ଏଇ ଭାରତରେ

ଏ ଦୋସ୍ତି ହମ ନେହିଁ ତୋଡଙ୍ଗେ…ଗୀତଟି ବଲିଉଡ୍‌ର ବ୍ଲକବଷ୍ଟର ଚଳଚ୍ଚିତ୍ର ଶୋଲେର। ଏହି ଗୀତରେ ଦୁଇ ସାଙ୍ଗଙ୍କ ବନ୍ଧୁତା ଦର୍ଶାଯାଇଛି। ଚଳଚ୍ଚିତ୍ରରେ ଜୟ ଏବଂ ବୀରୁଙ୍କ ମଧ୍ୟରେ ଥିବା ରିଲ୍‌ ଲାଇଫର ବନ୍ଧୁତାର ଉଦାହରଣ ଏବେ ରିୟଲ ଲାଇଫ୍‌ରେ ଘଟିଛି। ଜୟଙ୍କ ଜୀବନ ବଞ୍ଚାଇବା ପାଇଁ ବୀରୁ ନିଜ ଜୀବନକୁ ବିପଦରେ ପକାଇଥିଲେ। ଉତ୍ତରପ୍ରଦେଶ ଫିରୋଜବାଦରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ତାଙ୍କ ବନ୍ଧୁଙ୍କ ଜଳୁଥିବା ଚିତା ଉପରକୁ ଡେଇଁ ନିଜ ଜୀବନ ଦେଇଛନ୍ତି। ଫିରୋଜବାଦ ପୋଲିସ ଷ୍ଟେଶନ ନାଗଲା ଖଙ୍ଗର ଅଞ୍ଚଳର ସ୍ବରୂପଘାଟର ବାସିନ୍ଦା ଆନନ୍ଦ ଗୌରବ ଏବଂ ଅଶୋକ ବହୁତ ଭଲ ବନ୍ଧୁ ଥିଲେ। ଉଭୟ ସାଙ୍ଗ ପ୍ରାଥମିକ ବିଦ୍ୟାଳୟରେ ଏକାଠି ଅଧ୍ୟୟନ କରିଥିଲେ। ଗତ ଶନିବାର ଅଶୋକଙ୍କର କର୍କଟ ରୋଗରେ ମୃତ୍ୟୁ ଘଟିଥିଲା। ଆନନ୍ଦ ଏହି ଦୁଃଖକୁ ସହ୍ୟ କରିପାରିଲେ ନ ଥିଲେ। ଯେତେବେଳେ ଅଶୋକଙ୍କର ଶେଷ ରୀତିନୀତି କରାଯାଇଥିଲା, ସେତେବେଳେ ଆନନ୍ଦ ତାଙ୍କ ଜଳୁଥିବା ଚିତା ଉପରେ ଚଢ଼ି ଯାଇଥିଲେ। ଚିତାରେ ଚଢ଼ି ଆନନ୍ଦଙ୍କ ଶରୀର ୯୫ ପ୍ରତିଶତ ଜଳି ଯାଇଥିଲା। ପରେ ତାଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ଆଗ୍ରା ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri