ଏଇ ଭାରତରେ

ବିନା ମାଟିରେ ଅଗଣାରେ ଚାଷ କରି ମାସକୁ ୫୦୦ କେ.ଜି. ପରିବା ଉପତ୍ାଦନ କରିବା ସହଜରେ ବିଶ୍ୱାସ କରି ହେଉ ନ ଥିଲେ କି ସତ। ଏଭଳି ଚାଷ କରୁଛନ୍ତି ଭଦୋଦରାର ଇଞ୍ଜିନିୟର ଶଶାଙ୍କ ଚୌବି। ସେ ବିନା ମାଟିରେ ଅର୍ଥାତ ଆକ୍ୱାପୋନିକ୍ସ( କେବଳ ପାଣିରେ) ପଦ୍ଧତିରେ ଏହି ଚାଷ କରୁଛନ୍ତି। ଏହି ପଦ୍ଧତିରେ ପରିବା ସହ ମାଛ ଚାଷ ମଧ୍ୟ କରାଯାଉଛି। ପ୍ରଥମେ ଉକ୍ତ ଚାଷ ସମ୍ବନ୍ଧରେ ତାଙ୍କର କୌଣସି ଧାରଣା ନ ଥିଲା, କିନ୍ତୁ ଏ ସମ୍ପର୍କରେ ସେ ପ୍ରଶିକ୍ଷଣ ନେଇ ଏବେ ୨,୦୦୦ ବର୍ଗଫୁଟ ଜାଗାରେ ବିଭିନ୍ନ କିସମର ୨,୫୦୦ ଗଛ ବଢାଇ ପରିବା, ଫୁଲ ଉପତ୍ାଦନ କରୁଛନ୍ତି। ଏହା ବ୍ୟତୀତ ବହୁ କିସମର ଓଷଧୀୟ ଗଛ ମଧ୍ୟ ବଢ଼ାଇଛନ୍ତି। ଶଶାଙ୍କ ଦିିଲ୍ଲୀରେ ଏକ କର୍ପୋରେଟ ଚାକିରି କରିଥିଲେ। ପରେ ଏହାକୁ ଛାଡ଼ି ସେ ୨୦୧୮ରେ ଆକ୍ୱାପୋନିକ୍ସ ପଦ୍ଧତିରେ ଚାଷ ଆରମ୍ଭ କରିଥିଲେ। ଏହି ପଦ୍ଧତିରେ ସେ ପାରମ୍ପରିକ ଚାଷ ତୁଳନାରେ ୮୦% ଜଳ ବଞ୍ଚାଇପାରୁଛନ୍ତି। ଏବେ ସୁଦ୍ଧା ସେ ଗୁଜରାଟ ଓ ରାଜସ୍ଥାନର ୩୫ ଜଣଙ୍କୁ ଅଫ୍‌ଲାଇନ ଏବଂ ଅନ୍‌ଲାଇନରେ ପ୍ରଶିକ୍ଷଣ ଦେଇସାରିଲେଣି।