ଏଇ ଭାରତରେ

ସମାଜର ବରିଷ୍ଠ ନାଗରିକମାନଙ୍କ ଯତ୍ନ ନେବା ଲାଗି ଅନେକ ପଦକ୍ଷେପ ନିଆଯାଉଥିବା ବେଳେ ସେମାନଙ୍କ ମାନସିକସ୍ଥିତି ତଥା ଏକାନ୍ତପଣ ଦୂର କରିବା ଏବେ ଏକ ଆହ୍ବାନ ଭାବେ ଉଭା ହୋଇଛି। ତେବେ ଏଭଳି ସମସ୍ୟା ଦୂର କରିବା ପାଇଁ ହରିୟାଣାର ଏମ୍‌.ପି. ଦୀପୁ ଓ ରାହୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେମାନେ ସିନିୟର ଓ୍ବାଲର୍‌ଡ ସଂସ୍ଥା ଗଠନ କରି ବରିଷ୍ଠ ନାଗରିକମାନଙ୍କୁ ସାରା ବିଶ୍ୱ ଭ୍ରମଣ କରାଉଛନ୍ତି। ୨୦୧୫ରେ ସେମାନେ ସିନିୟର ଓ୍ବାଲର୍‌ଡ ଗଠନ କରିଥିଲେ। ଏହା ମାଧ୍ୟମରେ ଏବେ ସୁଦ୍ଧା ୫,୦୦୦ ବରିଷ୍ଠ ନାଗରିକଙ୍କୁ ବିଶ୍ୱ ଭ୍ରମଣ ସୁବିଧା ଯୋଗାଇ ଦେଇସାରିଲେଣି। ଅର୍ଥାତ୍‌ ପିଲାମାନେ ବାହାରେ ରହୁଥିବାରୁ ସେମାନଙ୍କ ସ୍ନେହ ଶ୍ରଦ୍ଧାରୁ ବଞ୍ଚିତ ବରିଷ୍ଠ ନାଗରିକମାନେ ଏହି ଯାତ୍ରାରେ ଯାଉଛନ୍ତି। ଯାତ୍ରା ସମୟରେ ସେମାନଙ୍କ ସ୍ବାସ୍ଥ୍ୟର ଯତ୍ନ ନିଆଯିବା ସହ ମନୋରଞ୍ଜନ ଲାଗି ନାଚ, ଗୀତ ଆଦିର ବ୍ୟବସ୍ଥା କରିଛନ୍ତି। ସେମାନଙ୍କୁ ପ୍ରାୟତଃ ଚିକିତ୍ସାଳୟର ପାଖାପାଖି ହୋଟେଲରେ ରଖାଇବାର ବ୍ୟବସ୍ଥା କରାଯାଉଛି। ଆମେରିକା, ଇଂଲଣ୍ଡ, ଶ୍ରୀଲଙ୍କା, ଭୁଟ୍ଟାନ, ଭିଏତ୍‌ନାମ, ଥାଇଲାଣ୍ଡ, ସିଙ୍ଗାପୁର, କେନିଆ, ଦୁବାଇ, ଅଷ୍ଟ୍ରେଲିଆ ଆଦି ଦେଶକୁ ବରିଷ୍ଠ ନାଗରିକମାନଙ୍କୁ ଭ୍ରମଣରେ ନିଆଯିବା ସହ ଭାରତର ବିଭିନ୍ନ ରାଜ୍ୟର ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀକୁ ବୁଲାଇ ନିଆଯାଉଛି। ବରିଷ୍ଠ ନାଗରିକମାନଙ୍କର ବୟସ ୫୫-୯୫ ମଧ୍ୟରେ ରହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri