ଏଇ ଭାରତରେ

ବୟସ ୧୬। କିନ୍ତୁ ଚିନ୍ତାଧାରା ପ୍ରେରଣାଦାୟକ। ଦିଲ୍ଲୀର ଅନନ୍ତ ବାଗ୍ରୋଡିଆ ଭଲ୍ୟୁଣ୍ଟିୟର ଫର୍‌ ଏମ୍‌ସିଡି ସ୍କୁଲ ଆପ୍‌ ଖୋଲି ତା’ ମାଧ୍ୟମରେ ସ୍ବେଚ୍ଛାକୃତ ଭାବେ ଅସହାୟ ଗରିବ ପିଲାମାନଙ୍କୁ ପଢାଇବା ଲାଗି କଲେଜ ଛାତ୍ରମାନଙ୍କୁ ଏଥିରେ ଯୋଡ଼ିପାରିଛନ୍ତି। ଏହି ଆପ୍‌ ମାଧ୍ୟମରେ ବି ସେ ଶିକ୍ଷାଦାନକୁ ସଞ୍ଚାଳିତ କରୁଛନ୍ତି। ଦିଲ୍ଲୀର ବିଭିନ୍ନ ଅଞ୍ଚଳରୁ ଛାତ୍ରମାନେ ଅନନ୍ତଙ୍କ ଉକ୍ତ ଅଭିଯାନରେ ସାମିଲ ହୋଇଛନ୍ତି। ଏପରିକି ଅନନ୍ତଙ୍କ ମା’ ମଧ୍ୟ ଏହି ସ୍କୁଲରେ ପଢାଉଛନ୍ତି। ଏହି ସ୍କୁଲରେ ଅସହାୟ ପିଲାମାନେ ପଢିବା ସହ ମ୍ୟୁଜିକ, ନାଚ ଓ ବିଭିନ୍ନ ଖେଳ ଶିଖୁଛନ୍ତି। ଏବେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ୧୯ଟି ଏଭଳି ସ୍କୁଲ ଚାଲିଛି। ଏମ୍‌ସିଡି ସ୍କୁଲ ଆପ୍‌ରେ ଏବେ ୧୦୦ ସ୍ବେଚ୍ଛାସେବୀ କଲେଜ ଛାତ୍ର ପିଲାମାନଙ୍କୁ ପଢାଇବା ଲାଗି ସମୟ ଦେବା ଲାଗି ପଞ୍ଜୀକୃତ ହୋଇଛନ୍ତି। ଏମାନେ ପିଲାମାନଙ୍କୁ ଗଣିତ,ଇଂଲିଶ, ବିଜ୍ଞାନ, ଇତିହାସ ଏବଂ ଅନ୍ୟ ବିଷୟ ପଢାଉଛନ୍ତି।