ଏଇ ଭାରତରେ

ପ୍ଲାଷ୍ଟିକ ଓ ରବର ବର୍ଜ୍ୟରୁ ଜୋତା ତିଆରି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଅକ୍ଷୟ ଭାବେ । ପ୍ଲାଷ୍ଟିକ ଓ ରବର ବର୍ଜ୍ୟରୁ ସେ ଏକ ପ୍ରକାର ମଜଭୁତ କନା ତିଆରି କରି ସେଥିରେ ଜୋତା କରୁଛନ୍ତି। ଅକ୍ଷୟଙ୍କ ବୟସ ଏବେ ୨୪। ସେ ଏମ୍‌ବିଏ ଡିଗ୍ରୀ କରୁଥିବାବେଳେ ତାଙ୍କ ମନରେ ଏଭଳି ଭାବନା ଆସିଥିଲା। ଏହା ପରେ ଦୁଇ ବର୍ଷ ସେ ବର୍ଜ୍ୟ ପ୍ଲାଷ୍ଟିକ୍‌ରୁ ମଜଭୁତ କନା ତିଆରି କରିବାର ଟେକ୍‌ନିକ ପାଇବା ଲାଗି ଲାଗିପଡ଼ିଥିଲେ। ଏଭଳି କନାରୁ କିଭଳି ଜୋତା ପ୍ରସ୍ତୁତ କରାଯାଇପାରିବ ସେ ସମ୍ପର୍କରେ ମୁମ୍ବାଇ ଯାଇ ସେଠାକାର ଜୋତା ତିଆରି କରୁଥିବା କାରିଗରଙ୍କ ସାହାଯ୍ୟ ନେଇଥିଲେ। ପାରମ୍ପରିକ ଚମଡ଼ା ପରିବର୍ତ୍ତେ ଜୋତା ତିଆରି କରିବାରେ ସେ ସଫଳ ହେବାପରେ ୨୦୨୧ରେ ଏହାକୁ ‘ଥାଏଲେ’ ଅର୍ଥାତ୍‌ ପ୍ଲାଷ୍ଟିକ ବ୍ୟାଗ୍‌ ବ୍ରାଣ୍ଡରେ ଉପତ୍ାଦନ ଆରମ୍ଭ କଲେ। ଅକ୍ଷୟ ବର୍ଜ୍ୟ ମ୍ୟାନେଜମେଣ୍ଟ ପ୍ଲାଣ୍ଟରୁ ପ୍ଲାଷ୍ଟିକ ଓ ରବର ସଂଗ୍ରହ କରୁଛନ୍ତି। ହଳେ ଜୋତା ଲାଗି ୧୦ଟି ପ୍ଲାଷ୍ଟିକ ବ୍ୟାଗ,୧୫ ପ୍ଲାଷ୍ଟିକ ବୋତଲ ଦରାକର ହେଉଛି। ଏବେ ସୁଦ୍ଧା ସେ ୫୦,୦୦୦ ପ୍ଲାଷ୍ଟିକ ବ୍ୟାଗ ଓ ୪୮,୦୦୦ ଅଦରକାରୀ ପ୍ଲାଷ୍ଟିକ ବୋତଲ ଅପ୍‌ସାଇକେଲ କରିସାରିଲେଣି। ଭାରତ ବ୍ୟତୀତ ଦୁବାଇ, ୟୁରୋପ, ଆମେରିକା ଏବଂ ଅଷ୍ଟ୍ରେଲିଆରେ ଏହାର ମାର୍କେଟିଂ ପାଇଁ ସେ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri