ଏଇ ଭାରତରେ

ନିଯୁକ୍ତି ଅଭାବ ଏକ ପ୍ରମୁଖ ସମସ୍ୟା ହୋଇଥିବାବେଳେ ଏବେ ବହୁ ଉଚ୍ଚ ଡିଗ୍ରୀଧାରୀ କୃଷି କିମ୍ବା ଏହା ସମ୍ପର୍କିତ କ୍ଷେତ୍ରରେ ରୋଜଗାର ସୃଷ୍ଟି କରିବାରେ ଉଦାହରଣ ପାଲଟିଛନ୍ତି । ବେଙ୍ଗାଲୁରୁର ହାସନ ଚୈତନ୍ୟ ଏମ୍‌ବିଏରେ ଡିଗ୍ରୀ ହାସଲ କରି ଜୈବିକ କୃଷି ସହ ଜଡ଼ିତ କୃଷକଙ୍କ ପାଇଁ ଉପଯୋଗୀ ମାର୍କେଟ ବ୍ୟବସ୍ଥା କରିପାରିଛନ୍ତି। ସେ ୨୦୨୧ରେ ‘ଅର୍ଗାନିକ ଟ୍ୟାପ୍‌’ ଷ୍ଟାର୍ଟଅପ୍‌ ଗଠନ କରି ତା’ ମାଧ୍ୟମରେ ଜୈବିକ କୃଷକଙ୍କୁ ସିଧାସଳଖ ଗ୍ରାହକଙ୍କ ସହ ଯୋଡ଼ିଛନ୍ତି। ଏହାଦ୍ୱାରା ମଧ୍ୟସ୍ଥଙ୍କର ଆଉ ଆବଶ୍ୟକ ପଡୁନାହିଁ। ଗ୍ରାହକମାନେ ବି ଉତ୍ପାଦିତ ଶସ୍ୟ ସହଜରେ ପାଇପାରୁଛନ୍ତି। ଆପ୍‌ ମାଧ୍ୟମରେ ସିଧାସଳଖ କୃଷକମାନେ ସେମାନଙ୍କ ଉତ୍ପାଦ ସମ୍ପର୍କରେ ଅବଗତ କରିପାରୁଛନ୍ତି। ଚୈତନ୍ୟ ଗ୍ରାହକଙ୍କ ସୁବିଧା ପାଇଁ ବିଭିନ୍ନ ସ୍ଥାନରେ ମାର୍କେଟ ଖୋଲିଛନ୍ତି। ଗ୍ରାହକମାନେ ଅର୍ଡର କରିବା ପରେ ସେହି ଅନୁସାରେ ସେମାନଙ୍କ ନିକଟରେ ତଟକା ଉପତ୍ାଦ ପହଞ୍ଚାଇ ଦିଆଯାଉଛି। ଏହିସବୁ କାର୍ଯ୍ୟରେ ସେ ଅନେକଙ୍କୁ ନିଯୁକ୍ତ କରିଛନ୍ତି। ଚୈତନ୍ୟ କଲେଜରେ ପଢ଼ିବା ସମୟରେ ବି ପରିବେଶ ଉପଯୋଗୀ କାର୍ଯ୍ୟକଳାପରେ ଜଡ଼ିତ ରହିଥିଲେ ଓ ତାଙ୍କ ସାଙ୍ଗମାନଙ୍କୁ ନେଇ ‘ମ୍ୟାନ ଆଣ୍ଡ୍‌ ଏନ୍‌ଭାଇରନ୍‌ମେଣ୍ଟ’ ଏନ୍‌ଜିଓ ଗଠନ କରିଥିଲେ । ପ୍ରତି ଗଣେଶ ପୂଜାରେ ସେମାନେ ପାଖାପାଖି ୫,୦୦୦ ମାଟିର ଗଣେଶ ମୂର୍ତ୍ତି ଲୋକମାନଙ୍କୁ ମାଗଣାରେ ବାଣ୍ଟୁଥିଲେ। ଶିକ୍ଷା ଶେଷ କରିବା ପରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ତାଙ୍କ ପିତାଙ୍କ ପ୍ରେରଣାରେ ସେ ଜୈବିକ କୃଷିକୁ ବୃତ୍ତି ଭାବେ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri