ଏଇ ଭାରତରେ

ଚାକିରି ଛାଡ଼ି ନଡ଼ିଆ ଚାଷରୁ ଅନ୍ୟମାନଙ୍କୁ ରୋଜଗାର ଦେଇ ଉଦାହରଣ ସୃଷ୍ଟି କରିଛନ୍ତି ବେଙ୍ଗାଲୁରୁର ଇଂ. ମଧୁ କାରଗୁଣ୍ଡ। ସେ ଟେନ୍‌ଜିନ ଷ୍ଟାର୍ଟଅପ୍‌ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି ଓ ନଡ଼ିଆ ଅମଳ କରିବା ପରେ ସମସ୍ତ ବର୍ଜ୍ୟର ଉପଯୋଗ କରୁଛନ୍ତି। ନଡ଼ିଆରୁ ତେଲ, ସାବୁନ, କ୍ୟାଣ୍ଡେଲ, ସୁଗାର, ଚିପ୍ସ ତିଆରି କରିବା ସହ ଷଢ଼େଇରୁ ଛୋଟ ବାସନ ଓ କତାରୁ ଘରର ବିଭିନ୍ନ ଜିନିଷ ପ୍ରସ୍ତୁତ କରୁଛନ୍ତି। ଦୀପାବଳି ବେଳେ ନଡ଼ିଆ ଦୀପ ଏବଂ ରକ୍ଷାବନ୍ଧନରେ ଷଢ଼େଇ ଓ କତାରୁ ରାଖୀ ତିଆରି କରୁଛନ୍ତି। ଏଥିରୁ ମାସକୁ ସେ ୪ ଲକ୍ଷ ଟଙ୍କା ରୋଜଗାର କରିବା ସହ ଅନେକ ମହିଳା ଓ ପୁରୁଷଙ୍କୁ ରୋଜଗାର ଦେବାରେ ସକ୍ଷମ ହୋଇଛନ୍ତି। କେବଳ ଏତିକି ନୁହେଁ, ସେ କର୍ନାଟକର ବିଭିନ୍ନ ଅଞ୍ଚଳରେ ନଡ଼ିଆ ଓ ନଡ଼ିଆ ବର୍ଜ୍ୟରୁ ଚାଷୀମାନଙ୍କୁ ଏଭଳି ସବୁ ଉପତ୍ାଦ ପ୍ରସ୍ତୁତ କରିବାକୁ ପ୍ରଶିକ୍ଷଣ ଦେଉଛନ୍ତି। କମ୍‌ ବଜେଟରେ କିଭଳି ଜୈବିକ କୃଷି କରାଯାଇପାରିବ ସେ ସମ୍ପର୍କରେ ବି ଚାଷୀମାନଙ୍କୁ ସାହାଯ୍ୟ କରୁଛନ୍ତି। ୩୦ ବର୍ଷୀୟ ମଧୁ ଏମ୍‌ସିଏ ଶେଷ କରି ଭଲ ଦରମାରେ ଚାକିରି କରିଥିଲେ। ହେଲେ ୨୦୧୮ରେ ତାହାକୁ ଛାଡ଼ି ଏହି କାର୍ଯ୍ୟ ଜାରି ରଖିଛନ୍ତି।