ଏଇ ଭାରତରେ

ଗୋଟିଏ ଗାଁରେ ୨୦୦ରୁ ଊର୍ଦ୍ଧ୍ୱ ଆମ୍ବଗଛରେ ୨୦୦ ପ୍ରକାରର ଆମ୍ବ ଫଳିିବା କେବେ ଭାବିପାରୁଛ କି? କେରଳ ରାଜ୍ୟ କନ୍ନୁର ଜିଲାର କନ୍ନାପୁରମ୍‌ ଗାଁରେ ଏହା ଦେଖିପାରିବେ। ଆମ୍ବ ସଂସ୍କୃତି ଏହି ଗାଁ ଏବେ ଲୋକପ୍ରିୟ ହେବାରେ ଲାଗିଛି। କନ୍ନାପୁରମର ଆମ୍ବପ୍ରିୟ ଲୋକ ‘ନାଟ୍ଟୁମାନଜ୍ୟୋତି’(ଗୋଟିଏ ଆମ୍ବ ଗଛ ତଳେ) ଅଭିଯାନରେ ଏତେ ଗଛ ଲଗାଇ ତାହାର ଯନତ୍ ନେଉଛନ୍ତି। ଜଣେ ଜମିଦାର ଗାଁରେ ୨୦୦ ବର୍ଷର ଏକ ପୁରୁଣା ଆମ୍ବ ଗଛ କାଟି ଦେବା ପରେ ଅଧିକ ଗଛ ଲଗାଇବା ପାଇଁ ଗ୍ରାମବାସୀ ଏହି ଅଭିଯାନ ଆରମ୍ଭ କରିଥିଲେ। ଏହି ଗଛ ଥିଲା ଭେଲାଥାନ କିସମର ଆମ୍ବ ଗଛ। ଭାରି ସୁଆଦିଆ ଆମ୍ବ। ଏଣୁ ଗ୍ରାମବାସୀ ଏହି କିସମର ଆମ୍ବ ଫଳାଇବାକୁ ପୁଣି ଉଦ୍ୟମ କରିଥିଲେ। ଗଛ କଟାଯିବା ପରେ ଛୋଟଠୁ ବୁଢ଼ା ଗାଁର ସମସ୍ତ ଲୋକ ଏକାଠି ହୋଇ ସେହି ଆମ୍ବ ଗଛର ଡାଳ କାଟି ତାହାକୁ ଅନ୍ୟ ଗଛରେ କଲମି କରି ବିଭିନ୍ନ ପ୍ରକାର ସୁଆଦିଆ ଆମ୍ବଗଛ ଉତାରି ଭିନ୍ନ ଭିନ୍ନ ନାମ ଦେଇଛନ୍ତି। ସେମାନେ ଫେସ୍‌ବୁକରେ ବି ଏକ ନାଟ୍ଟୁମାନ୍ନଜ୍ୟୋତି ପେଜ୍‌ ଖୋଲିଛନ୍ତି। ଏହି ପେଜ୍‌ରେ ବିଭିନ୍ନ ଆମ୍ବଗଛର ନାମ ଓ ତା’ର ସ୍ବାଦ ସମ୍ପର୍କରେ ଜଣାଉଛନ୍ତି। ୨୦ଟି ପରିବାର ସେମାନଙ୍କ ଜମିରେ ଲଗାଇଥିବା ୩୭୨ଟି ଗଛରେ ୧୦୦ ପ୍ରକାର ଆମ୍ବ ଫଳେ। ପରେ ଗ୍ରାମବାସୀ ନିକଟସ୍ଥ ଗ୍ରାମଗୁଡିକରେ ଆଉ ୧୦୦ ପ୍ରକାର ଆମ୍ବ ଗଛର ସନ୍ଧାନ କରି ସେଥିରୁ କଲମି ମାଧ୍ୟମରେ ଗଛ ଉତାରି ଗାଁରେ ଲଗାଇଛନ୍ତି। ଏମିତିରେ ମୋଟରେ ଗାଁରେ ୨୦୮ ପ୍ରକାର ଆମ୍ବ ଗଛ ରହିଛି। ଏତିକିରେ ସେମାନଙ୍କ ଅଭିଯାନ ଶେଷ ହୋଇନି, ବରଂ ଆହୁରି ବେଶି ଗଛ ସେମାନେ ସଂଗ୍ରହ କରିବାରେ ଲାଗିଛନ୍ତି। ଜୁଲାଇ ୨୦,୨୦୨୦ରେ କେରଳ ଜୈବବିବିଧତା ବୋର୍ଡ ଏହି ଗାଁକୁ ‘ସ୍ବଦେଶୀ ଆମ୍ବ ସଂସ୍କୃତିର ଗାଁ’ ଆଖ୍ୟା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri