ଏଇ ଭାରତରେ

ଲେବର ବ୍ୟାଙ୍କ ବା ଶ୍ରମିକ ବ୍ୟାଙ୍କ ନାଁ କେବେ ଶୁଣିଛନ୍ତି। ଏମିତି ଏକ ବ୍ୟାଙ୍କ ଚାଲିଛି କର୍ନାଟକରେ। ଅନ୍ୟମାନଙ୍କୁ କାମ ଯୋଗାଇ ଅଭାବ ଦୂର କରିବା ଲାଗି ଏହି ବ୍ୟାଙ୍କ ପ୍ରତିଷ୍ଠା କରିଛନ୍ତି ଶାମଶୁଦ୍ଧିନ ବଲିଗର। ସେ ରାଣେବେନୁର ସହର ପାଖ ହରଣାଗିରି ଗାଁରେ ରହୁଛନ୍ତି। ବାଲିଗରଙଙ୍କ ଜୀବନ ହେଉଛି ଏକ ସଂଘର୍ଷର କାହାଣୀ। ପିଲାଦିନେ ତାଙ୍କୁ ଦିନକୁ ଦୁଇବେଳା ଖାଇବାକୁ ମିଳୁନଥିଲା। ଏପରିକି ସ୍କୁଲ ଫି ଦେଇ ନ ପାରି ପଢା ବନ୍ଦ କରିଦେଇଥିଲେ। ପରେ ଏକ ହସ୍ପିଟାଲରେ ହେଲ୍‌ପର ଭାବେ କାମ କରି ପଢିଲେ ଓ ଆତ୍ମନିର୍ଭରଶୀଳ ହେଲେ। ପରେ ସେ ବନସିରି ରୁରାଲ ଡେଭଳପ୍‌ମେଣ୍ଟ ସୋସାଇଟି (ଭିଆର୍‌ଡିଏସ୍‌) ଗଠନ କରି ତା’ ମାଧ୍ୟରେ କର୍ନାଟକର ୪୪ଟି ଗାଁରେ ଲୋକଙ୍କୁ କାମ ଯୋଗାଇ ଦେଉଛନ୍ତି। ଏହି ସୋସାଇଟି ଅଧୀନରେ ‘ଲେବର ବ୍ୟାଙ୍କ’ ଚାଲିଛି। ଏହି ନିଆରା ବ୍ୟାଙ୍କ କାମ ଖାଜୁଥିବା ଶ୍ରମିକଙ୍କୁ ସାହାଯ୍ୟ କରୁଛି। ଉକ୍ତ ବ୍ୟାଙ୍କ ୪,୦୦୦ ଶ୍ରମିକଙ୍କୁ ନିୟମିତ କାମ ପାଇବାରେ ସାହାଯ୍ୟ କରିବାା ସହ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାରୁ ଲାଭ ପାଇବାରେ ସହଯୋଗ କରୁଛନ୍ତି। ବଲିଗର ମଧ୍ୟ ଭିଆର୍‌ଡିଏସ୍‌ ଦ୍ୱାରା ବି ଏକ କୋଅପରେଟିଭ ସୋସାଇଟି ଚଲାଉଛନ୍ତି ଯେଉଁଥିରେ ୨,୦୦୦ ସଦସ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri