ଏଇ ଭାରତରେ

ମହାରାଷ୍ଟ୍ରର ଛୋଟ ଆଦିବାସୀ ଗାଁ କୋଭାଁଲ୍‌ନେ। ଏହି ଗାଁର ରାହିବାଈ ପୋପେରି ହାଇବ୍ରିଡ ଚାଷ ବଦଳରେ ଦେଶୀ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ପୁଣେଠାରୁ ୧୨୫ କି.ମି. ଦୂର ଅହମଦାନଗରର ଅକୋଲଶ ତହସିଲ ଅନ୍ତର୍ଗତ ପାହାଡ଼ ଉପରେ ଥିବା ଏହି ଛୋଟ ଗାଁରେ ରାହିବାଈ ଏକ ସିଡ୍‌ବ୍ୟାଙ୍କ ବି ଖୋଲିଛନ୍ତି। ସେଥିରେ ଥିବା ସବୁ ପୁରୁଣା ଦେଶୀ ବିହନ ବିନା ରାସାୟନିକ ସାରରେ କେବଳ ପାଣି ପବନରେ ଭଲ ବଢ଼ିପାରୁଛି। ତେବେ ସ୍କୁଲ ଦୁଆରମୁହଁ ମାଡ଼ି ନ ଥିବା ରାହିବାଈ ଏବେ ସୁଦ୍ଧା ୫୩ଟି ଶସ୍ୟର ୧୨୨ କିସମର ବିହନକୁ ପାରମ୍ପରିକ ପଦ୍ଧତିରେ ସଂରକ୍ଷଣ କରି ରଖିଛନ୍ତି। ତାଙ୍କୁ ଲୋକେ ‘ସିଡ୍‌ ଓମେନ’ ଭାବେ ସମ୍ବୋଧନ କରୁଛନ୍ତି। ସେ ଦେଶୀ ବିହନ ସଂଗ୍ରହ ପାଇଁ ଏକ ଏସ୍‌ଏଚ୍‌ଜି ଗଠନ କରିଛନ୍ତି। ଏହି ଏସ୍‌ଏଚ୍‌ଜି ମାଧ୍ୟମରେ ସେ ମଧ୍ୟ ହେଲ୍‌ଥ କ୍ୟାମ୍ପ୍‌ ଆୟୋଜନ କରିବା ସହ ସୌର ଲ୍ୟାମ୍ପ ବାଣ୍ଟୁଛନ୍ତି। ୧୩,୦୦୦ ମହିଳା ଏବେ ତାଙ୍କ ସହ ଯୋଡ଼ି ହୋଇଛନ୍ତି। ଏହି ବିହନର ଚାଷ ସମ୍ପର୍କରେ ସେ କୃଷକ ଓ ଛାତ୍ରମାନଙ୍କୁ ପ୍ରଶିକ୍ଷଣ ବି ଦେଉଛନ୍ତି। କେବଳ ଏତିକି ନୁହେଁ, ରାହିବାଈ ମଧ୍ୟ ୫୦୦ଗଛ ଲଗାଇଛନ୍ତି।