍ବଦା ଝୁଲି ରହିଛି। ହାତଚାଳିତ ଗାଡ଼ି ଅଟୋମେଟିକ୍ ହେବା ପରେ ଦିନକୁ ଦିନ ଗାଡ଼ିରେ ନୂଆ ଫିଚର ଯୋଡ଼ି ଦିଆଯାଉଛି। ଚାଳକ ଓ ଯାତ୍ରୀଙ୍କୁ ଯେତେ ପ୍ରକାର ଅତ୍ୟାଧୁନିକ ସୁବିଧା ମିଳିପାରିବ ଗାଡ଼ି ନିର୍ମାତାମାନେ ତାହା ଖଞ୍ଜିବାରେ ବ୍ୟଗ୍ର। ଯେଉଁଗାଡ଼ିର ଫିଚର ଯେତେ ଅଧତ୍କ ସେହି ଯାନ ସେତେ ମୂଲ୍ୟବାନ ଓ ତାହାର ଚାହିଦା ସର୍ବାଗ୍ରେ। ଦେଖାଯାଉଛି ସୁରକ୍ଷା ଫିଚର ଯଥା ଏୟାର ବ୍ୟାଗ୍ ଯେତେ ଅଧତ୍କ ସଂଖ୍ୟାରେ ଲାଗିଲେ ମଧ୍ୟ ମଣିଷ ବଞ୍ଚିବା କଷ୍ଟକର ହୋଇଯାଉଛି। ଏଠାରେ ମନେପଡ଼େ ୨୦୧୭ରେ ଭୁବନେଶ୍ୱରରେ ଏକ ବ୍ୟବସାୟିକ ପରିବାର ୪ ଜଣଙ୍କ ମୃତ୍ୟୁ ଘଟଣା। ସମଗ୍ର ଘରକୁ ସେନ୍ସର ଓ ସର୍ବାଧତ୍କ ପ୍ରଯୁକ୍ତି ଅନୁକୂଳ କରିଦିଆଯାଇଥତ୍ବାରୁ ସାମାନ୍ୟ ଶର୍ଟସର୍କିଟ ଯୋଗୁ ପରିବାର ସଦସ୍ୟ ବାହାରକୁ ଆସିପାରିଲେ ନାହିଁ ଓ ଅଣନିଃଶ୍ୱାସରେ ସମସ୍ତଙ୍କ ମୃତ୍ୟୁ ଘଟିଥତ୍ଲା। ଦେଶର ବିଭିନ୍ନ ସ୍ଥାନରେ ଏଭଳି ଦୃଷ୍ଟାନ୍ତ ଦେଖତ୍ବାକୁ ମିଳିଛି। ଗତ ଜୁନ୍ ପ୍ରଥମ ସପ୍ତାହରେ ଦିଲ୍ଲୀର ମାଲବୀୟ ନଗରରେ ଏକ ହୋଟେଲରେ ଅତ୍ୟଧତ୍କ ମାତ୍ରାର ସୁରକ୍ଷା ଦେବାକୁ ଯାଇ ବିଭିନ୍ନ ରୁମ୍ରେ ଇଲେକ୍ଟ୍ରିକ୍ ତାଲା ଲଗାଯାଇଥତ୍ବାରୁ ଶର୍ଟସର୍କିଟରୁ ନିଆଁ ଲାଗିବା ମାତ୍ରେ ସେଗୁଡ଼ିକ ସଙ୍ଗେ ସଙ୍ଗେ ଜାମ୍ ହୋଇଥତ୍ଲା। ଫଳରେ ଲୋକେ ସହଜରେ ବାହାରିପାରିଲେ ନାହିଁ ।
ଏହି ଦୁର୍ଘଟଣାରେ ୨୧ ଜଣଙ୍କ ପ୍ରାଣ ଯାଇଥତ୍ଲା। ଗାଡ଼ି କଥା ଦେଖତ୍ଲେ ଅତ୍ୟଧତ୍କ ଆରାମ ଦେଉଥତ୍ବା ଯାନଗୁଡ଼ିକରେ ତ୍ରୁଟି ଦେଖାଦେଲେ ବା କୌଣସି କାରଣବଶତଃ ତାହା ପାଣି ଭିତରକୁ ଚାଲିଗଲେ, ଯାତ୍ରୀମାନେ ତାହାର ଦ୍ୱାର ଖୋଲି ବାହାରକୁ ଆସିପାରିବେ ନାହିଁ। ଟେସ୍ଲା ଭଳି ଅତ୍ୟଧତ୍କ ସୁରକ୍ଷା ଫିଚର ଥତ୍ବା ସ୍ବୟଂଚାଳିତ ଗାଡ଼ିରେ ଏଭଳି ଦୁର୍ଭାଗ୍ୟଜନକ ଘଟଣାରେ ବହୁ ଲୋକଙ୍କ ପ୍ରାଣ ଗଲାଣି।
ଭାରତରେ ଯେତେ ପ୍ରଯୁକ୍ତି ଓ ଜ୍ଞାନକୌଶଳ ବଢ଼ୁଛି ବୋଲି ପ୍ରଚାର କରାଯାଉଛି ସେତିକି ଦ୍ରୁତ ଗତିରେ ଅଘଟଣ ଘଟିଚାଲିଛି। ଏଥତ୍ରୁ ରକ୍ଷା କରିବାକୁ କେହି ନାହିଁ।