ଏଇ ଭାରତରେ

ନିଜେ ଓ ନିଜର ପରିବାରକୁ ବୃଦ୍ଧାବୃଦ୍ଧଙ୍କ ସେବାରେ ଯୋଡ଼ି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଗୁଜରାଟ ଦିସାର ଆଶାବେନ ରାଜପୁରୋହିତ। ୩୦ ବର୍ଷୀୟା ଆଶା ଏବେ ୨୨ ଜଣ ବୃଦ୍ଧାବୃଦ୍ଧଙ୍କ ସେବା କରୁଛନ୍ତି। ଆଶା ଆଶ୍ରୟସ୍ଥଳୀର ନାମ ଦେଇଛନ୍ତି ‘ସୁଦାମା ବୃଦ୍ଧାଶ୍ରମ’। ଏହି ବୃଦ୍ଧାଶ୍ରମ ତାଙ୍କ ପିତା କାନ୍ତିଲାଲ ରାଜପୁରୋହିତ ୧୨ ବର୍ଷ ପୂର୍ବେ ଆରମ୍ଭ କରିଥିଲେ । ଏହାକୁ କାନ୍ତିଲାଲ ୧୦ ବର୍ଷ ସଫଳତାର ସହ ଚଳାଇଥିଲେ । କାନ୍ତିଲାଲଙ୍କ ଦେହାନ୍ତ ପୂର୍ବରୁ ସେ ଆଶ୍ରମର ଦାୟିତ୍ୱ ତାଙ୍କ ଝିଅ ଆଶାଙ୍କୁ ଦେଇଥିଲେ। ସେ ତାଙ୍କ ପିତାଙ୍କୁ ଦେଇଥିବା କଥା ରଖିବା ଲାଗି ଏହି କାମ କରୁଛନ୍ତି। ବୃଦ୍ଧାବୃଦ୍ଧଙ୍କ ସେବା କରିବା ଲାଗି ସେ ଗୃହସ୍ଥ ଜୀବନ ଛାଡ଼ି ଆଶ୍ରମରେ ରହୁଛନ୍ତି। ଏପରିକି ଆଶା ତାଙ୍କ ପୁଅକୁ ବି ନିଜଠାରୁ ଦୂରରେ ରଖିଛନ୍ତି। ପ୍ରଥମେ ଏହି ଆଶ୍ରମରେ ୧୦ରୁ ୧୪ ଜଣ ବୃଦ୍ଧ ରହୁଥିଲେ। ବୃଦ୍ଧାଶ୍ରମ ଲୋକଙ୍କ ସାହାଯ୍ୟରେ ଚାଲୁଛି। ଆଶ୍ରମରେ ଅର୍ଥାଭାବ ଥିବାରୁ ଆଶା ନିଜେ ରୋଷେଇଠାରୁ ଆରମ୍ଭକରି ଘର ସଫା କରିବା ଓ ବୃଦ୍ଧାବୃଦ୍ଧମାନଙ୍କୁ ଔଷଧ ସେବନ କରାଉଛନ୍ତି। ସେ ୪ ବର୍ଷ ହେଲା ଆଶ୍ରମରେ ରହୁଛନ୍ତି। ତାଙ୍କୁ ସେହି ଜାଗା ଏତେ ଭଲ ଲାଗୁଛି ଓ ତାଙ୍କ ମା’ ତାଙ୍କୁ ଏଭଳି ସେବା କରିବାକୁ ଜନ୍ମ ଦେଇଛନ୍ତି ବୋଲି କହନ୍ତି ଆଶା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri