ଏଇ ଭାରତରେ

ପରିବେଶ ସୁରକ୍ଷା ସହ ଟ୍ରାଫିକ୍‌ ସମସ୍ୟା ସମାଧାନର ଲକ୍ଷ୍ୟ ନେଇ କଳ୍ପିତ ପାଟିଲ ଆବିଷ୍କାର କରିଥିବା ଛୋଟ ବିଦ୍ୟୁତ୍‌ଚାଳିତ ଯାନ(ଇଭି) ପରିବହନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। କଳ୍ପିତଙ୍କ ବୟସ ୩୫, ରହୁଛନ୍ତି ମୁମ୍ବାଇରେ। ସେ ଇଞ୍ଜିନିୟରିଂ ପରେ ଏମ୍‌ବିଏ କରି ଭଲ ଚାକିରି କରିଥିଲେ। ପରେ ୨୦୧୫ରେ ଚାକିରି ଛାଡ଼ି ଏହି କାର୍‌ ନିର୍ମାଣ କରିବା ଲାଗି ପ୍ରଥମେ କାର୍ଯ୍ୟ ଆରମ୍ଭ କରିଥିଲେ। ବହୁ ପରୀକ୍ଷା ନିରୀକ୍ଷା ପରେ ସେ ଇଏଏସ୍‌୍‌-ଇ ମାଇକ୍ରୋ କାର୍‌ ନିର୍ମାଣ କରିଛନ୍ତି। ଏହା ଭାରତର ପ୍ରଥମ ମାଇକ୍ରୋ ଇଲେକ୍ଟ୍ରି କାର୍‌। ଏହାର ଚଉଡ଼ା ୧୦୦୦ମି.ମି.(୩.୨୮ଫୁଟ)। ଏହାକୁ ରାସ୍ତାକଡ଼ରେ କମ୍‌ ଜାଗାରେ ରଖାଯାଇପାରୁଛି। ଏଥିରେ ବହୁ କମ୍‌ ଶକ୍ତି ଉପଯୋଗ ହେବା ସହ ଓ କାର୍ବନ ନିର୍ଗମନ ଶୂନ ।
୪ ଘଣ୍ଟାରେ ଏହା ସମ୍ପୂର୍ଣ୍ଣ ଚାର୍ଜ ହୋଇଯାଉଛି ଓ ଥରେ ଚାର୍ଜ ହେଲେ ୧୫୦ କି.ମି. ଯାଇପାରୁଛି। ଏଥିରେ ୨ଜଣ ବସିପାରୁଛନ୍ତି। ଏବକାର ଇଲେକ୍ଟ୍ରିକ୍‌ କାର୍‌ରେ ୧୦୦-୧୨୦ ଓ୍ବାଟ୍‌ ଶକ୍ତି ଲାଗୁଥିବାବେଳେ କଳ୍ପିତଙ୍କ ଦ୍ୱାରା ନିର୍ମିତ ମାଇକ୍ରୋ କାର୍‌ରେ ୫୦-୭୦ଓ୍ବାଟ୍‌ ଦରକାର ପଡ଼ୁଛି। ଏବେ ମୁମ୍ବାଇ, ଦିଲ୍ଲୀ, ପୁଣେ ଏବଂ ବେଙ୍ଗାଲୁରୁରୁ ଉକ୍ତ ମାଇକ୍ରୋ ଇଲେକ୍ଟ୍ରିକ କାର୍‌ ଲାଗି ୭୦୦୦ ଅର୍ଡର ମିଳିସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri