ଏଇ ଭାରତରେ

ସହରରେ ଖେଳପଡ଼ିଆ ଅଭାବ ସମସ୍ୟା ଦୂର କରିବା ଲାଗି ନଭି ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ(ଏନ୍‌ଏମ୍‌ଏମ୍‌ସି)ର ପଦକ୍ଷେପ ଅନ୍ୟମାନଙ୍କ ପାଇଁ ଏକ ମଡେଲ ପାଲଟିଛି। ନଭି ମୁମ୍ବାଇର ସେକ୍ଟର ୧୫ ସ୍ଥିତ ସନ୍‌ପଦ ଫ୍ଲାଏଓଭର ତଳେ ଥିବା ଅବ୍ୟବହୃତ ଜାଗାକୁ ଖେଳପଡ଼ିଆ କରାଯାଇଛି। ପାଖାପାଖି ୨୭୫୦ ବର୍ଗମିଟର ଜାଗାରେ କରାଯାଇଥିବା ଉକ୍ତ ଖେଳପଡ଼ିଆରେ ପିଲାଏ କ୍ରିକେଟ, ବାସ୍କେଟବଲ ଓ ବ୍ୟାଡମିଣ୍ଟନ ଖେଳିପାରୁଛନ୍ତି। ବଲ୍‌ କିମ୍ବା ରାକେଟ୍‌ ବାହାରକୁ ନ ଯିବା ଲାଗି ପଡ଼ିଆ ଚାରିପାଖକୁ ନେଟ୍‌ ଯୋଗେ ଘେରାଯାଇଛି। ଏହା ବାଦ୍‌ ଫ୍ଲାଏଓଭର ତଳେ ଓପନ ଜିମ୍‌ କରାଯିବାର ଯୋଜନା ସହ ଯୋଗାଭ୍ୟାସର ସୁବିଧା ରହିଛି। ବରିଷ୍ଠ ନାଗରିକଙ୍କ ପାଇଁ ଜଗିଂ ଟ୍ରାକ୍‌ ମଧ୍ୟ କରାଯାଇଛି। ଏନ୍‌ଏମ୍‌ଏମ୍‌ସି ସନପଦ୍‌ ବ୍ୟତୀତ ନେରୁଲ ଫ୍ଲାଏଓଭର ତଳେ ବି ସମାନ ପ୍ରକାର ଖେଳପଡ଼ିଆ କରିବା ଲାଗି ଯୋଜନା ରଖିଛି। ଗୋଟିଏ ପଟରେ ଜବରଦଖଲ ହଟୁଛି ଓ ଅନ୍ୟପକ୍ଷେ ପିଲାଙ୍କ ଖେଳ ଲାଗି ବ୍ୟବସ୍ଥା କରାଯିବାରେ ଏନ୍‌ଏମ୍‌ଏମ୍‌ସିର ଉଦ୍ୟମକୁ ସବୁସ୍ତରରେ ପ୍ରଶଂସା କରାଯାଉଛି। ଏଭଳି ଏକ ନିଆରା ପ୍ରୟାସର ଭିଡିଓ ମଧ୍ୟ ଭାଇରାଲ ହେବା ସହ ଏହାର ପ୍ରଭାବ ବି ଦେଖିବାକୁ ମିଳିଛି। କମେଣ୍ଟରେ ଦେଶର କେତେକ ମ୍ୟୁନିସିପାଲିଟିର ଅଧିକାରୀମାନେ ଏଭଳି ଯୋଜନା ଆପଣାଇବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri