ଏଇ ଭାରତରେ

ତାମିଲନାଡୁର ଆର୍ଟିଷ୍ଟ ଏସ୍‌. ଜେୟା କ୍ରୁଜ୍‌ ଷଢ଼େଇର ପୁନଃଉପଯୋଗ କରି ଏହାକୁ ନାରୀ ସଶକ୍ତୀକରଣର ମାଧ୍ୟମରେ ପରିଣତ କରିଛନ୍ତି। ବଡ଼ କଥା ହେଉଛି ସେ ଷଢ଼େଇରେ ବିଭିନ୍ନ କଳାକୃତି ଓ ଗହଣା ତିଆରି କରି ଚର୍ଚ୍ଚାରେ ରହିଛନ୍ତି। ଜେୟା ଏଣେତେଣେ ଫିଙ୍ଗି ଦିଆଯାଉଥିବା ଷଢ଼େଇକୁ ସଂଗ୍ରହ କରି ସେଥିରେ ଭାରତର ବିଭିନ୍ନ କଳାକୃତିକୁ ଫୁଟାଇ ପାରୁଛନ୍ତି। ଉକ୍ତ କାର୍ଯ୍ୟରେ ପାଖାପାଖି ୫୦ ମହିଳାଙ୍କୁ ସେ ନିଯୁକ୍ତ କରିଛନ୍ତି। ଜେୟା ଏସ୍‌.ଭି. ହ୍ୟାଣ୍ଡିକ୍ରାଫ୍ଟ ନାମକ କମ୍ପାନୀ ଦ୍ୱାରା ଏହି କାର୍ଯ୍ୟ ଜାରି ରଖିଛନ୍ତି। ଉକ୍ତ କଳାକୁ ସେ ମାତ୍ର ୧୬ ବର୍ଷ ବୟସରେ ଜେଜେଙ୍କଠାରୁ ହାସଲ କରିଥିଲେ। ଷଢ଼େଇରେ ବିଭିନ୍ନ କଳାକୃତି କରିବା ସହ ସେ ଗହଣା, କପ୍‌, ଓ ବାସନ ଆଦି ତିଆରି କରୁଛନ୍ତି। ଷଢ଼େଇ କପ୍‌ର ଦାମ ରଖିଛନ୍ତି ୨୦ ଟଙ୍କା ଓ ବାସନର ମୂଲ୍ୟ ୨୫୦ ଟଙ୍କା। ତାଙ୍କ ଗହଣାର ମୂଲ୍ୟ ରହିଛି ୫୦ରୁ ୨,୫୦୦ ଟଙ୍କା ପର୍ଯ୍ୟନ୍ତ। ଏହିସବୁ ଉତ୍ପାଦକୁ ଜେୟା ଓ ତାଙ୍କ ଟିମ୍‌ ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ମଦୁରାଇ, କୋଏମ୍ବାଟୁର ଆଦି ସ୍ଥାନରେ ବିକ୍ରି କରୁଛନ୍ତି। ଏହା ବ୍ୟତୀତ ଜର୍ମାନୀ ଓ ଫ୍ରାନ୍ସରୁ ମଧ୍ୟ ଏହି ଜିନିଷ ଲାଗି ସେ ଅର୍ଡର ପାଇଛନ୍ତି ଓ ତାହା ଯୋଗାଇ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri