ଏଇ ଭାରତରେ

କର୍ପୋରେଟ ବିଶ୍ୱରେ ୧୬ ବର୍ଷ କଟାଇବା ପରେ ୨୦୧୬ରେ ଚାକିରି ଛାଡି କୃଷିକୁ ଆଦରି ନେଇଛନ୍ତି ମହାରାଷ୍ଟ୍ରର ଅନିଶ ଶାହା। ବର୍ଷକୁ ପାଖାପାଖି ୬୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଚାଷୀମାନଙ୍କୁ ବି ରୋଜଗାରର ବାଟ ଦେଖାଉଛନ୍ତି। ଅନିଶ ଏମ୍‌ବିଏ ଡିଗ୍ରୀ ହାସଲ କରିଛନ୍ତି। ବିଭିନ୍ନ ଖବରକାଗଜ ସଂସ୍ଥାରେ ମାର୍କେଟିଂରେ କାର୍ଯ୍ୟ କରିବା ପରେ ସେ କୃଷିକୁ ଆପଣାଇଛନ୍ତି। ଏବେ ସେ ଜଣେ ସଫଳ ଜୈବିକ କୃଷକ ଓ ଏଣ୍ଟରପ୍ରେନ୍ୟୁୟର ମଧ୍ୟ। ଅନିଶ ୩୦ ଏକର ଜମିରେ ବାଦାମ,ଗହମ,ହଳଦୀ,ବିନ୍‌, ଲଙ୍କା, ଆମ୍ବ, କାଜୁ ଆଦି ୨୦ ପ୍ରକାର ଫସଲ କରୁଛନ୍ତି। ମାଛ ଚାଷ ସହ କୁକୁଡା ଓ ଗୋ ପାଳନ ବି କରୁଛନ୍ତି। ମୁମ୍ବାଇରେ ରହୁଛନ୍ତି , କିନ୍ତୁ ତାଙ୍କ ଫାର୍ମ ରହିଛି ସିନ୍ଧୁଦୁର୍ଗରେ। ସେ କୃଷି ଉତ୍ପାଦକୁ ବିକ୍ରି କରିବା ପାଇଁ ‘ଆର୍ଥ ହାର୍ଭେଷ୍ଟ’ଫାର୍ମ ଖୋଲିଛନ୍ତି , ଯେଉଁଠାରୁ ଖାଉଟିମାନେ ତାହା କିଣୁଛନ୍ତି। ଫାର୍ମକୁ ଦୈନିକ ୪୦୦ରୁ ଊର୍ଦ୍ଧ୍ୱ ଖାଉଟି ଆସୁଛନ୍ତି। ସିନ୍ଧୁଦୁର୍ଗ ଓ ସତାର ଜିଲାର ଚାଷୀମାନେ ବି ଅନିଶଙ୍କ ଆର୍ଥ ହାଭେଷ୍ଟକୁ ପରିବା ଯୋଗାଇ ଲାଭବାନ ହେଉଛନ୍ତି। କୃଷକ ଓ ଖାଉଟିଙ୍କ ମଧ୍ୟରେ ମଧ୍ୟସ୍ଥଙ୍କ କାରବାରକୁ ରୋକିବା ପାଇଁ ଆର୍ଥ ହାର୍ଭେଷ୍ଟ ଗଠନ କରାଯାଇଛି ବୋଲି କୁହନ୍ତି ୪୩ ବର୍ଷୀୟ ଅନିଶ। କେବଳ ଏତିକି ନୁହେଁ ସେ ମଧ୍ୟ ଜୈବିକ ପରିବା ମଧ୍ୟପ୍ରାଚ୍ୟ ଓ ଇଂଲଣ୍ଡକୁ ରପ୍ତାନି କରୁଛନ୍ତି। ବିଭିନ୍ନ ପ୍ରକାର ଜୈବଖତ ଓ କୀଟନାଶକ ପ୍ରସ୍ତୁତ କରି ତାହା ବ୍ୟବହାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri