ଏଇ ଭାରତରେ

ସମସ୍ତେ ଭିନ୍ନ ଭିନ୍ନ ଡିଜାଇନର ଆକର୍ଷଣୀୟ ଘର କରୁଛନ୍ତି କିନ୍ତୁ ବେଙ୍ଗାଲୁରୁର ଦମ୍ପତି ଶ୍ରୀନି ଏବଂ ସୁଷମା ଏଭଳି ଘର ନିର୍ମାଣ କରିଛନ୍ତି, ଯେଉଁଥିରେ ବିଦ୍ୟୁତ ଓ ପାଣି ପାଇଁ ବାହାର ଉପରେ ନିର୍ଭର କରିବାକୁ ପଡ଼ୁନାହିଁ। ଘରେ ସବୁଜ ଶକ୍ତିର ଉପଯୋଗ ଏବକାର ସମୟର ଆହ୍ବାନ ହୋଇଥିବାବେଳେ ସେମାନେ ଉକ୍ତ ଘରେ ତାହା ପ୍ରମାଣିତ କରିପାରିଛନ୍ତି। ସେମାନେ ଘରକୁ କାଠ, ଇଟା ଓ ପ୍ଲାଷ୍ଟର ପାରିସରେ ନିର୍ମାଣ କରିଛନ୍ତି। ଏହି ଦୁଇ ମହଲା ଘରକୁ ୨୦୧୬ରେ ଆରମ୍ଭ କରି ୨୦୧୮ରେ ଶେଷ କରିଥିଲେ। ଏହି ଘରେ ସେମାନେ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା କରିିଛନ୍ତି। ଘରର ସବୁ ଜଳ ଆବଶ୍ୟକତା ଏଥିରେ ପୂରଣ କରୁଛନ୍ତି। ଏହାକୁ ଫିଲଟର କରି ପାନୀୟ ଜଳ ଭାବେ ବି ବ୍ୟବହାର କରୁଛନ୍ତି। ଉପତ୍ାଦିତ ୨ କିଲୋଓ୍ବାଟ ସୌର ବିଦ୍ୟୁତ୍‌ରେ ଘରର ସବୁ କିଛି ଚାଲୁଛି। ଶକ୍ତି ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନଜନିତ ବିପଦକୁ ଟାଳିବା ଲାଗି ବାସ୍ତବରେ ଏଭଳି ଏକ ଶତପ୍ରତିଶତ ପରିବେଶ ଉପଯୋଗୀ ଘର ଅତ୍ୟନ୍ତ ଉପଯୋଗୀ ବୋଲି କହନ୍ତିି ଶ୍ରୀନି।