ଏଇ ଭାରତରେ

ବର୍ଜ୍ୟ ଜଳକୁ ବିଶୁଦ୍ଧ କରିବାରେ ଡ. ପ୍ରସନ୍ନ ଜଗଦେଓଙ୍କ ପ୍ରୟାସ ପ୍ରଶଂସନୀୟ। ସେ ଜୈବିକ ପଦ୍ଧତି ଅର୍ଥାତ୍‌ ଡକ୍‌ଓ୍ବିଡ (ଔଷଧୀୟ ଗୁଣ ଏକପ୍ରକାର ଦଳ) ଦ୍ୱାରା ଏହା କରୁଛନ୍ତି। ପ୍ରସନ୍ନ ମେରାଇନ ବାୟୋଟେକ୍‌ନୋଲୋଜିରେ ୟୁନିଭର୍ସିଟି ଅଫ ଇଷ୍ଟ ଆଙ୍ଗଲିୟା (ବ୍ରିଟେନ)ରେ ୨୦୦୯-୧୦ରେ ଡିଗ୍ରୀ ହାସଲ କରିବା ପରେ ୨୦୧୦ରେ ପୁଣେର ଫର୍ଗୁଶନ କଲେଜରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ। ସେଠାରେ ପୂଜା ତେନ୍ଦୁଲକର ତାଙ୍କୁ ଏହି ଦଳ ବିଷୟରେ ଅବଗତ କରିଥିଲେ। ସେମାନେ ମିଳିତ ଭାବେ ଏହା ଉପରେ ଗବେଷଣା କରି ଓ୍ବେଷ୍ଟ ଓ୍ବାଟର ଟ୍ରିଟମେଣ୍ଟ କରିବାକୁ ସ୍ଥିର କରିଥିଲେ। ପରେ ସେମାନେ ଲିମନିୟନ (ଏକପ୍ରଜାତିର ଡକ୍‌ଓ୍ବିଡ) ଗ୍ରୀନ୍‌ ସଲ୍ୟୁଶନ ଷ୍ଟାର୍ଟଅପ୍‌ ଗଠନ କରିଥିଲେ। ଏବେ ଏହି ଦଳ ମାଧ୍ୟମରେ ଛୋଟ ନଦୀ, ନାଳ ଓ ପୋଖରୀଗୁଡ଼ିକର ପୁନରୁଦ୍ଧାର କରୁଛନ୍ତି। ସେମାନେ ୩୦ଟି ପ୍ରୋଜେକ୍ଟ ଶେଷ କରିସାରିଲେଣି। ସେମାନେ ବାୟୋଲୋଜିକାଲ ପଦ୍ଧତିରେ ଦିନକୁ ୧ କିଲୋ ଲିଟରରୁ ଆରମ୍ଭ କରି ୩,୦୦୦ କିଲୋଲିଟର ପର୍ଯ୍ୟନ୍ତ ଜଳକୁ ଜୀବାଣୁ ମୁକ୍ତ କରିପାରୁଛନ୍ତି। ଡକ୍‌ଓ୍ବିଡର ୩୭ଟି ପ୍ରଜାତି ମଧ୍ୟରୁ ୪ କିମ୍ବା ୫ଟି ଭାରତରେ ଅଛି। କେବଳ ଏତିକି ନୁହେଁ, ଜଳାଶୟ କଡ଼ରେ ଦେଶୀ ଗଛ ସବୁ ରୋପଣ କରି ମୃତ୍ତିକା କ୍ଷୟ ରୋକିବା ଲାଗି ପଦକ୍ଷେପ ନେଉଛନ୍ତି ପ୍ରସନ୍ନ। ଜଳାଶୟ ପୁନରୁଦ୍ଧାର କାର୍ଯ୍ୟରେ ପ୍ରୋଜେକ୍ଟଗୁଡ଼ିକରେ ଛାତ୍ର ଏବଂ ସ୍ଥାନୀୟ ଗ୍ରମବାସୀମାନେ ଭାଗ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri