ଏଇ ଭାରତରେ

ପିତାଙ୍କ ଚାକିରିରେ ବଦଳି ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ରହୁଥିଲେ ଦୁଇ ଭଉଣୀ ତନ୍ୟା ଏବଂ ସୁଜାତା। ସେମାନେ ଦେଶର ବିଭିନ୍ନ ଅଞ୍ଚଳର ସଂସ୍କୃତି, ପରମ୍ପରା ଓ ପୋଷାକ ଉପରେ ଅଭିିଜ୍ଞତା ହାସଲ କରିବାର ସୁଯୋଗ ପାଇଥିଲେ। ୨୦୧୪ରେ ତନ୍ୟା କନ୍‌ସଲ୍‌ଟାଣ୍ଟ ଭାବେ ଓ ସୁଜାତା ଆଇଆଇଟି ମୁମ୍ବାଇରେ ପିଏଚ୍‌.ଡି. କରୁଥିଲେ। ଏହି ସମୟରେ କିଛି ନୂତନତ୍ୱ ସୃଷ୍ଟି କରି ଲୋକଙ୍କୁୁ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ପରେ ଦୁଇ ବର୍ଷ ପୋଷାକ ଉପରେ ଗବେଷଣା କରି ଶାଢ଼ି ବ୍ରାଣ୍ଡ ‘ସୂତା’ ଆରମ୍ଭ କରିଥିଲେ। ଫ୍ୟାଶନ କ୍ଷେତ୍ରରେ କୌଣସି ଅଭିଜ୍ଞତା ନ ଥାଇ ବି ସେମାନେ ହଜିଯାଉଥିବା କଳାକୁ ଶାଢ଼ି ମାଧ୍ୟମରେ ବଞ୍ଚାଇ ରଖିବାକୁ ବିଭିନ୍ନ ବର୍ଗର ବୁଣାକାର ଓ ଚିତ୍ରକରମାନଙ୍କୁ ଏଥିରେ ସାମିଲ କଲେ। ଏହି ଶାଢ଼ି ଡିଜାଇନ ସେମାନଙ୍କୁ ଆକର୍ଷିତ କରିପାରିଥିଲା। ଏବେ ଏହି କାର୍ଯ୍ୟରେ ସେ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଓଡ଼ିଶା, ତେଲଙ୍ଗାନା ଆଦି ରାଜ୍ୟରେ ୧୬ ହଜାର ବୁଣାକାରଙ୍କୁ ଏହି କାର୍ଯ୍ୟରେ ଲଗାଇଛନ୍ତି। ୧୫୦ ପରିବାରକୁ ପୂର୍ଣ୍ଣକାଳୀନ ରୋଜଗାର ଦେବାରେ ସକ୍ଷମ ହୋଇପାରିଛନ୍ତି। ଏବେ ତାଙ୍କ ବ୍ୟବସାୟିକ କାରବାର ୫୦ କୋଟିକୁ ଟପିଗଲାଣି। ଏହି ଦୁଇ ଭଉଣୀଙ୍କୁ ସମସ୍ତେ କହୁଛନ୍ତି ‘ସୂତା ଭଉଣୀ’।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri