ଏଇ ଭାରତରେ

ମୃତକଙ୍କ ଦଶାହ କର୍ମରେ ହେଉଥିବା ଅଯଥା ଖର୍ଚ୍ଚ ରୋକିବା ପାଇଁ ବାରାଣସୀର ୱାଜିଦପୁରର ଲୋକମାନେ ଏକଜୁଟ ହୋଇଛନ୍ତି। ଗାଁରେ କାହାର ମୃତ୍ୟୁରେ ଦଶାହ କର୍ମ ନ କରି ଏ ବାବଦରେ ହେଉଥିବା ଖର୍ଚ୍ଚରେ ପିଲାମାନଙ୍କ ପାଠପଢ଼ା ହେବ ଓ ଏହି ଦିନ ଗାଁରେ ଚାରା ରୋପଣ କରାଯିବ ବୋଲି ହରହୁଆର ୱାଜିଦପୁର ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି। ଗାଁ ମୁଖିଆ ଲଲମାନ ଯାଦବ କହିଛନ୍ତି, କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ଦଶାହ କର୍ମ ପାଇଁ ତାଙ୍କ ପରିବାରକୁ ବହୁତ ଚିନ୍ତା କରିବାକୁ ପଡ଼ିଥାଏ। ଅନେକ ଗରିବ ପରିବାରକୁ ଏନେଇ ଋଣ ନେବାକୁ ପଡ଼ିଥାଏ। ଏଣିକି ଆଉ ଏଭଳି ସ୍ଥିତି ଉପୁଜିବ ନାହିଁ। ନିଷ୍ପତ୍ତି ଅନୁଯାୟୀ ଏକ କମିଟି ଗଠନ କରାଯିବ ଏବଂ ଦଶାହ କର୍ମରେ ହେବାକୁ ଥିବା ଖର୍ଚ୍ଚ ସମ୍ପୃକ୍ତ ପରିବାରର ସାଧ୍ୟ ଅନୁଯାୟୀ ଜମା କରାଯିବ। ଏହା ପରେ କମିଟି ନିଷ୍ପତ୍ତି ଅନୁସାରେ ସେହି ଟଙ୍କା ଗାଁର ଗରିବ ପିଲାଙ୍କ ଶିକ୍ଷା ପାଇଁ ଖର୍ଚ୍ଚ ହେବ। ଦଶାହ ଦିନ ପଞ୍ଚାୟତ ଭବନରେ କେବଳ ଶୋକସଭା ଅନୁଷ୍ଠିତ ହେବ। ଶୋକସଭା ବୈଠକ ପରେ ମୃତକଙ୍କ ପୁଅଙ୍କ ସଂଖ୍ୟା ଅନୁସାରେ ଚାରା ସର୍ବସାଧାରଣ ଜମିରେ କିମ୍ବା ମୃତ ବ୍ୟକ୍ତିଙ୍କ ଜମିରେ ଲଗାଯିବ। ମାତାପିତାଙ୍କ ମୃତ୍ୟୁପରେ ବୃକ୍ଷଗୁଡିକ ସେମାନଙ୍କର ପ୍ରତୀକ ଭାବରେ ସ୍ମରଣୀୟ ହେବେ। ବୃକ୍ଷଗୁଡିକର ସୁରକ୍ଷା ଦୟିତ୍ୱ ପୁଅମାନେ ତୁଲାଇବେ ଓ ଏହାଦ୍ୱାରା ପରିବେଶ ସଂରକ୍ଷଣ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri