ଏଇ ଭାରତରେ

କିଛି ହରାଇବା ପରେ ଖୁବ୍‌ କମ ଲୋକ ତା’ର ଗୁରୁତ୍ୱ ଉପଲବ୍ଧି କରିଥାନ୍ତି ଯାହା କରୁଛନ୍ତି କେରଳର ଏର୍ନାକୁଲମ ଜିଲାର ରାଜକୁମାର ଏମ୍‌। ସେ ୨୮ ବର୍ଷ ପୂର୍ବେ ଦୃଷ୍ଟି ହରାଇ ଏବେ ଆଇ ଡୋନର ଯୋଗାଡ କରିବାରେ ଲାଗିଛନ୍ତି।
୧୦ ବର୍ଷ ମଧ୍ୟରେ ସେ ୨୫ ଲକ୍ଷ ଡୋନର ଯୋଗାଡ କରିବାର ଲକ୍ଷ୍ୟ ରଖିଛନ୍ତି। ପିଲା ବେଳୁ ରାଜକୁମାର ସବୁ ଦେଖି ପାରୁଥିଲେ। କିନ୍ତୁ ୧୯୯୨ରେ ହଠାତ୍‌ ସେ ଦୃଷ୍ଟିଶକ୍ତି ହରାଇଥିଲେ। ପରେ ତାଙ୍କ ଜୀବନରେ ଅବସାଦ ଘୋଟି ଆସିଲା ା ସେ ୩ ଥର ଆମତ୍ହତ୍ୟା କରିବାକୁ ମଧ୍ୟ ଉଦ୍ୟମ କରିଥିଲେ। କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ। ତାଙ୍କୁ ମୋଲି କୋଶି ନାମ୍ନୀ ଜଣେ ସମାଜସେବୀ ସାହାଯ୍ୟ କଲେ। ତାଙ୍କ ଜୀବନରେ ବି ଏକ ପରିବର୍ତ୍ତନ ଆଣିପାରିଲେ। ତାପରେ ରାଜକୁମାର ତାଙ୍କ ସହାୟତାରେ ଆଇ ଡୋନରଙ୍କୁ ଖୋଜିବାରେ ଲାଗିଛନ୍ତି। ଆଇଟିଆଇ ଶେଷ କରି ବିପିସିଏଲ୍‌ରେ ଚାକିରି ମଧ୍ୟ କରିଥିଲେ। ପରେ ଚାକିରି ଛାଡି ଆଇ ଡୋନର ତାଲିକା ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ। ୨୫ ଲକ୍ଷ ଡୋନର ପାଇଲେ ୫୦ ହଜାର ଲୋକ ନୂଆ ଦୁନିଆ ଦେଖିପାରିବେ ବୋଲି କହନ୍ତି ରାଜକୁମାର। ଏତେ ସଂଖ୍ୟକ ଡୋନରଙ୍କୁ ୧୦ ବର୍ଷ ମଧ୍ୟରେ ଖୋଜି ବାହାର କରିବା ଲକ୍ଷ୍ୟ ନେଇ ଏବେ ସୁଦ୍ଧା ସେ ୭୦୦୦ ପରିବାର ସହ ଯୋଗାଯୋଗ କରି ୩.୫ ଲକ୍ଷ ଡୋନରଙ୍କଠାରୁ ସେମାନଙ୍କ ସହମତ ପାଇପାରିଛନ୍ତି। ତାଙ୍କର ଏଭଳି କାର୍ଯ୍ୟରେ ପ୍ରଭାବିତ ହୋଇ ୪ର୍ଥ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀ ମଧ୍ୟ ଚକ୍ଷୁଦାନ କରିଛନ୍ତି। ବ୍ୟକ୍ତିଗତ ସ୍ତରରେ ଅନେକଙ୍କୁ ଚକ୍ଷୁଦାନ ଲାଗି ଚୁକ୍ତିବଦ୍ଧ କରାଇଥିଲେ ମଧ୍ୟ ମୃତ୍ୟୁ ପରେ ସେମାନଙ୍କ ପରିବାର ତାହା କରାଇ ଦେଇ ନଥିଲେ।
ଏଣୁ ରାଜକୁମାର ପରିବାରକୁ ସାକ୍ଷାତ କରିବ ସମସ୍ତଙ୍କ ଉପସ୍ଥିତିରେ ଚକ୍ଷୁଦାନ ଲାଗି ସେମାନଙ୍କର ସହମତି ନେଉଛନ୍ତି।
ଏଥିରେ ସେ ସଫଳତା ମଧ୍ୟ ପାଉଛନ୍ତି। ରାଜକୁମାରଙ୍କୁ ଏବେ ବୟସ ୫୨। ତାଙ୍କ ଲକ୍ଷ୍ୟରେ ପହଞ୍ଚତ୍ବା ଲାଗି ସେ ଡୋନର ଖୋଜିବାରେ ଦିନ ରାତି ଏକା କରି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri