ଏଇ ଭାରତରେ

ଜାତିଗତ ପ୍ରମାଣପତ୍ର ପ୍ରଦାନକୁ ନେଇ ଏକ ବିଚିତ୍ର ଖବର ସାମନାକୁ ଆସିଛି ମେଘାଳୟରେ। କେବଳ ମାତାଙ୍କ ଉପନାମ ଥିଲେ ପ୍ରମାଣପତ୍ର ମିଳୁଛି, ଅପରପକ୍ଷେ ପିତାଙ୍କ ଉପନାମ ଥିଲେ ଏଥିରୁ ବଞ୍ଚତ୍ତ ହେବାକୁ ପଡ଼ୁଛି । ଖାସି ପାହାଡ଼ ସ୍ବାୟତ୍ତ ଜିଲା ଖାସି ସୋସିଆଲ କଷ୍ଟମ୍‌ ଅଫ୍‌ ଲାଇନ୍‌ ଆକ୍ଟ, ୧୯୯୭ର ଧାରା ୩ ଏବଂ ୧୨ ଅନୁଯାୟୀ ମାତାଙ୍କର ଉପନାମ ବ୍ୟବହାର କରୁଥିବା ଲୋକଙ୍କୁ ଆଦିବାସୀ ପ୍ରମାଣପତ୍ର ପ୍ରଦାନ କରିବାକୁ ଖାସି ହିଲ୍‌ ଡେଭଲପମେଣ୍ଟ କର୍ପୋରେଶନ(କେଏଚ୍‌ଡିସି)ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଅନୁଯାୟୀ ମାତାଙ୍କର ଉପନାମ ବ୍ୟବହାର କରାଯିବା ଜରୁରୀ ବୋଲି ଦର୍ଶାଯାଇଛି । ଯେଉଁମାନେ ମାତାଙ୍କ ଉପନାମ ବ୍ୟବହାର କରିବେ ସେମାନେ କେବଳ ଖାସି ଭାବରେ ମାନ୍ୟତା ପାଇବେ ଏବଂ ଯେଉଁମାନେ ପିତାଙ୍କ ଉପନାମ ବ୍ୟବହାର କରୁଛନ୍ତି ସେମାନଙ୍କୁ ଖାସି ଭାବରେ ବିବେଚନା କରାଯିବ ନାହିଁ। କେବଳ ଏତିକି ନୁହେଁ ପାରମ୍ପରିକ ଗ୍ରାମ ମୁଖିଆମାନଙ୍କୁ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିବାକୁ କିମ୍ବା କୌଣସି ରାଜନୈତିକ ଦଳର ସଦସ୍ୟ ହେବାକୁ ବାରଣ କରାଯାଇଛି।