ଏଇ ଭାରତରେ

ଭାରତରେ ୨୦୦୦ ଟଙ୍କିଆ ନୋଟ ଏବେ ବ୍ୟାଙ୍କରେ ଫେରାଇବା ପ୍ରକ୍ରିୟା ଜାରି ରହିଛି। ତେବେ ଏହା ମଧ୍ୟରେ ଏକ ନିଆରା ଖବର ସାମ୍‌ନାକୁ ଆସିଛି। ଜଣେ ଭକ୍ତ ହିମାଚଳ ପ୍ରଦେଶର ମା’ଜ୍ୱାଳାମୁଖୀ ମନ୍ଦିରରେ ୪୦୦ଟି ୨୦୦୦ ଟଙ୍କିଆ ନୋଟ ଅର୍ଥାତ୍‌ ୮ଲକ୍ଷ ଟଙ୍କା ଦାନ କରିଛନ୍ତି। ବର୍ତ୍ତମାନ ଏହି ପରିମାଣର ଦାନ ଚର୍ଚ୍ଚାର ବିଷୟ ପାଲଟିଛି। ମନ୍ଦିରର ଆକବରଙ୍କ ଛତା ନିକଟରେ ରଖାଯାଇଥିବା ଦାନବାକ୍ସରେ ଏହି ରାଶି ଦାନ କରାଯାଇଥିଲା। ମନ୍ଦିରର ଜୁନିୟର ଇଞ୍ଜିନିୟର ସୁରେଶ କୁମାର କହିଛନ୍ତି, ଅନେକ ଭକ୍ତ ମା’ଙ୍କ ପାଖକୁ ଆସନ୍ତି। କିଏ କିଏ ପ୍ରାୟତଃ ମା’ଙ୍କ ପାଦତଳେ ଏପରି ଭେଟି ଚଢ଼ାଇ ଥାନ୍ତି। କିନ୍ତୁ ଦାନ ବାକ୍ସରେ ଏତେ ପରିମାଣର ଟଙ୍କା ଦାନ କରାଯିବା ସମସ୍ତଙ୍କୁ ବିସ୍ମିତ କରିଛି। ଏଥି ସହିତ ଜ୍ୱାଳାମୁଖୀ ମ୍ୟୁନିସିପାଲିଟି କାଉନ୍‌ସିଲ୍‌ର ଅଧ୍ୟକ୍ଷ ଧର୍ମେନ୍ଦ୍ର ଶର୍ମା କହିଛନ୍ତି, ସେପ୍ଟେମ୍ବର ମଧ୍ୟରେ ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟସବୁ ବଦଳାଯିବା ପରେ ତାହାକୁ ମନ୍ଦିରରେ ଭକ୍ତଙ୍କ ସୁବିଧା ପାଇଁ ଖର୍ଚ୍ଚ କରାଯିବ। ଏପରି ପରିସ୍ଥିତିରେ ଯଦି ମନ୍ଦିର ଦାନ ବାକ୍ସରେ ୨୦୦୦ ଟଙ୍କିଆ ନୋଟ ଜମା ହୁଏ, ତେବେ ନିଶ୍ଚିତ ଭାବରେ ଏହାଦ୍ୱାରା ମନ୍ଦିରର ବିକାଶ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri