ଏଇ ଭାରତରେ

ବିଶ୍ୱରେ ସବୁଠୁ ଜନବହୁଳ ଦେଶ ହେବାକୁ ଯାଉଥିବା ଭାରତରେ ପ୍ରତିବର୍ଷ ୧୪ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ଖାଦ୍ୟଶସ୍ୟ ନଷ୍ଟ ହେଉଛି ବୋଲି ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ପ୍ରକାଶ କରିଛି। କୃଷି ଉପତ୍ାଦ ୨୭୦ ମିଲିୟନ ଥିବା ବେଳେ ବୈଶ୍ୱିକ କ୍ଷୁଧା ସୂଚକାଙ୍କରେ ୧୧୯ ତମ ସ୍ଥାନରେ ରହିଛି ଭାରତ। ଏହାର ବଡ଼ କାରଣ ହେଉଛି ଶୀତଳ ଭଣ୍ଡାର ଅଭାବ। ତେବେ ଖାଦ୍ୟଶସ୍ୟ ନଷ୍ଟକୁ ରୋକିବା ପାଇଁ ଏକ ଛୋଟ ପ୍ରୟାସ କରିଛନ୍ତି ଚେନ୍ନାଇର ଛାତ୍ରୀ ମହେକ ପରଭେଜ। କୃଷକମାନଙ୍କ ଉପତ୍ାଦିତ ଖାଦ୍ୟ ଶସ୍ୟକୁ ସୁରକ୍ଷିତ କରି ରଖିବା ଲାଗି ସେ ସୌର ଶକ୍ତି ଚାଳିତ ଏକ କୁଲ୍‌ରୁମ୍‌ ନିର୍ମାଣ କରିଛନ୍ତି। ଏଥିରେ ଉପତ୍ାଦିତ ଖାଦ୍ୟକୁ ପାରମ୍ପରିକ ଷ୍ଟୋରେଜଠାରୁ ୩ଗୁଣ ଅଧିକ ସମୟ ଫ୍ରେଶ୍‌ ରଖାଯାଇପାରୁଛି। ଆଶ୍ଚର୍ଯ୍ୟର କଥା ମହେକ ତାଙ୍କ ଫାର୍ମରେ ଖାଦ୍ୟଶସ୍ୟ ନଷ୍ଟ ହେଉଥିବା ଦେଖି ୬ଷ୍ଠ ଶ୍ରେଣୀରୁ ଏଭଳି ଏକ କୁଲ୍‌ରୁମ୍‌ ବା ରେଫ୍ରିଜରେଟର ନିର୍ମାଣ ଆରମ୍ଭ କରିଥିଲେ। ୬ ବର୍ଷ ପରେ ସେ ଟେକ୍ନୋଲୋଜିରେ ସଫଳ ହୋଇପାରିଛନ୍ତି। ଏହି କୁଲ୍‌ରୁମ୍‌ରେ ବାଷ୍ପୀକରଣ, ଶୀତଳୀକରଣ ଓ ଜଳୀୟବାଷ୍ପ ଧାରଣ କରିବା ଭଳି ଟେକ୍‌ନିକ୍‌ ପ୍ରୟୋଗ ହୋଇଛି। ଏହା ସବୁଜଗୃହ ବାଷ୍ପ ନିର୍ଗମନ ହ୍ରାସ କରୁଛି। ଏଥିପାଇଁ ମହେକଙ୍କୁ ଲେକ୍ସୁସ ଡିଜାଇନ ଆଓ୍ବାର୍ଡ, ଭାରତ- ୨୦୨୩ ପ୍ରଦାନ କରାଯାଇଛି। ଏହି ପରିବେଶ ଉପଯୋଗୀ କୁଲ୍‌ରୁମ୍‌ ଆଗାମୀ ଦିନରେ କୃଷକମାନଙ୍କୁ ଲାଭ ଦେବ ବୋଲି କହନ୍ତି ୧୯ ବର୍ଷୀୟା ମହେକ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri