ଏଇ ଭାରତରେ

ମାନବ-ଦେବତା ଭିତରେ ବାହାଘର, ଏକଥା ବିଶ୍ୱାସ କରି ହେଉ ନ ଥିଲେ ବି ସତ। ଏଭଳି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶ ଓରେୟା ଜିଲା ବିଧୁନାରେ। ସେଠାରେ ୩୦ ବର୍ଷୀୟା ରକ୍ଷା ଶ୍ରୀକୃଷ୍ଣ ଭଗବାନ୍‌ଙ୍କୁ ବିବାହ କରିଛନ୍ତି। ରକ୍ଷା ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଏମ୍‌ଏଲ୍‌ଏଲ୍‌ବି କରୁଛନ୍ତି। ତେବେ ଏମିତି ଜଣେ ଉଚ୍ଚ ଶିକ୍ଷିତା ଝିଅଙ୍କର ଏଭଳି ବିଚିତ୍ର ଚିନ୍ତାଧାରା ସମସ୍ତଙ୍କୁ ଚକିତ କରିଛି। ରକ୍ଷା ମାତାପିତାଙ୍କ ଅନୁମତି ନେଇ ଶ୍ରୀକୃଷ୍ଣଙ୍କୁ ବିବାହ କରିଛନ୍ତି। ବିବାହରେ ତାଙ୍କର ସମସ୍ତ ସମ୍ପର୍କୀୟ ଉପସ୍ଥିତ ଥିଲେ। ହିନ୍ଦୁ ପରମ୍ପରା ରୀତିନୀତିରେ ଉକ୍ତ ବିବାହ ଅନୁଷ୍ଠିତ ହୋଇଥିଲା। ବିବାହରେ ରକ୍ଷା ଭଗବାନ୍‌ କୃଷ୍ଣଙ୍କୁ ବରଣମାଳା ପିନ୍ଧାଇଥିଲେ। ତେବେ ପରିବାର ପକ୍ଷରୁ ବିବାହ ଲାଗି ବାରମ୍ବାର ଚାପ ପକାଯିବା ଦ୍ୱାରା ସେ ବାଧ୍ୟ ହୋଇ ଶ୍ରୀକୃଷ୍ଣଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଭଗବାନ୍‌ଙ୍କୁ ବିବାହ କଲେ ଆଉ ବାହା ହେବାକୁ ପଡ଼ିବ ନାହିଁ ବୋଲି ଯେଉଁ ବିଶ୍ୱାସ ରହିଛି, ତାହା ବହୁ ସମୟରେ କନ୍ୟାମାନେ ପ୍ରତିପାଦନ କରୁଥିବା ଦେଖାଯାଉଛି। ତେବେ ଏମିତି ଘଟଣା ପ୍ରଥମେ ଘଟିନାହିଁ, ବରଂ ଏହା ପୂର୍ବରୁ ଜୟପୁରର ଜଣେ କନ୍ୟା ଭଗବାନ୍‌ ଶ୍ରୀରାମଙ୍କୁ ବିବାହ କରିଥିଲେ।