୭ ବର୍ଷରେ ୪୧,୦୦୦ କୋଟିର ଋଣ ମଞ୍ଜୁର

ନୂଆଦିଲ୍ଲୀ,୬।୪: ଦେଶର ଆର୍ଥିକ ସଶକ୍ତୀକରଣ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ଆଖି ଆଗରେ ରଖି ସରକାର ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଯୋଜନାକୁ ଅଧିକ କ୍ରିୟାଶୀଳ କରାଇଛନ୍ତି। ଏପରିକି ଗତ ୭ ବର୍ଷ ମଧ୍ୟରେ ପ୍ରାୟ ୪୧,୦୦୦ (୪୦,୭୦୦) କୋଟି ଟଙ୍କାର ଋଣ ଅର୍ଥ ରାଶି ମଞ୍ଜୁର କରାଯାଇଛି। ସେହିଭଳି ଏହି ସମୟ ମଧ୍ୟରେ୧,୮୦,୬୩୦ କୋଟିରୁ ଅଧିକ ଆକାଉଣ୍ଟକୁ ଉକ୍ତ ଅର୍ଥରାଶି ପ୍ରଦାନ କରାଯାଇଛି। ଅପରପକ୍ଷରେ ସରକାର ତୃଣମୂଳସ୍ତରରେ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ୨୦୧୬ ଏପ୍ରିଲ ୫ରେ ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଯୋଜନାର ଶୁଭାରମ୍ଭ କରିଥିଲେ।

ଏପରିକି ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଯୋଜନାର କାର୍ଯ୍ୟକାଳକୁ ୨୦୨୫ ପର୍ଯ୍ୟନ୍ତ ମଧ୍ୟ ବୃଦ୍ଧି କରାଯାଇଛି। ବିଶେଷକରି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ମହିଳା ସମ୍ପ୍ରଦାୟର ଆକାଂକ୍ଷୀ ଉଦ୍ୟୋଗୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଆଖି ଆଗରେ ରଖି ସେମାନଙ୍କ ସ୍ବପ୍ନକୁ ବାସ୍ତବତାରେ ପରିଣତ କରିବା ଲାଗି ଷ୍ଟାଣ୍ଡଅପ୍‌ ଇଣ୍ଡିଆ ଯୋଜନା ଆରମ୍ଭ କରାଯାଇଥିଲା। ଉକ୍ତ ଯୋଜନା ମହିଳା ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ଲୋକମାନଙ୍କ ମଧ୍ୟରେ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା ସହିତ ସେମାନଙ୍କୁ ଉତ୍ପାଦନ, ସେବା କିମ୍ବା ବ୍ୟବସାୟିକ ଏବଂ କୃଷି ଆନୁଷଙ୍ଗିକ କାର୍ଯ୍ୟକଳାପ କ୍ଷେତ୍ରରେ ନୂଆ ଉଦ୍ୟୋଗ ପ୍ରତିଷ୍ଠାରେ ସହାୟକ ହୋଇଥାଏ।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଥିଲେ, ବର୍ତ୍ତମାନ ସୁଦ୍ଧା ଉକ୍ତ ଯୋଜନାରେ ୧.୮ ଲକ୍ଷ ମହିଳା ଓ ଏସ୍‌ସି-ଏସ୍‌ଟି ଉଦ୍ୟୋଗୀଙ୍କୁ ୪୦,୬୦୦ କୋଟି ଟଙ୍କାର ଋଣ ମଞ୍ଜୁର କରାଯିବା ଆମ ପାଇଁ ଗର୍ବର ବିଷୟ। ଏପରିକି ଷ୍ଟାଣ୍ଡଅପ୍‌ ଇଣ୍ଡିଆ ଯୋଜନାର ୭ ବର୍ଷ ପୂର୍ତ୍ତି ଅବସରରେ ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି, ଷ୍ଟାଣ୍ଡଅପ୍‌ ଇଣ୍ଡିଆ ଯୋଜନା ଏପରି ଏକ ଇକୋସିଷ୍ଟମ ସୃଷ୍ଟି କରିଛି ଯାହାକି ସବୁ ଅନୁସୂଚିତ ବାଣିଜି୍ୟକ ବ୍ୟାଙ୍କ ଜରିଆରେ ଋଣ ସହାୟତା ଯୋଗାଇଦେଇ ନୂଆ ଉଦ୍ୟୋଗ ପ୍ରତିଷ୍ଠା କରିବା ଲାଗି ଏକ ଅନୁକୂଳ ପରିବେଶ ସୃଷ୍ଟି କରିବ । ସେହିଭଳି ଏସ୍‌ସି-ଏସ୍‌ଟି ଓ ମହିଳାମାନଙ୍କ ମଧ୍ୟରେ ଉଦ୍ୟମିତାକୁ ପ୍ରୋତ୍ସାହନ ଦିଗରେ ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ସୀତାରାମନ ମତପ୍ରକାଶ କରିଛନ୍ତି।

ବିଶେଷକରି ଷ୍ଟାଣ୍ଡଅପ୍‌ ଇଣ୍ଡିଆ ଯୋଜନାରୁ ବଞ୍ଚିତ,ଅବହେଳିତ ବର୍ଗର ଉଦ୍ୟୋଗୀମାନଙ୍କୁ ବାଧାମୁକ୍ତ ଶସ୍ତା କ୍ରେଡିଟ୍‌ ସୁବିଧା ଯୋଗାଇଦେଇ ସଂଖ୍ୟାଧିକ ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରୁଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏହି ଯୋଜନା ଆକାଂକ୍ଷୀ ଉଦ୍ୟୋଗୀମାନଙ୍କୁ ସେମାନଙ୍କର ଉଦ୍ୟମଶୀଳତା କୌଶଳ ପ୍ରଦର୍ଶନ କରିବା ଓ ସମ୍ଭାବ୍ୟ ଉଦ୍ୟୋଗୀମାନଙ୍କ ଆର୍ଥିକ ବିକାଶକୁ ଆଗେଇନେବା ଏବଂ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଏକ ଦୃଢ ଇକୋସିଷ୍ଟମ ନିର୍ମାଣ କରିବାକୁ ପ୍ରୋତ୍ସାହନ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?